ପାଟଣା: ପାଟଣା ବ୍ଲକ ନିକଟ ସମନ୍ୱିତ ଶିଶୁବିକାଶ ବିଭାଗର ଉପରମହଲା କୋଠାଟିର ଛାତ ବିପଦ ସଙ୍କୁଳ ହୋଇପଡ଼ିଛି। ଛାତରୁ ପୁଳା ପୁଳା କଂକ୍ରିଟ ଖସିଯିବା ସହ ଭିତର ଲୁହାଛଡ଼ ବାହାରକୁ ବାହାରି ଆସି ଛାତ ବିପଦ ସଙ୍କୁଳ ହୋଇପଡ଼ିଛି। ଏମିତି ଏହି ଗୃହ ଗୁଡିକ ଦୀର୍ଘ ବର୍ଷ ହେବ ରକ୍ଷଣାବେକ୍ଷଣ ଅଭାବରୁ ଏମିତି ହେବା ସ୍ବାଭାବିକ କୁହାଯାଇଛି। ବ୍ଲକ ଅଞ୍ଚଳ ଶିଶୁବିକାଶ ଓ ମିଶନ ଶକ୍ତି କାର୍ଯ୍ୟ ତ୍ଵରାନିତ କ୍ଷେତ୍ରରେ ପ୍ରମୁଖ ଯୋଗଦାନ ଥିବା ସମ୍ମନିତ ଶିଶୁ ବିକାଶ ବିଭାଗ ଗୃହର ମରାମତି ଆବଶ୍ୟକ ହୋଇପଡ଼ିଛି। ବ୍ଲକ କାର୍ଯଳୟ ଓ କ୍ୱାଟର ନିର୍ମାଣ ପାଇଁ କୋଟି କୋଟି ଟଙ୍କାର ନୂଆଘର ହେଉଥିବାବେଳେ ପ୍ରଶାସନ ସମନ୍ୱିତ ଶିଶୁବିକାଶ ଗୃହ ପ୍ରତି ଆଖି ବୁଜିଦେବା ଦୁର୍ଭାଗ୍ୟଜନକ କୁହାଯାଉଛି।
Popular Categories



