www.samajalive.in
Sunday, December 7, 2025
18.1 C
Bhubaneswar

କୂଅକୁ ଡେଇଁ ମରିଯିବି ପଛେ କଂଗ୍ରେସରେ ସାମିଲ ହେବିନାହିଁ: ନୀତିନ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ପରୋକ୍ଷରେ ବିଜେପିକୁ ନୀତିନ ଟାର୍ଗେଟ୍‌ କରିଥିବା ଦେଖିବାକୁ ମିଳିଛି । ସଂସଦୀୟ ଦଳ ବୋର୍ଡରୁ ବିଦା ହେବା ପରେ ନୀତିନ ବିଜେପିକୁ ଟାର୍ଗେଟ କରି ଏପରି କିଛି କହିଥିବା ସାଧାରଣରେ କୁହାଯାଉଛି ।

ନୀତିନ କହିଛନ୍ତି କି, କାହାକୁ ବ୍ୟବହାର କରିବା ପରେ ଫିଙ୍ଗିଦେବା  ଅନୁଚିତ୍‌ । ଭଲ ଦିନ ଥାଉ କି ଖରାପ ଦିନ କାହାର ହାତ ଛାଡ଼ିବା ଠିକ୍‌ ନୁହେଁ । କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରିଙ୍କ ଏହି ବୟାନ ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।  ଏକ ଭିଡିଓ ମଧ୍ୟ ଭାଇରାଲ ହେବାର ଲାଗିଛି ।

- Advertisement -

ନାଗପୁରରେ ଆୟୋଜିତ ଏକ ସଭାରେ ନୀତିନ ଏପରି ଏକ ମନ୍ତବ୍ୟ ଦେଇଥିବା ଜଣାପଡ଼ିଛି । ନୀତିନ ଆହୁରି ମଧ୍ୟ କହିଛନ୍ତି, ଯେବେ ମୁଁ ଛାତ୍ରନେତା ଥିଲି ସେତେବେଳେ କଂଗ୍ରେସରେ ଯୋଗ ଦେବାକୁ କଂଗ୍ରେସ ନେତା ଶ୍ରୀକାନ୍ତ ଜିଚକର ମୋତେ କହିଥିଲେ । ହେଲେ ସେତେବେଳେ ମୁଁ ମନା କରିଥିଲି ।

ଆଉ କହିଥିଲି ମୁଁ କୂଅକୁ ଡେଇଁ ମରିଯିବି ପଛେ କଂଗ୍ରେସରେ ସାମିଲ ହେବିନାହିଁ । କାରଣ କଂଗ୍ରେସର ବିଚାରଧାରା ମୋତେ ପସନ୍ଦ ନୁ​‌ହେଁ ବୋଲି ନୀତିନ ଗଡ଼କରି କହିଛନ୍ତି ।

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories