www.samajalive.in
Wednesday, December 10, 2025
18.1 C
Bhubaneswar

ଦେଖନ୍ତୁ ଭିଡିଓ, ଏଟିଏମ୍‌ ତାଡୁଥିଲା ଚୋର – ହଠାତ୍‌ କିଛି ବୁଝି ପାରିଲାନି ମାଡି ବସିଲା ପୁଲିସ୍‌

ଆଗ୍ରା – ବେଳେ ବେଳେ ଏମିତି ହୁଏ, ଚୋର କି ଲୁଟେରା କିଛି ବୁଝି ପାରନ୍ତି ନାହିଁ । ସେତେବେଳକୁ ଏପରି କୁକର୍ମ କରୁଥିବା ବକ୍ତି ଧରା ପଡି ସାରିଥାଏ । ଏପରି ଏକ ଘଟଣା ଉତ୍ତରପ୍ରଦେଶର ଆଗ୍ରାରେ ଘଟିଛି । ୧୦ ମିନିଟ୍‌ ଭିତରେ ଏଟିଏମ୍‌ ଲୁଟେରାକୁ କାବୁ କରିଛି ପୁଲିସ୍‌ ।

- Advertisement -

ଆଗ୍ରାର ସରିଆରେ ଲୁଟେରା ଏଟିଏମ୍‌ ତାଡିବା ପାଇଁ ଉଦ୍ୟମ କରୁଥିଲା । ଏଟିମ୍‌ ବୁଥ୍‌ରେ ଥିବା ଟଙ୍କା ମେସିନ୍‌କୁ ଖୋଲିବାରେ ବ୍ୟସ୍ତ ଥିଲା . ଏହି ସମୟରେ ହଠାତ୍‌ ଏଟିଏମ୍‌ ଭିତକୁ ପୁଲିସ୍‌ କର୍ମୀ ପଶିଆସିଥିଲେ । ଲୁଟେରା କିଛି ବୁଝିବା ଆଗରୁ ଧରା ପଡିଯାଇଥିଲା ।

ଲୁଟେରା କ୍ୟାସ୍‌ ବକ୍ସ ତାଡିବା ପାଇଁ ଉଦ୍ୟମ କରୁଥିଲା ।  ଏହା ବ୍ୟାଙ୍କର ସୁରକ୍ଷା ଦାୟିତ୍ୱରେ ଥିବା ସଂସ୍ଥାକୁ ସୂଚନା ମିଳିଥିଲା । ସେମାନେ ତୁରନ୍ତ ପୁଲିସକୁ ଏ ବିଷୟରେ ସୂଚନା ଦେଇଥିଲେ । ମାତ୍ର ୧୦ ମିନିଟ୍‌ ମଧ୍ୟରେ ପୁଲିସ ସେଠାରୁ ପହଞ୍ଚି ଲୁଟେରାକୁ କାବୁ କରିଥିଲା । ସେଠାରେ ଲାଗିଥିବା ସିସିଟିଭିରେ ଲୁଟ୍‌ର ଦୃଶ୍ୟ ସହ ଲୁଟେରାକୁ କାବୁ କରିବାର ଦୃଶ୍ୟ କଏଦ ହୋଇଛି ।

Hot this week

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

Related Articles

Popular Categories