www.samajalive.in
Thursday, December 11, 2025
16.1 C
Bhubaneswar

ମଣିପୁରକୁ ୧୦ ୱିକେଟରେ ହରାଇଲା ଓଡ଼ିଶା

କଟକ : ବିପୁଳ ବିଜୟ ସହ ଆୟୋଜକ ଓଡ଼ିଶା ଦଳ ୧୯ ବର୍ଷରୁ କମ୍‍ ମହିଳା ଟ୍ୱେଣ୍ଟି୨୦ ଚମ୍ପିଆନ୍‍ସିପ୍‍ରେ ତା’ର ଅଭିଯାନ ଆରମ୍ଭ କରିଛି। ରବିବାର ରେଭେନ୍‍ସା ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡରେ ଖେଳା ଯାଇଥିବା ମ୍ୟାଚ୍‍ରେ ଦୁର୍ବଳ ମଣିପୁର ଦଳକୁ ୧୦ ୱିକେଟରେ ପରାସ୍ତକରି ଓଡ଼ିଶା ତା’ର ଅଭିଯାନ ଆରମ୍ଭ କରିଛି। ଗ୍ରୁପ୍‍ ‘ବି’ର ଏହି ମ୍ୟାଚ୍‍ରେ ମଣିପୁର ପ୍ରଥମେ ବ୍ୟାଟିଂକରି ୧୬.୪ ଓଭରରେ ମାତ୍ର ୧୯ ରନ୍‍କରି ଅଲ୍‍ଆଉଟ ହୋଇ ଯାଇଥିଲା। ପରେ ୪.୨ ଓଭରରେ ଓଡ଼ିଶା କୌଣସି ୱିକେଟ ନ ହରାଇ ଜିତିଥିଲା। ଏହି ସହଜ ବିଜୟରୁ ଓଡ଼ିଶା ୪ ପଏଣ୍ଟ ପାଇଛି। ସୋମବାର ତ୍ରିପୁରା ବିପକ୍ଷରେ ଓଡ଼ିଶା ୨ୟ ଲିଗ୍‍ ମ୍ୟାଚ୍‍ ଖେଳିବ।
ମ୍ୟାଚ୍‍ରେ ଟସ୍‍ ଜିତି ମଣିପୁର ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ପୂରା ଇନିଂସରେ ମଣିପୁରର ଖେଳାଳି କ୍ରିଜ୍‍କୁ ଯିବାଆସିବା କରିଥିଲେ। ଦଳର କୌଣସି ଖେଳାଳି ଦୁଇଅଙ୍କ ସ୍କୋର୍‍ କରି ପାରିନଥିଲେ। ଇନିଂସର ସର୍ବାଧିକ ସ୍କୋର୍‍ ଥିଲା ଅପରାଜିତ ୪ ରନ୍‍; ଯାହା ଏଲ୍‍. ରାଜକୁମାରୀ କରିଥିଲେ। ଇନିଂସରେ ସର୍ବାଧିକ ୨୬ଟି ବଲ୍‍ ଖେଳିଥିଲେ ପାଲୁଜାମ୍‍ କିରଣବାଳା; ଯିଏ ୩ ରନ୍‍ କରିଥିଲେ। ଓଡ଼ିଶାର ତରାନ୍ନା ପ୍ରଧାନ ୩ଟି ଏବଂ ଅଧିନାୟିକା ଇନ୍ଦ୍ରାଣୀ ଛତ୍ରିଆ, କଳ୍ପନା ନାୟକ ଓ ସୋନାଲି ହେମ୍ବ୍ରମ୍‍ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ମଣିପୁରର ୪ ଜଣ ରନ୍‍ଆଉଟ ହୋଇଥିଲେ। ୨୦ ରନ୍‍ର ବିଜୟଲକ୍ଷ୍ୟକୁ ଓଡ଼ିଶା ୨୬ଟି ବଲ୍‍ରେ ହାସଲ କରି ନେଇଥିବା ବେଳେ ଦୁଇ ଓପ୍‍ନର କାଜଲ ଜେନା ୯ ଓ ପୁନମ୍‍ ନାୟକ ୭ ରନ୍‍କରି ଅପରାଜିତ ଥିଲେ।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories