www.samajalive.in
Sunday, December 14, 2025
23.1 C
Bhubaneswar

ଆକବରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଆଉ ଜଣେ ସାମ୍ବାଦିକା

ନୂଆଦିଲ୍ଲୀ : କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍‍.ଜେ ଆକବରଙ୍କ ସାମ୍ବାଦିକତା ଜୀବନର କଳା କାରନାମାକୁ ନେଇ ଅଭିଯୋଗର ଫର୍ଦ ଲମ୍ବିବାରେ ଲାଗିଛି। ଯୌନ ନିର୍ଯାତନା ନେଇ ସମ୍ବାଦିକା ପ୍ରିୟା ରମଣୀଙ୍କ ଅଭିଯୋଗ ଓ ଏହାକୁ ନେଇ ଆକବରଙ୍କ ମାନହାନି ମକଦ୍ଦମା ପରେ ସୋମବାର ଆଉ ଜଣେ ସାମ୍ବାଦିକା ତୁଷିତା ପଟେଲ ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ତୁଷିତାଙ୍କୁ ମିଶାଇ ଆକବରଙ୍କ ବିରୋଧରେ ଅଦ୍ୟାବଧି ୧୨ଜଣ ମହିଳା ଯୌନ ନର୍ଯାତନା ଅଭିଯୋଗ ଆଣିଲେଣି; ଫଳରେ ‘ମି ଠୁ’ ଝଡ଼ରେ ପଡ଼ିଥିବା କେନ୍ଦ୍ରମନ୍ତ୍ରୀଙ୍କ ପାଇଁ ଅଡ଼ୁଆ ବଢ଼ିଚାଲିଛି।
ତୁଷିତା ଅଭିଯୋଗ କରିଛନ୍ତି ଯେ ଦୈନିକ ଖବରକାଗଜ ‘ଡେକାନ୍‍ କ୍ରୋନିକଲ’ରେ କାର୍ଯ୍ୟ କରିବା ସମୟରେ ୧୯୯୩ରେ ଆକବର ତାଙ୍କୁ ହୋଟେଲ ଓ କାର୍ଯ୍ୟାଳୟ କନ୍‍ଫରେନ୍ସ ରୁମ୍‍କୁ ଡାକି ଯୌନ ନିର୍ଯାତନା ଦେଇଥିଲେ। ଏହା ତାଙ୍କୁ ଖୁବ୍‍ ଯନ୍ତ୍ରଣା ଦେଇଥିଲା। ‘ଟେଲିଗ୍ରାଫ୍‍’ରେ କାମ କଲାବେଳେ ୧୯୯୨ରେ କଲକାତାର ଏକ ହୋଟେଲକୁ ତାଙ୍କୁ ଡକାଇଥିଲେ। ସେତେବେଳେ ୨୨ବର୍ଷ ବୟସ୍କା ତୁଷିତା ତାଙ୍କ କୋଠରିରେ ପହଞ୍ଚିବାବେଳକୁ ଆକବର ଏକ ଅଣ୍ଡରୱିଅର ପିନ୍ଧିଥିଲେ। ତାଙ୍କୁ ପାଖକୁ ଡାକି ଅଣ୍ଡରୱିଅର ଖୋଲିବା ସହ ବଳପୂର୍ବକ ଦୁଇ ଥର ଚୁମ୍ବନ ଦେଇଥିଲେ। ଆକବର ତାଙ୍କୁ ବିଭିନ୍ନ ଆଲୋଚନା ଆଳରେ ଡକାଇ ଘରେ, ହୋଟେଲରେ ଏଭଳି ଯୌନ ନିର୍ଯାତନା ଦେଇଥିବାର ତିନିଟି ଦୃଷ୍ଟାନ୍ତ ରଖିଛନ୍ତି ତୁଷିତା। ଆକବର ଜଣେ ଅଧେ ନୁହନ୍ତି; ବହୁ ସାମ୍ବାଦିକା ଓ ମହିଳାଙ୍କର ଜୀବନ ବରବାଦ କରିଥିବା ମଧ୍ୟ ସେ ଅଭିଯୋଗରେ ଦର୍ଶାଇଛନ୍ତି। ସମୟକ୍ରମେ ସେମାନେ ଆକବରଙ୍କ ଲମ୍ପଟ ଚରିତ୍ର ଉପରୁ ପରଦା ଉଠାଇବା ପାଇଁ ସମ୍ନାକୁ ଆସିବେ ବୋଲି ପଟେଲ କହିଛନ୍ତି। ତୁଷିତାଙ୍କର ଏ ସମ୍ପର୍କିତ ଏକ ଖୋଲା ଚିଠି ‘ସ୍କ୍ରୋଲ’ ୱେବ୍‍ସାଇଟ୍‍ରେ ପ୍ରକାଶ ପାଇଛି। ଏହା କ’ଣ ଆକବରଙ୍କର ନୈତିକ ଚରିତ୍ରର ନିଦର୍ଶନ ବୋଲି ସେ ପ୍ରଶ୍ନ କରିଛନ୍ତି।
ଅପରପକ୍ଷର ଆକବର ଏସବୁ ଅଭିଯୋଗକୁ ତାଙ୍କ ବିରୋଧରେ ରାଜନୈତିକ ଷଡ଼ଯନ୍ତ୍ର ବୋଲି ଅଭିହିତ କରିଛନ୍ତି। ବିଦେଶ ଗସ୍ତରୁ ଫେରିବା ପରେ ସୋମବାର ସେ ତାଙ୍କ ବିରୋଧରେ ପ୍ରଥମ ଅଭିଯୋଗ ଆଣିଥିବା ସାମ୍ବାଦିକା ପ୍ରିୟା ରମଣୀଙ୍କ ବିରୋଧରେ ଆପରାଧିକ ମାନହାନି ମୋକଦ୍ଦମା ଦାୟର କରିଛନ୍ତି। ପ୍ରିୟା ‘ସତ୍ୟର ବଳ’ରେ ଏହାର ମୁକାବିଲା କରିବେ ବୋଲି କହିଛନ୍ତି। ଏହି ପରିପ୍ରେକ୍ଷୀରେ ତୁଷିତା କହିଛନ୍ତି ଯେ ଆଇନଗତ ମାମଲାର ଧମକ ଦେଇ ଆମର ମୁହଁ ବନ୍ଦ କରିପାରିବେନି ଆକବର। ଏବେ ଆମର ସତ୍ୟ ଉନ୍ମୋଚନ କରିବାର ସମୟ ଆସିଛି; ଆମେ ଅନ୍ୟକୁ ଏହା ଶୁଣାଇବା ପାଇଁ ପୁଲିସ ପାଖକୁ ଯାଇ ଅଭିଯୋଗ କରିବା ଆବଶ୍ୟକ ନାହିଁ।
ସୂଚନାନୁଯାୟୀ, ଆକବର ସ୍ଥାନୀୟ ପଟିଆଲା ହାଉସ୍‍ କୋର୍ଟରେ ଦାୟର କରିଥିବା ମାମଲା ଲଢ଼ିବା ପାଇଁ ୯୭ ଆଇନଜୀବୀ ପ୍ରସ୍ତୁତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୬ଜଣ ଅଦାଲତରେ ଉପସ୍ଥିତ ହେବେ। ସେମାନେ ପ୍ରସିଦ୍ଧ କରଞ୍ଜୱାଲା ଏଣ୍ଡ କୋ ଆଇନ ପ୍ରତିଷ୍ଠାନର ସଦସ୍ୟ। ସମସ୍ତେ ଆକବରଙ୍କ ୱକାଲତ୍‍ନାମାରେ ଦସ୍ତଖତ କରିଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories