www.samajalive.in
Tuesday, December 9, 2025
17.1 C
Bhubaneswar

ତିନି ଲସ୍କର ଆତଙ୍କବାଦୀ ନିପାତ, ଜଣେ ଯବାନ ସହିଦ

ଶ୍ରୀନଗର : ଜାମୁ କାଶ୍ମୀର ରାଜଧାନୀ ଶ୍ରୀନଗରର ଫତେହ କଦାଲ ଅଞ୍ଚଳରେ ବୁଧବାର ସକାଳେ ସୁରକ୍ଷା ବାହିନୀଙ୍କ ସହ ଗୁଳି ବିନିମୟରେ ତିନି ଜଣ ଲସ୍କର-ଇ ତୋଇବା (ଏଲ୍‍ଇଟି) ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିରେ ଜଣେ ପୁଲିସ୍‍ କର୍ମୀ ସହିଦ ହୋଇଥିବାବେଳେ କେତେ ଜଣେ ଆହତ ହୋଇଛନ୍ତି।
ସୂଚନା ଅନୁସାରେ ଫତେହ କଦାଲ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା। ଫଳରେ ବୁଧବାର ସକାଳେ ସୁରକ୍ଷା ବାହିନୀ ସ୍ଥାନୀୟ ଅଞ୍ଚଳକୁ ଘେରାଉ କରି ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ଖସିଯିବାକୁ ଚେଷ୍ଟା କରି ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ସୁରକ୍ଷା କର୍ମୀଙ୍କ ପକ୍ଷରୁ ପ୍ରତିଜବାବୀ କାର୍ଯ୍ୟାନୁଷ୍ଠାନରେ ଗୁଳି ବିନିମୟ କରାଯାଇଥିଲା। ଏଥିରେ ଲସ୍କରର ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଜଣେ ପୁଲିସ୍‍ କର୍ମୀ ସହିଦ ହୋଇଥିବାବେଳେ କେତେ ଜଣ ଆହତ ହୋଇଛନ୍ତି।
ଏହା ପୂର୍ବରୁ ଅକ୍ଟୋବର ୧୩ରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ। ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ର ଜବତ କରାଯାଇଥିଲା।
ଫତେହ କଦାଲ ଅଞ୍ଚଳରେ ଆଉ କେତେଜଣ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories