www.samajalive.in
Monday, December 8, 2025
24.1 C
Bhubaneswar

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପିଅନ୍ତୁ ମାଠିଆ ଜଳ

ମାଟି ପାତ୍ରର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ବୋଲି କୁହାଯାଏ। ମାତ୍ର ଏହାର ଉପକାରିତା ଗୁଣ ବିଷୟରେ ସଭିଁଏ ହୁଏତ ଜାଣି ନଥିବେ। ଏହାର ବହୁ ଏପରି ଗୁଣ ରହିଛି, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ। ଜାଣନ୍ତୁ , ଏହାର ଉପକାରିତା ଗୁଣ ବିଷୟରେ ….
ନିୟମିତ ମାଠିଆ କିମ୍ବା ମାଟି ପାତ୍ରର ପାଣି ପିଇଲେ ଏସିଡ଼ିଟି ସଂପୂର୍ଣ୍ଣ ଭାବେ କମିଯାଇଥାଏ।
ନିୟମିତ ଏହାର ପାଣି ପିଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ।
ହଜମ କ୍ରିୟାକୁ ଏହା ସୂଚାରୁ ରୂପେ କାର୍ଯ୍ୟ କରିବାକୁ ସାହାଯ୍ୟ କରିଥାଏ।
ମାଠିଆରେ ପାଣି ରଖିଲେ ତାହା ଜୀବାଣୁ ମୁକ୍ତ ହୋଇଯାଏ। ଏତଦ୍‍ ବ୍ୟତୀତ ପାଣିର ସମସ୍ତ ଆବଶ୍ୟକ ପୋଷକ ତତ୍ତ୍ୱ ଏହି ପାଣିରେ ରହିଥାଏ।
ଏହି ପାଣି ପିଇବା ଦ୍ୱାରା ପେଟ ଥଣ୍ଡା ହୋଇଥାଏ।
ଏହାର ପାଣିକୁ ନିୟମିତ ପିଇବା ଦ୍ୱାରା ପେଟ ଜନିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ।
ମାଠିଆକୁ ରଙ୍ଗ ପାଇଁ ଗେରୁଆ ରଙ୍ଗ ବ୍ୟବହୃତ ହୋଇଥାଏ। ଯାହା ପାଣିକୁ ଉପଯୁକ୍ତ ପରିମାଣରେ ଥଣ୍ଡା କରେ। ଏହି ପାଣିକୁ ପିଇବା ଦ୍ୱାରା କୋଷ୍ଠକାଠିନ୍ୟ, ଗ୍ୟାସଟିକ୍‍ ଭଳି ବିଭିନ୍ନ ରୋଗରୁ ଶରୀରକୁ ରକ୍ଷା କରିଥାଏ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories