www.samajalive.in
Tuesday, December 9, 2025
23.1 C
Bhubaneswar

‘ବିଶ୍ୱତାପାୟନ ହ୍ରାସ ପାଇଁ ପୃଥିବୀକୁ ସବୁଜିମାମୟ କରିବାକୁ ପଡ଼ିବ’

ଭୁବନେଶ୍ୱର : ସମଗ୍ର ପୃଥିବାକୁ ସବୁଜିମାମୟ କରିବା ଆବଶ୍ୟକ। ଏଥିପାଇଁ ନିଜର ବିକେକ ଅନୁଯାୟୀ ସମଗ୍ର ବିଶ୍ୱକୁ କିଭଳି ସବୁଜିମାମୟ କରିହେବ ସେଥିପାଇଁ ପ୍ରୟାସ ଚଳାଇବା ଆବଶ୍ୟକ। ଫଳରେ ସମ୍ପ୍ରତି ପୃଥିବୀର ସବୁଠୁ ବଡ଼ ସମସ୍ୟା ବିଶ୍ୱତାପାୟନ ହ୍ରାସ କରାଯାଇପାରିବ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ଆହ୍ୱାନ ଦେଇଛନ୍ତି।
କଳା, ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ‘ଓଡ଼ିଆ ମିଡ଼ିଆ’ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ‘ଓଡ଼ିଶା ଉତ୍କର୍ଷ ସମ୍ମାନ’ ପ୍ରଦାନ ଉତ୍ସବରେ ରାଜ୍ୟପାଳ କହିଥିଲେ ଯେ ପୃଥିବୀ ପରିବର୍ତ୍ତନଶୀଳ। ଏହି ପରିବର୍ତ୍ତିତ ପୃଥିବୀକୁ କିଭଳି ଅଧିକ ବାସଯୋଗ୍ୟ କରିହେବ ସେଥିପାଇଁ ସମସ୍ତେ ଚିନ୍ତାକରିବା ସମୟ ଆସିଛି।
ମାନବିକତା ଦୃଷ୍ଟିକୋଣରୁ ବିଶ୍ୱଭ୍ରାତୃଭାବ ଓ ସର୍ବଧର୍ମ ସମନ୍ୱୟରେ ଭାଇଚାରା ବଜାୟ ରଖିବା ଦରକାର। ଏଭଳି ଭାବାବେଗକୁ ଆଧାର କରି ନିଜ କ୍ଷେତ୍ରରେ ଜଗତ କଲ୍ୟାଣ ପାଇଁ ଉଦ୍ୟମ ଜାରି ରଖିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି।
କାର୍ଯ୍ୟକ୍ରମରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଗୌରହରି ଦାସ ଯୋଗଦେଇ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଓ ମହାତ୍ମା ଗାନ୍ଧୀଙ୍କ ସହ ତାଙ୍କର ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଦୃଢ଼ ଆତ୍ମବିଶ୍ୱାସ, କଠିନ ପରିଶ୍ରମ ଓ ସମୟାନୁବର୍ତ୍ତିତା ହୋଇ ସମାଜର ପ୍ରଗତି ପାଇଁ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ। ‘ଓଡ଼ିଆ ମିଡ଼ିଆ’ ନିର୍ଦେଶକ ଶୁଭ୍ରାଂଶୁ ପଣ୍ଡା ସ୍ୱାଗତ ଭାଷଣ ଦେଇଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଶୁଚିସ୍ମିତା ପୃଷ୍ଟି।
ଏହି ଅବସରରେ ‘ଓଡ଼ିଶା ଉତ୍କର୍ଷ ସମ୍ମାନ’ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଦେବଦାସ ଛୋଟରାୟ (ସାହିତ୍ୟ), ସମ୍ପଦ ମହାପାତ୍ର (ସାମ୍ବାଦିକତା), ସୂର୍ଯ୍ୟ ମହାନ୍ତି (ନାଟକ), ମିହିର ଦାସ (ସିନେମା), ଶରତ କୁମାର ଦାଶ (ପ୍ରଶାସନ), ମାନସ କୁମାର ଜେନା(କଳା), ସଂଗ୍ରାମ ଧର (ନେତୃତ୍ୱ), ପ୍ରେମ ଆନନ୍ଦ (ସଙ୍ଗୀତ), ଶଙ୍କର୍ଷଣ ପରିଡ଼ା (ଭାଷା), ଡାକ୍ତର ଅନୀତା ପଣ୍ଡା (ସ୍ୱାସ୍ଥ୍ୟସେବା), ସୁଧୀର ଦାସ (ପରିବେଶ), ଶରତଚନ୍ଦ୍ର ଭଦ୍ର (ସଂସ୍କୃତି), ରବି ଶତପଥୀ(ଯୁବ ଆଦର୍ଶ), ମାତୃପ୍ରସାଦ ମିଶ୍ର(ଧର୍ମ ଓ ଦର୍ଶନ), ବିପ୍ଳବ ଜେନା (ସମାଜସେବା), ମୋନିକା ଦାସ (ଶିକ୍ଷା) ଓ ସ୍ୱାଗତ ରାଉତରାୟ (କୌଶଳ ବିକାଶ), ଜିତେନ୍ଦ୍ରକୁମାର ମହାନ୍ତି (ଶିଳ୍ପ), ଜେଏସ୍‍ପିଏଲ୍‍ର ଉପ ସଭାପତି ପ୍ରଶାନ୍ତ କୁମାର ହୋତା (ସାମାଜିକ ଉନ୍ନୟନ), ଅଜୟ ବାହାଦୂର ସିଂହ (ଶିକ୍ଷାନୁଷ୍ଠାନ)ଙ୍କୁ ‘ଓଡ଼ିଶା ଉତ୍କର୍ଷ ସମ୍ମାନ ୨୦୧୮’ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ସମ୍ମାନିତ ବ୍ୟକ୍ତିତ୍ୱଙ୍କ ସଫଳ ଓ ପ୍ରେରଣାଦାୟୀ କାହାଣୀକୁ ନେଇ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା।
ଉତ୍ସବରେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଗୌରହରି ଦାସଙ୍କ ଜୀବନ ସଂଘର୍ଷ ଉପରେ ପର୍ଯ୍ୟବସିତ ଅନନ୍ତ ମହାଦେବନଙ୍କ ଦ୍ୱାରା ନିର୍ଦେଶିତ ହିନ୍ଦୀ ଚଳଚ୍ଚିତ୍ର ‘ଗୌରହରି ଦାସ୍ତାନ୍‍’ ପ୍ରଦର୍ଶିତ ହୋଇଥିଲା। ମୃତୁଞ୍ଜୟ ରଥ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories