www.samajalive.in
Sunday, December 14, 2025
17.1 C
Bhubaneswar

ଛଣାଛଣି ପରେ ବଳକା ତେଲର ଏଭଳି ବ୍ୟବହାର କରନ୍ତି କି ?

ଅନେକ ଲୋକେ ତେଲରେ ଛଣାଛଣି ଖାଦ୍ୟ ପ୍ରସ୍ତୁତ କରିବା ପରେ ସେ ପୁଣି ସେହି ତେଲକୁ ବ୍ୟବହାର କରିଥାଆନ୍ତି। ଛଣାଛଣି ପରେ ତେଲ ବଳିବା କାରଣ ସହ କିଛି ଲୋକଙ୍କ ଧାରଣା ଛଣା ତେଲରେ ଖାଦ୍ୟ ପ୍ରସ୍ତୁତ କରିବା ଦ୍ୱାରା ତାହା ଅଧିକ ସ୍ୱାଦିଷ୍ଟ ଲାଗିଥାଏ। ମାତ୍ର ଆପଣଙ୍କ ଏହି ଅଭ୍ୟାସ ରହିଛି କି ? ତେବେ ଜାଣନ୍ତୁ ସ୍ୱାସ୍ଥ୍ୟ ଉପରେ ଏହା କି ପ୍ରଭାବ ପକାଇଥାଏ।
ବିଭିନ୍ନ ସମୟରେ ଘରେ ଛଣାଛଣି ଖାଦ୍ୟ ପ୍ରସ୍ତୁତ କରିବା ପରେ ତେଲ ବଳିଯାଏ। ସେହି ତେଲକୁ ରଖି ତା’କୁ ପୁର୍ନବାର ରୋଷେଇରେ ବ୍ୟବହାର କରୁ। ତେଲର ଏପରି ବ୍ୟବହାର ସ୍ୱାସ୍ଥ୍ୟ ପକ୍ଷେ ଖୁବ କ୍ଷତିକାରକ। ଏହା କର୍କଟ ଭଳି ବିଭିନ୍ନ ମାରାତ୍ମକ ରୋଗର କାରଣ। ଜାଣନ୍ତୁ କେଉଁ ସବୁ କାରଣରୁ ଛଣା ତେଲରେ ପୁନର୍ବାର ଖାଦ୍ୟ ପ୍ରସ୍ତୁତ କରିବା ଉଚିତ ନୁହେଁ ..
ଛଣା ତେଲରେ ଫ୍ରି ରେଡ଼ିକଲସ ନାମକ ଏକ ପଦାର୍ଥ ତିଆରି ହୋଇଥାଏ। ବାରମ୍ବାର ଗରମ କରିବା ଫଳରେ ସେହି ତେଲର ଗନ୍ଧ ଉଡ଼ିଯାଏ ଓ ଆଣ୍ଟିଅକ୍ସିଡ଼ାଣ୍ଟର ପରିମାଣ କମ ହୋଇଯାଏ। ଫଳରେ କର୍କଟ , ଏସିଡ଼ିଟି, ହୃଦରୋଗ, ହେବାର ଅଧିକ ସମ୍ଭାବନା ସୃଷ୍ଟି ହେବା ସହ କୋଲେଷ୍ଟ୍ରୋଲର ପରିମାଣ ବୃଦ୍ଧି ହୋଇଥାଏ।
ବେଳେ ବେଳେ ପକୋଡ଼ା, ଚିପସ ଆଦି ଫ୍ରାଏ ପାଇଁ ବ୍ୟବହୃତ ତେଲ ବଳକା ରହିଲେ, ସେଥିରେ ପୁଣି ଆଉ କିଛି ତେଲ ମିଶାଇ ଖାଦ୍ୟ ପ୍ରସ୍ତୁତ କରିବା ଉଚିତ ନୁହେଁ। ଏହା ମଧ୍ୟ ଶରୀର ପାଇଁ ଖୁବ କ୍ଷତିକାରକ ହୋଇଥାଏ। ଏହା ପେଟ ଜନିତ ସମସ୍ୟା ସୃଷ୍ଟି କରିଥାଏ। ଖାଦ୍ୟ ବିଳମ୍ବରେ ଓ ଭଲ ଭାବେ ହଜମ ହୋଇନଥାଏ। ମୁଣ୍ଡ ବିନ୍ଧା, ଦୃଷ୍ଟି ଶକ୍ତି ଓ ସ୍ମରଣ ଶକ୍ତି ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories