www.samajalive.in
Saturday, December 13, 2025
27.1 C
Bhubaneswar

ବାଗୁଆରେ ବନ୍ୟା ବିପନ୍ନଙ୍କୁ ରିଲିଫ ବଣ୍ଟନ

ବାଙ୍କୀ: ଡମପଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଗୁଆ ଗ୍ରାମରେ ସୋମବାର ଅପରାହ୍ନରେ ବନ୍ୟା ବିପନ୍ନ ପରିବାରଙ୍କୁ ସ୍ୱତନ୍ତ୍ର ରିଲିଫ ପ୍ୟାକେଟ ବଣ୍ଟନ କରାଯାଇଛି। ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ସହଯୋଗ ଏବଂ ଡମପଡ଼ା ପଞ୍ଚାୟତ ପରିଚାଳନାରେ ବାଗୁଆର ୧୭୦ ପରିବାରଙ୍କୁ ରିଲିଫ ପ୍ୟାକେଟରେ ଚାଉଳ, ଚୂଡା, ଗୁଡ, ବିସ୍କୁଟ ଓ ଆଳୁ ଇତ୍ୟାଦି ବଣ୍ଟନ କରାଯାଇଛି। ସରପଞ୍ଚ ପ୍ରତିନିଧି ଭବାନୀଶଙ୍କର ପରିଜା, ଡମପଡ଼ା ଛାତ୍ର ଜନତା ଦଳ ସଭାପତି ଗୌରବ ବଳିୟାର ସିଂହ, ବିଶିଷ୍ଟ ସମାଜସେବୀ ଓକିଲ ମାନସ ରଂଜନ ଧଳ, ସମୀର ରଂଜନ ରଣା, ସମୀର କୁମାର ଧଳ, ନୂତନ ଧଳ, ଲଚ୍ଛବନ ପରିଡ଼ା, ସରୋଜ କୁମାର ଧଳ ପ୍ରମୁଖ ଉପସ୍ଥିତ ରହି ରିଲିଫ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ। ବିଧାୟକଙ୍କ ସହଯୋଗରେ ଗ୍ରାମବାସୀ ରିଲିଫ ପାଇଥିବାରୁ ଗ୍ରାମବାସୀଙ୍କ ପକ୍ଷରୁ ଧନ୍ୟବାଦ ପ୍ରଦାନ କରାଯାଇଛି।

Hot this week

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

Related Articles

Popular Categories