ଅସୁରଗଡରେ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ଦଳ

ସମ୍ବଲପୁର : ବିଗତ ଦିନରେ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ଦ୍ୱାରା କରାଯାଇଥିବା ଖନନ ଦ୍ୱାରା ଅସୁରଗଡ ଅଞ୍ଚଳରୁ ପ୍ରାଚୀନ ଇତିହାସ ସାକ୍ଷ୍ୟ ସର୍ବସମ୍ମୁଖକୁ ଆସିଥିଲା । ଏଣୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ସଂରକ୍ଷଣ ନିମନ୍ତେ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥାକୁ ପତ୍ର ଲେଖିଥିଲେ । ଏଣୁ ଗୁରୁବାର ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥାର ଉତ୍ତଖନନ ଶାଖା – ୪ ର ଅଧୀକ୍ଷଣ ପ୍ରତ୍ନତତ୍ୱବିଦ ଡ. ସୁଶାନ୍ତ କୁମାର କର ଙ୍କ ନେତୃତ୍ୱରେ ଏକ ଦଳ ବରପାଲି ସ୍ଥିତ ଅସୁରଗଡର ଭୈତିକ ପରିଭ୍ରମଣ କରିଥିଲେ ।

prayash

ଏଥିରେ ଉତ୍‌ଖନନ ନିର୍ଦ୍ଦେଶକ ତଥା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ଡ. ଅଜୁଲ କୁମାର ପ୍ରଧାନ ଓ ସହ ନିର୍ଦ୍ଦେଶକ ଡ. ଉମାକାନ୍ତ ପଣ୍ଡା ମଧ୍ୟ ଏହି ପରିଦର୍ଶନରେ ସାମିଲ ହୋଇଥିଲେ । ତେବେ ବର୍ଷା ମାସ ହୋଇଥିବାରୁ ଉତ୍ତଖନନ ଅଞ୍ଚଳଟ ଏବେ ଘଞ୍ଚ ଜଙ୍ଗଲରେ ଆଚ୍ଛାଦିତ ରହିଥିବାରୁ ସର୍ବେକ୍ଷଣ କରିବାର କଷ୍ଟକର ହୋଇଥିବା ସତ୍ୱେ କିଛିଟା ମାଟି ପାତ୍ରର ନମୁନା ସଂଗ୍ରହ ସର୍ବେକ୍ଷଣ ଦଳ କରିଥିଲେ । ଗ୍ରୀଷ୍ମ ଋତୁରେ ପାଗ ଅନୁକୂଳ ହେବା ପରେ ପୁନଶ୍ଚ ଏହି ସର୍ବେକ୍ଷଣ କାର୍ଯ୍ୟ କରାଯିବ ବୋଲି ଡକ୍ଟର କର କହିଛନ୍ତି । ଏହି ଦଳରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରତ୍ନତତ୍ୱ ବିଭାଗର ସହାୟକ ପ୍ରତ୍ନତତ୍ୱବିଦ ଡ. ଆଶିଷ ରଞ୍ଜନ ସାହୁ, ଛାୟା ଚିତ୍ରକାର ଦେବାଶିଷ ମିଶ୍ର ଏବଂ ଜିଏମୟୁର ଗବେଷକ ଛାତ୍ର ଚୂଡାମଣି ରଣା ଦଳରେ ସାମିଲ ରହିଥିଲେ ।

Comments are closed.