www.samajalive.in
Monday, December 15, 2025
26.1 C
Bhubaneswar

ନୂଆ ରୂପରେ ଉତ୍କଳ ମଣ୍ଡପ-ଆକର୍ଷଣୀୟ ମଣ୍ଡପରେ ସାଂସ୍କୃତିକ କାର୍ୟ୍ୟକ୍ରମ ଦେଖିବାକୁ ପାଇବେ ଦର୍ଶକ

ଭୁବନେଶ୍ୱର: ଭୁବନେଶ୍ୱର ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରରେ ଥିବା ଉତ୍କଳମଣ୍ଡପ ଏବେ ନୂଆ ରୂପରେ ସଜେଇ ହୋଇଛି । ଏହି ମଣ୍ଡପର ଏବେ ସୌନ୍ଦର୍ୟ୍ୟକରଣ କାର୍ୟ୍ୟ ସରିଛି। ଏଣିକି ଦର୍ଶକମାନେ ଏକ ଆକର୍ଷଣୀୟ ମଣ୍ଡପରେମନୋଜ୍ଞ ପରିବେଶ ମଧ୍ୟରେ ସାଂସ୍କୃତିକ କାର୍ୟ୍ୟକ୍ରମ ଦେଖିବାକୁ ପାଇବେ। ରାଜ୍ୟ ସରକାରଙ୍କ ତରଫରୁ ୯୬ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାସ୍ତା ଓ କୋଠାବାଡି (ପୂର୍ତ୍ତ) ବିଭାଗ ଦ୍ୱାରା ଏହି କାର୍ୟ୍ୟ ସମାପ୍ତ କରାଯାଇଛି। ଏଠାରେ ଯେପରି ସାଂସ୍କୃତିକ ଦଳମାନେ ନିଜକୁକାର୍ୟ୍ୟକ୍ରମ ପାଇଁ ପ୍ରସ୍ତୁତି କରିପାରିବେ, ସେଥିପାଇଁ ମଞ୍ଚ ପଛପଟେ ଥିବା ୨ ଟି ବେସମେଣ୍ଟ ହଲ ଓ ଗ୍ରୀନରୁମ୍ଗୁଡିକର ଆଧୁନିକୀକରଣ କରାଯାଇଛି ।ସବୁ ପ୍ରକୋଷ୍ଠରେ ସୁନ୍ଦର ସୁନ୍ଦର ଆକର୍ଷଣୀୟ ଦର୍ପଣ ଲଗାଯାଇଥିବାବେଳେ ଏଲ୍.ଇ.ଡି ଆଲୋକରେ ମଞ୍ଚ ସଜେଇହୋଇଛି। ନବୀକରଣ କରାଯାଇଥିବା ଏହି ଉତ୍କଳମଣ୍ଡପରେ ଏଣିକି ବିଭିନ୍ନ ସଂସ୍ଥା ଦ୍ୱାରା ସାଂସ୍କୃତିକ ଆୟୋଜନ କରିବା ସହଜ ହୋଇଛି। ଏଠାରେ କାର୍ୟ୍ୟକ୍ରମ ଆୟୋଜନ ପାଇଁ ଇଚ୍ଛୁକ ଅନୁଷ୍ଠାନମାନେ ଏଣିକି ରଊସଗ୍ଦଗ୍ଧକ୍ସସମଗ୍ଧ.କ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ ୱେବ୍ ସାଇଟ୍ ମାଧ୍ୟମରେସାଂସ୍କୃତିକ କାର୍ୟ୍ୟକ୍ରମ ପାଇଁ ଅନ୍ ଲାଇନ୍ ଯୋଗେ ଉତ୍କଳ ମଣ୍ଡପ ବୁକିଂ କରିପାରିବେ ବୋଲି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସୂଚନା ଦିଆଯାଇଛି।

ସୌନ୍ଦର୍ୟ୍ୟକରଣ କରାଯାଇଥିବା ଏହି ଉତ୍କଳ ମଣ୍ଡପକୁ ଆଜି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢୀ ବିଭାଗୀୟ ଅଧିକାରୀଙ୍କ ସମେତ ପରିଦର୍ଶନ କରିଥିଲେ ।
ପ୍ରକାଶ ଥାଉକି,ଚଳିତ ବର୍ଷ ଫେବୃୟାରୀ ୨୪ ତାରିଖରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ, ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଅଧିକ୍ଷଣ ଯନ୍ତ୍ରୀ , (ରାସ୍ତା ଓ କୋଠାବାଡି) ଡିଭିଜନ-୪,ନିର୍ମାଣସୌଧ,ଭୁବନେଶ୍ୱର ଓ ପ୍ରଖ୍ୟାତ ଓଡିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଅରୁଣା ମହାନ୍ତି ପ୍ରମୁଖ ପରିଦର୍ଶନ କରି ଏହାର ନବୀକରଣ ନିମନ୍ତେ ଉତ୍କଳମଣ୍ଡପ ପରିଦର୍ଶନ କରିଥିଲେ। ତଦନୁସାରେ ଅଧିକ୍ଷଣ ଯନ୍ତ୍ରୀ, ରାସ୍ତା ଓ କୋଠାବାଡି(ପୂର୍ତ୍ତ) ବିଭାଗକୁ ଉତ୍କଳମଣ୍ଡପର ନବୀକରଣ କାର୍ୟ୍ୟ ପାଇଁ ଗତ ମଇ ୨ ତାରିଖରେ ହସ୍ତାନ୍ତର କରାଯାଇଥିଲା ଓ ଇତିମଧ୍ୟରେ ମଣ୍ଡପର ନବୀକରଣ କାର୍ୟ୍ୟ ସଂପାଦନ କରାଯାଇଛି।
ଆଜି ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀଙ୍କ ଉତ୍କଳମଣ୍ଡପ ପରିଦର୍ଶନ ସମୟରେ ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ୟ୍ୟ, ଉପ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ମିଶ୍ର, ଉତ୍କଳ ମଣ୍ଡପର ପରିଚାଳକ ଶ୍ରୀ ପ୍ରମୋଦ ବିଶ୍ୱାଳଙ୍କ ସମେତ ପୂର୍ତ୍ତ, ବିଦ୍ୟୁତ୍ ବିଭାଗ ଓ ସଂପୃକ୍ତ ବିଭିନ୍ନ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories