www.samajalive.in
Monday, December 15, 2025
26.1 C
Bhubaneswar

ଛାତ୍ରଛାତ୍ରୀଙ୍କ ଗୁରୁପୂଜନ

ସୁଆଣ୍ଡୋ :  ପ୍ରାଚୀନ ସମୟରୁ ଆଜିର ସ୍ମାର୍ଟ ଶତାବ୍ଦୀରେ ପହଞ୍ଚି ସୁଦ୍ଧା ଆମେ ଗୁରୁପୂଜନ ପାସୋରି ନାହୁଁ । ସର୍ବଭାରତୀୟ ସ୍ତରରେ ସେପ୍ଟେମ୍ବର ୫ ତାରିଖକୁ ଗୁରୁଦିବସ ଭାବେ ପାଳନ ପାଳନ କରାଯାଇ ଆସୁଛି। ଭାରତର ପ୍ରଥମ ଉପରାଷ୍ଟ୍ରପତି ଓ ଦ୍ୱିତୀୟ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ଦେଶର ପ୍ରତ୍ୟେକ ପ୍ରାନ୍ତରେ ଗୁରୁଦିବସ ଭାବେ ପାଳନ କରାଯାଇ ଥାଏ । ଏହି ଅବସରରେ ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ଗୁରୁଦିବସ ପାଳିତ ହୋଇଯାଇଛି। କେତକୀ ପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟ, ବଳପୁର, ଜୟ ଦୂର୍ଗା, ରାଇଚକ୍ରଧରପୁର, ପାରକେଣା, ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରମୁଖ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଗୁରୁପୂଜନ କରିଥିଲେ। ଗୁରୁଙ୍କୁ ଫୁଲ, ଚନ୍ଦନ ଦେଇ ପ୍ରଣାମ କରିଥିଲେ। ଗୁରୁଦିବସ ଉପଲକ୍ଷେ କେତେକ ବିଦ୍ୟାଳୟରେ ଗୁରୁପୂଜନ ସଭା କରାଯାଇଥିଲା।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories