www.samajalive.in
Sunday, December 14, 2025
23.1 C
Bhubaneswar

ଆଦିବାସୀଙ୍କ ଘରେ ରାତି ଅଧିଆ ଚଢ଼ାଉ କରି ଗିରଫ ଓ ମିଥ୍ୟା ମାମଲା ରୁଜୁ ଅଭିଯୋଗରେ ଥାନା ଘେରାଉ – ପୁଲିସ ଉପରେ ଆକ୍ରମଣ ୮କର୍ମଚାରୀ ଆହତ

ମୋହନା – ଆଦିବାସୀଙ୍କ ଘରେ ରାତି ଅଧିଆ ଚଢ଼ାଉ କରି ଗିରଫ ସହ ମିଥ୍ୟା ମାମଲା ରୁଜୁ କରିବା ଅଭିଯୋଗ କରି ଅଡବା ଥାନା ଘେରାଉ କରିଛନ୍ତି ଶହ ଶହ ମହିଳା ଓ ପୁରୁଷ ଆଦିବାସୀ । ଗଜପତି ଜିଲ୍ଲା ଅଡ଼ବା ଥାନା ପୁଲିସ ରବିବାର ଦିନ ରାତ୍ର ପ୍ରାୟ ୧୧ଟାରେ ଚୁଡଙ୍ଗପୁର ପଞ୍ଚାୟତ ଅଧିନ ଝରଣପୁର ଗାଁରେ ରାତି ଅଧିଆ ଚଢ଼ାଉ କରି କିରାଣୀ ଦୋକାନ କରିଥିବା ବିଶ୍ଵନାଥ ଭୂୟାଁ ନାମକ ବ୍ୟକ୍ତିଙ୍କୁ ଉଠାଇ ଆଣି ୨୦୭ କିଲୋ ଗଞ୍ଜେଇ ଜବତ କରିଥିବା ସୂଚନା ଦେଇଥିଲା । ମାତ୍ର ଗ୍ରାମବାସୀ ଏହାକୁ ମିଥ୍ୟାବୋଲି ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ଆଜି ୬ ଖଣ୍ଡ ପଞ୍ଚାୟତ ଅନ୍ତରବା, ଚୁଡଙ୍ଗପୁର, ଗୁଲୁବା,କେଶରୀଗୁଡ଼ା, ବିରିକୋଟ, ବଡସିନ୍ଧବା ଆଦି ପଞ୍ଚାୟତର ଶତାଧିକ ଅଧିବାସୀ ମହିଳା ଓ ପୁରୁଷମାନେ ଥାନା ସମ୍ମୁଖରେ ପ୍ରତିବାଦ କରିବା ସହ ତୁରନ୍ତ ମାମଲା ପ୍ରତ୍ୟାହାର କରି ଗିରଫ କରାଯାଇଥିବା ଭୂୟାଁଙ୍କୁ ନିର୍ଦୋଷରେ ଖଲାସ କରିବାକୁ ଦାବି କରିଛନ୍ତି ।

ସକାଳ ୮ଟା ସମୟରେ ଆଦିବାସୀମାନେ ଧାରଣ ଦେଇଥିଲେ। ପରେ ଥାନା ସମ୍ମୁଖରେ ଆଦିବାସୀ ମେଳି ବାନ୍ଧିଥିଲେ। ଥାନା ଫାଟକ ଧସାଇ ଭିତରେ ପଶିଥିଲେ। ସେମାନଙ୍କୁ ଅଟକାଉଥିବା ପୁଲିସ କର୍ମଚାରୀଙ୍କ ଉପରେ ଲୋକେ ଆକ୍ରମଣ କରିଥିଲେ। ଯାହାଫଳରେ ୮କର୍ମଚାରୀ ଓ ଅଧିକାରୀ ଆହତ ହୋଇଥିଲେ। ସେମାନଙ୍କୁ ଅଡବା ମେଡ଼ିକାଲ ଓ ପରେ ମୋହନା ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରଯାଇଥିଲା। ଉତ୍ୟକ୍ତ ଲୋକେ ଥାନାରେ ପଶି କମ୍ପ୍ୟୁଟର, ଟେବୁଲ୍, ଚେୟାର, କବାଟ, କାଚ ସାମଗ୍ରୀ, ଫୁଲ ଦାନୀ, ଫୁଲକୁଣ୍ଡ ସମେତ ଆବଶ୍ୟକ କାଗଜ ପତ୍ର ଚିରି ଫୋପାଡିବା ଶହ ଭଙ୍ଗା ରୂଜା କରିଥିଲେ।ଏହାପରେ ପୁଲିସ କର୍ମଚାରୀଙ୍କ ବାସଗୃହ ଉପରେ ଆକ୍ରମଣ କରିଥିଲେ। ଭୟରେ କର୍ମଚାରୀ ମାନେ ଥାନା ଛାଡି ଦୌଡି ପଳାଇଥିଲେ। ଖବର ପାଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ସମେତ ରା. ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକ, ମୋହନା ଥାନା ଅଧିକାରୀ ପ୍ରଶାନ୍ତ ନିସିକା,ସୁଜିତ କୁମାର ନାୟକ, ଉଦୟଗିରି ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ, ଗୁରାଣ୍ଡି ଫାଣ୍ଡି ଅଧିକାରୀ ରବିନ୍ଦ୍ର ପାତ୍ର, କାଶୀନଗର ଏସଆଇ ସିନ୍ଧୁ ସାରର୍କା, ରାୟଗଡ ଥାନା ଅଧିକାରୀ ଗୋବିନ୍ଦ ଗୌଡ, ପାରଳାଖେମୁଣ୍ଡି ଏସଡିପିଓ ରାମକୃଷ ପତି, ଡିଏସପି ରାଜକିଶୋର ଦାଶ ପ୍ରମୁଖ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ୫ ପ୍ଳାଟୁନ ପୁଲିସ ଫୋର୍ସ ଅଡବା ଥାନାରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମୃତୟନ ଅଛନ୍ତି। ଏହାପରେ ଖବର ପାଇ ମୋହନା ବିଡ଼ିଓ ତପସ୍ପିନୀ ହାଁସଦା, ଅତିରିକ୍ତ ତହସିଲଦାର ହିମାଂଶୁ ଭୂଷଣ ପଲାଇ, ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ମୋହନା ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର ମଳିକ, ଚନ୍ଦ୍ରଗିରି ଜିଲ୍ଲା ପରିଷଦ ସଭ୍ୟ ସୁନୀଲ କୁମାର ବିଷୋୟୀ, ଅତିରିକ୍ତ ଏସପି ବାମଦେବ ସିଂ ଅଡବା ଥାନାରେ ପହଞ୍ଚିଥିଲେ। ଉତ୍ତେଜିତ ଲୋକଙ୍କୁ ବୁଝାଶୁଝା କରାଇବା ସହ ଏକ ଶାନ୍ତି କମିଟି ବୈଠକ ପାଇଁ ମୋହନା କଲ୍ୟାଣ ମଣ୍ଡପଠାରେ ଏସପି ଜୟରାମ ଶତପଥିଙ୍କ ଉପସ୍ଥିତିରେ ଉପ ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ବ୍ଳକ ଉପାଧ୍ଯକ୍ଷା ବାଲମିନା ଅଧିକାରୀ,ଗୁଲୁବା ସରପଞ୍ଚ ସେବତୀ ଗମାଙ୍ଗ, ସମିତି ସଭ୍ୟ ହେମନ୍ତ ଗମାଙ୍ଗ, ମୋଶା ମାଝୀ, ଆଦିବାସୀ ନେତା ଆବ୍ରାହାମ ଗମାଙ୍ଗ, ଥ୍ୟୁପିଲ ଗମାଙ୍ଗ, ଡାନିଏଲ ଗମାଙ୍ଗ, ସୀମିୟ ଗମାଙ୍ଗ, ହାଡ଼ିଆ କନ୍ଧଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନଙ୍କ ଉପସ୍ଥିତିରେ ସମସ୍ତ ବିଷୟକୁ ତର୍ଜମା କରି ଏକ ୭ଜଣିଆ ଶାନ୍ତି କମିଟି ଗଠନ କରାଯାଇଛି। ସେମାନେ ୭ଦିନ ମଧ୍ୟରେ ଏସପି କିମ୍ବା ଏସଡିପିଓଙ୍କ କାର୍ଯ୍ୟାଳୟକୁ ଯାଇ ସମସ୍ୟାର ସମାଧାନ ପାଇଁ ଚେଷ୍ଟାକରିବେ । ଆଜିର ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଆଲୋଚନା ଓ ତଦନ୍ତ କରାଯିବା ସହିତ ଅଞ୍ଚଳରେ ଗଞ୍ଜେଇ ଚାଷକୁ ସମସ୍ତେ ମିଶି ପ୍ରତିହତ କରିବେ ବୋଲି ନିଷ୍ପତି ହୋଇଥିଲା।
ଏହି ଘଟଣାରେ ଆହତ ହୋଇଥିବା ପୁଲିସ କର୍ମଚାରୀ ମାନେ ହେଲେ ଏସଆଇ ଲକ୍ଷ୍ମଣ ବେସ୍ରା, ଜୟକୃଷ୍ଣ ପାଣିଗ୍ରାହୀ, ହୃଷିକେଷ ପଣ୍ଡା ଓ ତାଙ୍କ ୨ ପୁଅ ଓ ସ୍ତ୍ରୀ, କନେଷ୍ଟବଳ ରାଜୀବ ଶବର,ଶତୀ କାନ୍ତ ନାୟକ, ହାବିଲଦାର ଶ୍ରୀବତ୍ସ ରାଇତ, ନିମାଇଁ ଚରଣ ସାହୁ,କନେଷ୍ଟବଳ ଏ ସେ.କେ.ପାଣିଗ୍ରାହୀ, ସିପାହୀ ଅରବିନ୍ଦ ପରିଡା, ପବିତ୍ର ମୋହନ ନାୟକ ଆହତ ହୋଇଛନ୍ତି।

- Advertisement -

ଗଜପତି ଏସପି ଶ୍ରୀ ଆହତ ମାନଙ୍କ ପାଖକୁ ଯାଇ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories