www.samajalive.in
Saturday, December 6, 2025
17.1 C
Bhubaneswar

ଥରେ ପ୍ରସ୍ତୁତ କରନ୍ତୁ ପଞ୍ଜାବୀ ମାଛ

ଆବଶ୍ୟକ ସାମଗ୍ରୀ
ଛୋଟ ଖଣ୍ଡ କଟା ଯାଇଥିବା ମାଛ – ୫୦୦ ଗ୍ରାମ୍‍
ଅଦା ରସୁଣ ବଟା – ୫୦ ଗ୍ରାମ୍‍
ଲଙ୍କା ଗୁଣ୍ଡ – ୧୦ ଗ୍ରାମ୍‍
ଲେମ୍ବୁ ରସ – ୧ ଚାମଚ
ଜୁଆଁଣୀ – ଅଳ୍ପ
ବେସନ – ୨୦୦ ଗ୍ରାମ୍‍
ଅଣ୍ଡା – ୨ଟି
ଲୁଣ ସ୍ୱାଦ ଅନୁଯାୟୀ
ଦହି – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ଏହି ମାଛ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ମାଛକୁ ଭଲ ଭାବେ ଧୋଇ ଛୋଟ ଛୋଟ ଖଣ୍ଡ କାଟି ଦିଅନ୍ତୁ। ଏବେ ଏଥିରେ ଲୁଣ, ଲେମ୍ବୁ ରସ , ଅଦାରସୁଣ ବଟା, ଲଙ୍କା ଗୁଣ୍ଡ ପକାଇ ମିଶାଇ ଦିଅନ୍ତୁ। ଏବେ ଆଉ ଏକ ପାତ୍ରରେ ବେସନ,ଦହି,ଅଣ୍ଡା, ଜୁଆଣୀ,ଲୁଣ ଓ ପାଣି ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଏହି ମିଶ୍ରଣରେ ପୂର୍ବରୁ ଥିବା ମାଛକୁ ପକାଇ ୧୦ ମିନିଟ୍‍ ବୁଡାଇ ରଖି ଦିଅନ୍ତୁ। ଏବେ ଗ୍ୟାସରେ ଏକ କଡେଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପୂର୍ବରୁ ଥିବା ମାଛକୁ ଭଲ ଭାବେ ଛାଣି ଦିଅନ୍ତୁ। ଏହାକୁ ଏକ ପାତ୍ରକୁ କାଢି ମାଛ ଉପରେ ଚାଟ୍‍ ମସଲା ,ଧନିଆପତ୍ର,ଲେମ୍ବୁ ରସ ପକାଇ ଗରମାଗରମ ଖାଆନ୍ତୁ।

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories