www.samajalive.in
Saturday, December 6, 2025
14.1 C
Bhubaneswar

ଓଜନ ହ୍ରାସ କରେ ସାଲାଡ୍‍ : ମାତ୍ର ଖାଇବା ସମୟରେ କରନ୍ତୁ ନାହିଁ ଏହି ଭୁଲ୍‍

ଓଜନ ହ୍ରାସ ପାଇଁ ସଭିଁଙ୍କ ଇଚ୍ଛା। ଏଥିପାଇଁ ଭିନ୍ନ ଭିନ୍ନ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ବିଶେଷ କରି ଓଜନ ହ୍ରାସ ପାଇଁ ଇଚ୍ଛୁକ ଥିବା ବ୍ୟକ୍ତି ବିଶେଷ ସାଲାଡ୍‍ର ନିଶ୍ଚିତ ସେବନ କରିଥାଆନ୍ତି। ଆଜ୍ଞା ହଁ ଖାଦ୍ୟ ଖାଇବାର ୩୦ ମିନିଟ୍‍ ପୂର୍ବରୁ ଏକ ପ୍ଲେଟ ସାଲାଡ ଖାଇବା ଦ୍ୱାରା ଭୋକର ମାତ୍ରା ମଧ୍ୟ କମ ହୋଇଥାଏ। ଫଳରେ ବ୍ୟକ୍ତିଙ୍କ ଓଜନ ମଧ୍ୟ ବୃଦ୍ଧି ହୋଇନଥାଏ। ସାଲାଡ୍ରେ  ଥିବା ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଉପକାରୀ। ମାତ୍ର ଅନେକ ଥର ସାଲାଡକୁ ସ୍ୱାଦିଷ୍ଟ କରିବା ପାଇଁ ଖାଇବା ସମୟରେ ଜାଣତରେ ଅଜାଣତରେ କରୁଥିବା ଭୁଲ୍‍ ପାଇଁ ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେବା ବଦଳରେ କ୍ଷତି କରିଥାଏ। ଜାଣନ୍ତୁ ସେହି ଭୁଲ୍‍ ବିଷୟରେ ..
ରାତି ସମୟରେ ଫଳ ସାଲାଡ ଅନେକ ଖାଇଥାଆନ୍ତି। ଏହି ଅଭ୍ୟାସ ଥିଲେ ତୁରନ୍ତ ବଦଳାଇ ଦିଅନ୍ତୁ। ଫଳ ସାଲାଡ ଖାଇବାର ସଠିକ୍‍ ସମୟ ଦିନ। ଏହାସହ ଖାଦ୍ୟ ଖାଇବାର ପରେ ମଧ୍ୟ ଫଳ ସାଲାଡ ଖାଇବା ଉଚିତ ନୁହେଁ। ଏହାଦ୍ୱାରା ରକ୍ତରେ ଶର୍କରାର ମାତ୍ରା ଅଧିକ ହୋଇଥାଏ।
କେତେକ ଲୋକେ ଟମାଟୋ ଓ କାକୁଡିର ରାଇତା ପ୍ରସ୍ତୁତ କରି ଖାଇଥାଆନ୍ତି। ଆପଣ ମଧ୍ୟ ଯଦି ଟମାଟୋ ଓ କାକୁଡିରେ ଦହି ମିଶାଇ ଖାଉଥିବେ, ତେବେ ଏହି ଅଭ୍ୟାସ ତୁରନ୍ତ ବଦଳାଇ ଦିଅନ୍ତୁ। ଏହା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପକାଇବା ସହ ଖାଦ୍ୟକୁ ଭଲ ଭାବେ ହଜମ ହେବାକୁ ଦେଇନଥାଏ। ଏହା ଖାଇବା ଦ୍ୱାରା ଏସିଡିଟି ସମସ୍ୟା ମଧ୍ୟ ବୃଦ୍ଧି ପାଇଥାଏ।
କାକୁଡି ଓ ଟମାଟୋ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ମାତ୍ର ଏହାକୁ ଖାଇବା ସ୍ୱାସ୍ଥ୍ୟ ପାଇଁ ଉପକାରୀ ନୁହେଁ। ଏକାସହ କାକୁଡି ଓ ଟମାଟୋ ଖାଇବା ଦ୍ୱାରା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପକାଇଥାଏ। ଏହାଦ୍ୱାରା ପେଟରେ ଗ୍ୟାଷ୍ଟ୍ରିକ, ବଦହଜମି, ପେଟ ଯନ୍ତ୍ରଣା, ଥକ୍କାପଣ ଭଳି ସମସ୍ୟା ଦେଖାଦେଇଥାଏ।
କିଛି ଲୋକ ସାଲାଡ୍‍କୁ ଅଧିକ ସ୍ୱାଦିଷ୍ଟ କରିବା ପାଇଁ ଏଥିରେ ଚିଜ୍‍ ଓ ମିଓନିଜ୍‍ ପକାଇ ଥାଆନ୍ତି। ବିଶେଷଜ୍ଞଙ୍କ ମତାନୁସାରେ ଏହି ଜିନିଷ ସାଲାଡରେ ବ୍ୟବହାର ଦ୍ୱାରା ସାଲାଡ୍‍ର ପୋଷକ ତତ୍ତ୍ୱ ନଷ୍ଟ ହୋଇଥାଏ।
ସାଲାଡ୍‍କୁ ଅଧିକ ସ୍ୱାଦିଷ୍ଟ କରିବା ପାଇଁ ଏଥିରେ ଚାଟ୍‍ ମସଲା ଓ ଲୁଣ ମଧ୍ୟ ମିଶାଇ ଥାଆନ୍ତି। ଏପରି କରିବା ଦ୍ୱାରା ମଧ୍ୟ ସାଲାଡ୍ରେ ଥିବା ପୋଷକ ତତ୍ତ୍ୱ ନଷ୍ଟ ହୋଇଥାଏ। ତେଣୁ ସାଲାଡକୁ ସଠିକ ଶୈଳୀରେ ଏଥିରେ ଲୁଣ ,ଚାଟ୍‍ ମସଲା ଆଦି ବ୍ୟବହାର ନକରି ସେବନ କରନ୍ତୁ। ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେବା ସହ ଓଜନ ହ୍ରାସ କରିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories