ପ୍ରାକୃତିକ ବିପର୍ଯ୍ୟୟ ଓ ଉତ୍କଳମଣି ଗୋପବନ୍ଧୁ ଦାସ ଶୀର୍ଷକ ଆଲୋଚନା ଚକ୍ର
ଗୁରୁଡିଝାଟିଆ : ଛଅଗାଁସ୍ଥିତ ଉତ୍କଳମଣି ବିଦ୍ୟାପୀଠରେ ‘ପ୍ରାକୃତିକ ବିପର୍ଯ୍ୟୟ ଓ ଉତ୍କଳମଣି ଗୋପବନ୍ଧୁ ଦାସ’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଆଠଗଡ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ବିଶି ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ପ୍ରତି ଉତ୍କଳୀୟଙ୍କ ଚିର ନମସ୍ୟ । କେବେବି ବନ୍ୟା, ବାତ୍ୟା ମରୁଡି ବା ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଲେ ଓଡିଆଙ୍କ ମନରେ ଭାସିଉଠନ୍ତି ଉତ୍କଳମଣି ଗୋପବନ୍ଧୁ ଦାସ । ବାସ୍ତବରେ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଅସହାୟ ମଣିଷଟିର ଶେଷ ଭରଷା ଥିଲେ ଉତ୍କମଣି ବୋଲି ଶ୍ରୀ ବିଶି କହିଥିଲେ। ଆଲୋଚନାଚକ୍ରରେ ଡାକ୍ତର ଗୋକୁଳାନନ୍ଦ ପତ୍ରୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ନିସ୍ୱାର୍ଥପର ସେବା, ତ୍ୟାଗ ଭାବନାର ମୁର୍ତ୍ତିମନ୍ତ ପ୍ରତୀକ ଥିଲେ ଉତ୍କଳମଣି। ନିଜେ କାନ୍ଦି ବିପନ୍ନ ଲୋକର ଆଖିରୁ ଲୁହ ପୋଛିବା, ନିଜେ ନଖାଇ ଅଭାବୀ ମଣିଷର ମୁହଁରେ ଅନ୍ନ ଦେବା, ମଣିଷ ଭଳି ମଣିଷଟିଏ ଉତ୍କଳରେ ଜନ୍ମ ନେଇଥିଲେ ବୋଲି ଭବିଷ୍ୟତର ବଂଶଧରମାନେ କେବେ ଚିନ୍ତା କରିପାରିବେ ନାହିଁ ବୋଲି କହିବା ସହ ପ୍ରାକୃତିକ ବିପର୍ଯ୍ୟୟ ଓ ତହିଁରେ ଉତ୍କଳମଣିଙ୍କ ଭୂମିକା ସଂପର୍କରେ ବିଶଦ ଭାବରେ ଆଲୋକପାତ କରିଥିଲେ। ସାମ୍ବାଦିକ ଶ୍ୱେତକାନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନାଚକ୍ରରେ ଶିକ୍ଷାବିତ୍ ବିମ୍ବାଧର ନାୟକ, ସିଆରସିସି ନିରଞ୍ଜନ ପାତ୍ର, ବରିଷ୍ଠ ଶିକ୍ଷକ ସରୋଜ କୁମାର ସାହୁ, ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ମନସୁର ମହମ୍ମଦ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବନ୍ୟା ବିଭୀଷିକା ସମୟରେ ସଂକଟରେ ଥିବା ନିଜର ଏକମାତ୍ର ପୁତ୍ରକୁ ଛାଡି ବିପନ୍ନଙ୍କୁ ସେବା ଯୋଗାଇବା, ଉତ୍କଳୀୟଙ୍କ ବାସ୍ତବ ଚିତ୍ରକୁ ବିହାର-ଓଡିଶା ବ୍ୟବସ୍ଥାପକ ସଭାରେ ଉପସ୍ଥାପିତ କରି କାନ୍ଦିପକାଇବା ମଣିଷଭଳି ଦେବତାଟିଏ ଉତ୍କମଣି ଥିଲେ ବୋଲି କହିବା ସହ ବିଦ୍ୟାର୍ଥୀମାନେ ପୂଣ୍ୟାତ୍ମା ଗୋପବନ୍ଧୁଙ୍କ ନୀତିଆଦର୍ଶରେ ନିଜକୁ ଅନୁପ୍ରାଣିତ କରିବା ପାଇଁ କହିଥିଲେ । ପୂଣ୍ୟାତ୍ମାଙ୍କ ସେବା ଓ ତ୍ୟାଗ ଉପରେ ଆଧାରିତ ବକ୍ତୃତା ପ୍ରତିଯୋଗୀତାରେ କୃତୀତ୍ୱ ଅର୍ଜନ କରିଥିବା ନିଳାକ୍ଷୀ ଆରାଧନା, ଦୀପ୍ତିମୟୀ ବିହାରୀ ଓ ଲକ୍ଷ୍ମୀପ୍ରିୟା ଦାସଙ୍କୁ ମଞ୍ଚାସୀନ ଅତିଥିବୃନ୍ଦ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ବାଣୀଶ୍ରୀ ଜେନା, ସୁଜାତା ମଞ୍ଚରୀ ସାମଲ, ପ୍ରମୋଦ କୁମାର ଶତପଥି, ସଞ୍ଚିବ କୁମାର ଦାଶ, ଅର୍ଚ୍ଚନା ପଣ୍ଡା,ଦୁଃଶାସନ ଦାସ,ଅରୁଣ କୁମାର ବାରିକ ଓ ଭରତ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରତାପ କୁମାର ରାଉତ ବିଦ୍ୟାର୍ଥୀଙ୍କ ଭିତରେ ସେବା, ତ୍ୟାଗ, ଦେଶପ୍ରେମ ଓ ଉତ୍କଳମଣିଙ୍କ ଜୀବନାଦର୍ଶ ଭରିଦେବା କ୍ଷେତ୍ରରେ ଏଭଳି ପାଠଚକ୍ର ଆୟୋଜନକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପବନ୍ଧୁ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.