ଭୋଟର ତାଲିକାରେ ଆଧାର ସଂଯୋଗ ନିମନ୍ତେ ବୁଲିଲା ସଚେତନ ରଥ
ବୌଦ୍ଧ: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ସହରାଞ୍ଚଳର ମତଦାତାଙ୍କ ଆଧାର ନମ୍ବରକୁ ଭୋଟର ପରିଚୟ ପତ୍ର ସହ ସଂଯୋଗ କରିବା ପାଇଁ ଏକ ସଚେତନ ରଥର ଶୁଭାରମ୍ଭ ମଙ୍ଗଳବାର ଦିନ ହୋଇଯାଇଛି। ଜିଲାପାଳ ସତ୍ୟରଂଜନ ସାହୁ , ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବହେରା, ଉପଜିଲାପାଳ ସତନ କୁମାର ନାଏକ, ସହାକରୀ ଜିଲ୍ଲାପାଳ ନିର୍ବାଚନ ସତ୍ୟଜିତ ମହାପାତ୍ରଙ୍କ ଉପସ୍ଥିତିରେ ଏହି ରଥର ଶୁଭାରମ୍ଭ ହୋଇଥିଲା। ଏହି ରଥ ବୌଦ୍ଧ ସହରର ଅର୍ନ୍ତଗତ ଦୁଇଟି ନିର୍ବାଚନ ମଣ୍ଡଳୀର ବୌଦ୍ଧ, ହରଭଙ୍ଗା ଓ କଂଟାମାଳ ବ୍ଳକର ଭୋଟର ମାନଙ୍କୁ ସ୍ୱେଚ୍ଛାକୃତ ଭାବେ ସେମାନଙ୍କ ଆଧାର ନମ୍ବରକୁ ଭୋଟର ତାଲିକାରେ ସଂଯୋଗିକରଣ ପାଇଁ ସଚେତନତା ସୃଷ୍ଟି କରିବ।
Comments are closed.