www.samajalive.in
Wednesday, December 10, 2025
18.1 C
Bhubaneswar

‘ମି ଠୁ’ ଜାଲରେ ଚଳଚ୍ଚିତ୍ର ନିର୍ମାତା ସୁବାଷ ଘାଇ

ନୂଆଦିଲ୍ଲୀ : ମହିଳାମାନଙ୍କ ପ୍ରତି ହୋଇଥିବା ଯୌନଶୋଷଣ ଘଟଣାରେ ଭାରତରେ ଆରମ୍ଭ ହୋଇଥିବା ମି ଠୁ ଅଭିଯାନରେ ଚଳଚ୍ଚିତ୍ର ନିର୍ଦେଶକ ସୁବାଷ ଘାଇ ଛନ୍ଦୀ ହୋଇଯାଇଛନ୍ତି। ମଡେଲ ତଥା ଅଭିନେତ୍ରୀ କେଟ ଶର୍ମା ସୁବାଷ ଘାଇଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ପିଡୀତାଙ୍କ କହିବା ଅନୁସାରେ ସୁବାଷ ଘାଇ ମହିଳା ଜଣକୁ ଏକ ହୋଟେଲରେ ବଳତ୍କାର କରିଥିଲେ। ଏହାକୁ ନେଇ ସୁବାଷ ଘାଇ ସ୍ପଟିକରଣ ଦେବାପରେ ତାଙ୍କ ବିରୋଧରେ ଅନ୍ୟ ଏକ ଅଭିଯୋଗ ସାମ୍ନାକୁ ଆସିଛି। ମୁମ୍ବଇ ମିରର ରିପୋର୍ଟ ଅନୁସାରେ, ଅଭିନେତ୍ରୀ କେଟ ଶର୍ମା ସୁବାଷ ଘାଇଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଅଗଷ୍ଟ ୬ରେ ସୁବାଷ ଘାଇ ତାଙ୍କୁ ଘରକୁ ଡାକି ମସାଜ କରିବାକୁ କହିଥିଲେ। ଏହାପରେ ସେ ମୋ ସହ ଖରାପ ବ୍ୟବହାର କରିଥିବା କହିଛନ୍ତି। ରାତିରେ ନ ରହିଲେ ସେ ଚଳଚ୍ଚିତ୍ର ଦେବେ ନାହିଁ ବୋଲି କହିଥିଲେ। ଏ ସମସ୍ତ ଅଭିଯୋଗରେ ସୁବାଷ ଘାଇ କହିଛନ୍ତି, ଗଣମାଧ୍ୟମରେ ମୁଁ ସମସ୍ତ ଘଟଣାକୁ ଦେଖୁଥିଲି। ଘଟଣାରେ କୌଣସି ସତ୍ୟତା ନଥାଇ ଏଭଳି ଅଭିଯୋଗ ହୋଇଥିବା ସେ କହିଛନ୍ତି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories