ସମୁଦ୍ରରେ ବୁଡିଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ

ଗୋପାଳପୁର : ଗୋପାଳପୁର ସମୁଦ୍ରରେ ରବିବାର ଅପରାହ୍ନରେ ଜଣେ ବଙ୍ଗୀୟ ପର୍ଯ୍ୟଟକ ଗାଧୋଉଥିବା ବେଳେ ସ୍ରୋତରେ ପ୍ରାୟ ୧୦୦ ମିଟର ଦୁରକୁ ଚାଲିଯାଇଥିବା ଦେଖି ଲାଇଫ ଗାର୍ଡ ଲିଙ୍ଗରାଜ ବେହେରା ଓ ସ୍ଥାନୀୟ ମୁଢ଼ି ବିକାଳୀ ଏରେୟା ତାଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ। ବୁଡିଯାଉଥିବା ପର୍ଯ୍ୟଟକ ଜଣକ ହେଲେ କଲିକତାରୁ ଆସିଥିବା କୁନ୍ତଲ ମଜୁମଦାର। ସୂଚନା ପ୍ରକାରେ କଳିକତାରୁ ୪ଜଣ ପର୍ଯ୍ୟଟକ ବେଳାଭୂମି ନିକଟରେ ଥିବା ହୋଟେଲ ସି ସାଇଡ ବ୍ରିଜ ନିକଟରରେ ଗାଧୋଉଥିବା ବେଳେ ଅଚାନକ କୁନ୍ତଲ ପ୍ରଖର ସ୍ରୋତରେ ଗଭୀର ପାଣି ଭିତରକୁ ଚାଲିଯାଇଥିଲେ। ଏହା  ଦେଖି ସାଙ୍ଗରେ ଗାଧୋଉଥିବା ଲୋକେ ବୁଡ଼ି ଯାଉଥିବା ପାଟି ଶୁଣି ସାହାଯ୍ୟ କରିବାକୁ ଚେଷ୍ଟା କରିଥିଲେ। ବେଳାଭୂମିରେ ନିୟୋଜିତ ରହିଥିବା ଲାଇଫ୍  ଗାର୍ଡ ଲିଙ୍ଗରାଜ ଓ  ମୁଢ଼ି ବିକାଳୀ ଏରେୟା  ସମୁଦ୍ର ମଧ୍ୟରୁ କୁନ୍ତଲଙ୍କୁ ଉଦ୍ଧାର କରି କୂଳକୁ ଆଣି ପ୍ରାଥମିକ ଚିକିତ୍ସା କରି ଛାଡିଥିବା ଜଣାପଡିଛି।
kalyan agarbati

Comments are closed.