www.samajalive.in
Sunday, December 14, 2025
15.1 C
Bhubaneswar

୧୪ ଡାକ୍ତର ଓ ୨ ଘଣ୍ଟାର ଅପରେସନ: ମହିଳାଙ୍କ ପେଟରୁ ବାହାରିଲା ୪୫ କିଲୋର ଟ୍ୟୁମର

ନୂଆଦିଲ୍ଲୀ: ଡାକ୍ତରମାନେ ଅସ୍ତ୍ରୋପଚାର କରି ଜଣେ ମହିଳାଙ୍କ ପେଟରୁ ପ୍ରାୟ ୪୫ କିଲୋର ଟ୍ୟୁମର ବାହାର କରିଛନ୍ତି। ଏତେ ବଡ଼ ଟ୍ୟୁମର ଦେଖି ଅପରେସନ କରୁଥିବା ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ଡାକ୍ତରମାନେ କହିଛନ୍ତି ଯେ, ଏହା ପୂର୍ବରୁ ସେମାନେ ଏତେ ବଡ଼ ଟ୍ୟୁମର ଦେଖି ନଥିଲେ। ଏହି ମାମଲା ବ୍ରାଜିଲର ରିୟୋ ଡି ଜେନେରିୟୋର। ଶ୍ୱାସକ୍ରିୟାରେ ସମସ୍ୟା ଯୋଗୁ ସେଠାକାର São José do Avai ଡାକ୍ତରଖାନାରେ ଜଣେ ୪୫ ବର୍ଷୀୟ ମହିଳାଙ୍କୁ ଭର୍ତ୍ତି କରାଯାଇଥଲା। ପରୀକ୍ଷା ନୀରିକ୍ଷା ପରେ ଡାକ୍ତରମାନେ ବୁଧବାର ଅସ୍ତ୍ରୋପଚାର କରି ମହିଳାଙ୍କ ଶରୀରରୁ ୧୦୦ ପାଉଣ୍ଡ(୪୫ କିଲୋଗ୍ରାମ)ର ଟ୍ୟୁମର ବାହାର କରିଥିଲେ। ଟ୍ୟୁମର ଏତେ ବଡ଼ ଥିଲା ଯେ ଅପରେସନ୍ ଶେଷ କରିବାକୁ ୧୪ ଜଣ ଡାକ୍ତରଙ୍କୁ ୨ ଘଣ୍ଟା ସମୟ ଲାଗିଥିଲା। ଏହି ଟ୍ୟୁମରଟି ୪ ଫୁଟ ଚଉଡା, ୯ ଇଞ୍ଚ ଲମ୍ବ ଏବଂ ଏହାର ଓଜନ ୪୫ କିଲୋ ପାଖାପାଖି ଥିଲା।

- Advertisement -

ହସ୍ପିଟାଲର ଡାକ୍ତର ଗ୍ଲାସିଓ ବୋଚେଟ୍ ଟ୍ୟୁମରର କିଛି ଚିତ୍ର ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ଚିତ୍ର ଦେଖି ସମସ୍ତେ ଆଶ୍ଚର୍ୟ୍ୟ ହୋଇଯାଇଛନ୍ତି ଯେ, ମହିଳା ଜଣକ ଗତ ୫ ବର୍ଷ ଧରି ଏତେ ବଡ଼ ଟ୍ୟୁମର ସହିତ କିପରି ଜୀବନ ବିତାଉଥିଲେ। ବର୍ତ୍ତମାନ ଡାକ୍ତରମାନେ କିଛି ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରିଛନ୍ତି, ଯେଉଁଥିରେ ଜଣାପଡ଼ିବ ଯେ ମହିଳାଙ୍କୁ କର୍କଟ ହୋଇଛି କି ନାହିଁ। ମହିଳା ଜଣକ ଏବେବି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଅବସ୍ଥା ସ୍ଥିର ରହିଛି। ସେ ଚିକିତ୍ସା ଉପକରଣର ସାହାଯ୍ୟ ବିନା ଶ୍ବାସକ୍ରିୟା କରୁଛନ୍ତି।

ବ୍ରାଜିଲର ନ୍ୟୁଜ୍ ଆଉଟଲେଟ୍ ‘ୟୁଓଏଲ’ ମାଧ୍ୟମରେ ଡା. ବୋଚେଟ୍ କହିଛନ୍ତି, ‘‘ଏହା ସବୁଠାରୁ ବଡ଼ ଟ୍ୟୁମର ଥିଲା, ଯାହାର ଅପରେସନ୍ ମୁଁ କରିଛି ଓ ନିଶ୍ଚିତ ରୂପେ ବର୍ତ୍ତମାନ ସୁଦ୍ଧା ଏହା ସବୁଠୁ ବଡ଼ ଟ୍ୟୁମର। ତେବେ ବାୟୋପ୍ସି ରିପୋର୍ଟ ଆସିବାକୁ ପ୍ରାୟ ତିନି ସପ୍ତାହ ଲାଗିବ।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories