www.samajalive.in
Thursday, December 11, 2025
16.1 C
Bhubaneswar

ଆସାମ ମିଥ୍ୟା ଗୁଳିବିନିମୟ ମାମଲା : ସେନା ଅଧିକାରୀଙ୍କ ସମେତ ୭ ଜଣଙ୍କୁ ଆଜୀବନ ଜେଲ୍‍

ନୂଆଦିଲ୍ଲୀ : ଆସାମରେ ୧୯୯୪ର ମିଥ୍ୟା ଗୁଳିବିନିମୟରେ ୫ ଯୁବକଙ୍କୁ ହତ୍ୟା କରାଯିବା ମାମଲାରେ ସେନା ଅଦାଲତ ଭାରତୀୟ ସେନାର ୭ କର୍ମୀଙ୍କୁ ଆଜୀବନ ଜେଲ୍‍ ଦଣ୍ଡାଦେଶ ଶୁଣାଇଥିବା ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି। ଦଣ୍ଡାଦେଶ ପାଇଥିବା ସେନା କର୍ମୀଙ୍କ ମଧ୍ୟରେ ଜଣେ ପୂର୍ବତନ ସେନା ଜେନେରାଲ, ଦୁଇ ଜଣ କର୍ଣ୍ଣେଲ ଓ ୪ ଜଣ ସୈନ୍ୟ ଅଛନ୍ତି। ଆସାମ ଦିବ୍ରୁଗଡ଼ ଜିଲା ଡିଜନସ୍ଥିତ ଦୁଇ ଇନଫେଣ୍ଟ୍ରି ମାଉଣ୍ଟେନ୍‍ ଡିଭିଜନ କୋର୍ଟ ମାର୍ଶଲର ଶୁଣାଣି କରି ଏହି ରାୟ ଦେଇଛନ୍ତି। କଲକାତାସ୍ଥିତ ଇଷ୍ଟର୍ଣ୍ଣ ଆର୍ମି କମାଣ୍ଡ ଏବଂ ନୂଆଦିଲ୍ଲୀସ୍ଥିତ ସେନା ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇନାହିଁ। ସେନା ସୂତ୍ରରୁ ଏହା ସ୍ପଷ୍ଟ ହେବା ପାଇଁ ୨ରୁ ୩ ମାସ ସମୟ ଲାଗିବ ବୋଲି କୁହାଯାଇଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମିଥ୍ୟା ଗୁଳିବିନିମୟ ମାମଲାରେ ୭ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ସେମାନଙ୍କ ମଧ୍ୟରେ ମେଜର ଜେନେରାଲ ଏ.କେ ଲାଲ, କର୍ଣ୍ଣେଲ ଥୋମାସ ମାଥ୍ୟୁ, କର୍ଣ୍ଣେଲ ଆର.ଏସ୍‍ ବିବିରେନ, ଜୁନିଅର କମିଶନ ଅଫିସର ଏବଂ ନନ୍‍କମିଶନ ଅଫିସର ଦିଲ୍ଲୀପ ସିଂହ, ଜଗଦେବ ସିଂହ, ଅଲବିନ୍ଦର ସିଂହ, ଶିବେନ୍ଦର ସିଂହ ଅଛନ୍ତି। ଦୋଷୀ ସେନା ଅଧିକାରୀମାନେ ଏହି ରାୟ ବିରୋଧରେ ସଶସ୍ତ୍ର ବଳ ଟାଇବ୍ୟୁନାଲ ଏବଂ ସୁପ୍ରିମକୋର୍ଟରେ ଆବେଦନ କରିପାରିବେ।
ପ୍ରକାଶଯୋଗ୍ୟ ଯେ ଜଣେ ମହିଳା ଅଧିକାରୀଙ୍କ ଅସଦ ବ୍ୟବହାର ଅଭିଯୋଗରେ ୨୦୦୭ରେ ମେଜର ଜେନେରାଲ ଲାଲଙ୍କୁ ୩ ଇନଫେଣ୍ଟ୍ରି ଡିଭିଜନର କମାଣ୍ଡର ପଦରୁ ହଟାଇ ଦିଆଯାଇଥିଲା। ୨୦୧୦ରେ କୋର୍ଟ ମାର୍ଶଲରେ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି।
ନିଖିଳ ଆସାମ ଛାତ୍ର ସଂଗଠନ (ଏଏଏସ୍‍ୟୁ) କାର୍ଯ୍ୟକର୍ତ୍ତା ପ୍ରବୀଣ ସୋନୋୱାଲ, ପ୍ରଦୀପ ଦତ୍ତ, ଦେବଜିତ୍‍ ବିଶ୍ୱାସ, ଅଖିଳେ ସୋନୋୱାଲ ଏବଂ ଭାବେନ ମୋରମଙ୍କୁ ୧୯୯୪ ମସିହା ୧୪ରୁ ୧୯ ଫେବୃଆରୀ ମଧ୍ୟରେ ବିଭିନ୍ନ ସ୍ଥାନରୁ ସେନା ଉଠାଇ ନେଇଥିଲା। ପରେ ଫେବୃଆରୀ ୨୩ରେ ସେମାନଙ୍କୁ କୁଖ୍ୟାତ ଡଙ୍ଗାରୀ ମିଥ୍ୟା ଗୁଳିବିନିମୟରେ ହତ୍ୟା କରାଯାଇଥିଲା।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories