ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳରେ ୨୨ ଟିକିଆ ହାତୀପଲଙ୍କ ଉପଦ୍ରବ ଜାରି ରହିଛି। ବିଳମ୍ବିତ ରାତିରେ ଏହି ହାତୀପଲ ଆଖପାଖ ଅଞ୍ଚଳରେ ଧାନବିଲ, ବୋଇତାଳୁ ଚାଷକୁ ମାଡିଦଳି ନଷ୍ଟ କରିବା ସହିତ ପୁନର୍ବାର ଟଭାସରୁଆ ଗ୍ରାମ ନିକଟ ଖୁଞ୍ଚିବେଡା ଗ୍ରାମର ଦୁଖବନ୍ଧୁ ନାଏକଙ୍କ ଘରର କାନ୍ଥ ଭାଙ୍ଗି ଦେଇଛନ୍ତି। ସେହିପରି ନୂଆଗାଁ ଗ୍ରାମରେ ଗୋଟିଏ ଘର ଭାଙ୍ଗି ଦେଇଛନ୍ତି। ଅଞ୍ଚଳରେ ଏବେ ହାତୀ ଉପଦ୍ରବ ଜାରି ରହିଥିବା ବେଳେ ବ୍ୟାପକ ପରିମାଣରେ ଧାନ ଫସଲ ଓ ପନିପରିବା ଚାଷ ନଷ୍ଟ କରିଥିବା ଜଣାପଡିଛି। ଏବେ ଏହି ହାତୀପଲ ହାତୀପଲ ଦୁଇ ଭାଗ ହୋଇ ନୂଆଗାଁ ଜଙ୍ଗଲ ନିକଟରେ ୫ଟି ହାତୀ ଥିବା ବେଳେ ଟଭାସରୁଆ ଦ୍ରୋପଦୀ ହୁଡି ନିକଟରେ ୧୭ଟି ଡେରା ପକାଇ ଥିବା ବନ ବିଭାଗ ସୂଚନା ଦେଇଛି। ତେବେ ଅଞ୍ଚଳରେ ଏବେ ହାତୀପଲ ବ୍ୟାପକ ପରିମାଣର କ୍ଷତି ଘଟାଇଥିବାରୁ ବନବିଭାଗ କ୍ଷୟକ୍ଷତି ଆକଳନ କରି ଲୋକମାନଙ୍କୁ ସରକାରୀ ସହାୟତା ଦେବା ସହ ହାତୀପଲକୁ ଅଞ୍ଚଳରୁ ଘଉଡାଇବାକୁ ଦାବି ହୋଇଛି।
Popular Categories



