ନୂଆଦିଲ୍ଲୀ : ଭାରତୀୟ ଇ-କମର୍ସ କମ୍ପାନୀଗୁଡ଼ିକ ୫ ଦିନିଆ ପାର୍ବଣ ଋତୁ ଅଫର ବିକ୍ରିରେ ୧୫,୦୦୦ କୋଟି ଟଙ୍କାର କାରବାର କରିଛନ୍ତି। ଗତ ବର୍ଷ ଏହି ପାର୍ବଣ ଋତୁ ଅଫର ବିକ୍ରିରେ ଏହି କମ୍ପାନୀଗୁଡ଼ିକ ୧୦,୩୨୫ କୋଟି ଟଙ୍କାର କାରବାର କରିଥିଲେ। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଇ-କମର୍ସ କମ୍ପାନୀଗୁଡ଼ିକର ବିକ୍ରିରେ ୬୪% ବୃଦ୍ଧି ଘଟିଛି। ଆମାଜନ ଇଣ୍ଡିଆ, ଫ୍ଲିପ୍କାର୍ଟ ଭଳି ଇ-କମର୍ସ କମ୍ପାନୀଗୁଡ଼ିକରେ ସ୍ମାର୍ଟଫୋନ୍, ବଡ ଉପକରଣ ଏବଂ ପ୍ରସାଧନ ସାମଗ୍ରୀ ଅଧିକ ବିକ୍ରି ହୋଇଛି।
ରେଡ ସିର କନସୋଲ୍ଟିଂର ରିପୋର୍ଟ ଅନୁସାରେ ଦ୍ୱିତୀୟ ଶ୍ରେଣୀ ସହରଗୁଡ଼ିକରେ ଇ-କମର୍ସ କମ୍ପାନୀଗୁଡ଼ିକର କାରବାର ବୃଦ୍ଧି ପାଇଛି। ଏହାସହ ଅଫର ଯୋଗୁଁ ଶସ୍ତା ଦର ଯୋଗୁଁ ବିକ୍ରିରେ ବୃଦ୍ଧି ଘଟିଛି। ଆମାଜନ ଇଣ୍ଡିଆର ଉପ ଅଧ୍ୟକ୍ଷ ଏବଂ ଭାରତ ମୁଖ୍ୟ ଅମିତ ଅଗ୍ରୱାଲ କହିଛନ୍ତି ଯେ ପାର୍ବଣ ବିକ୍ରିର ୩୬ ଘଣ୍ଟା ମଧ୍ୟରେ ଆମାଜନ ଗତବର୍ଷ ବିକ୍ରିକୁ ଅତିକ୍ରମ କରିଯାଇଥିଲା। ପ୍ରାୟ ୨.୪ ଗୁଣା ନୂଆ ଗ୍ରାହକ ଚଳିତ ଥର ଆମାଜନରୁ କିଣିଛନ୍ତି। ନୂଆ ଗ୍ରାହକଙ୍କ ମଧ୍ୟରୁ ୮୦% ଛୋଟ ସହରର ଥିଲେ। ଛୋଟ ସହରଗୁଡ଼ିକରୁ ପ୍ରଥମ ୪ ଦିନରେ ୯୯% ବରାଦ (ଅର୍ଡର) ଆସିଥିଲା। ପ୍ରସାଧନ ସାମଗ୍ରୀରେ ୬୩% ବରାଦ ଛୋଟ ସହରରୁ ଆସିଥିଲା। ଉପଭୋକ୍ତାଙ୍କୁ ଆକୃଷ୍ଟ କରିବା ପାଇଁ ପାର୍ବଣ ବିକ୍ରିରେ ସାମଗ୍ରୀ ବିନିମୟ (ଏକ୍ସଚେଞ୍ଜ) ଇଏମ୍ଆଇ ଏବଂ ବ୍ୟାଙ୍କ ଅଫରକୁ ବ୍ୟବହାର କରାଯାଇଥିଲା। ସେହିପରି ଫ୍ଲିପ୍କାର୍ଟରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୮୦% ଅଧିକ ବିକ୍ରି ହୋଇଛି।
ପାର୍ବଣର ୫ ଦିନରେ ୧୫,୦୦୦ କୋଟି ଟଙ୍କାର କାରବାର କଲେ ଇ-କମର୍ସ କମ୍ପାନୀ
Popular Categories



