ସିମୁଳିଆ : ନୟନ ଜୋରିରୁ ଲୁଟେରାଙ୍କ ବ୍ୟବହୃତ ବିଭିନ୍ନ ସାମଗ୍ରୀ ମିଲିଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁମିଳିଛି। ସୂଚନାରୁ ପ୍ରକାଶ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ପଂଚାୟତ ମାର୍କୋଣା ବରୀ ରୋଡ଼ ନୟାପଲ୍ଲୀ ଅଞ୍ଚଳରେ ଆଜି ସକାଳେ ନୟନ ଜୋରିରୁ ଦୁଇଟି ଗ୍ୟାସ ଟାଙ୍କି, ଗ୍ୟାସ କଟର, ଦୁଇଟି ବ୍ୟାଗ, ଗାଡି ନମ୍ବର ପ୍ଲେଟ ପଡିଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇ ଥିଲେ। ପରେ ସ୍ଥାନୀୟ ଲୋକେ ସିମୁଳିଆ ପୁଲିସକୁ ଖବର ଦେଇଥିଲେ। ସିମୁଳିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନୟନ ଜୋରିରୁ ଗ୍ୟାସ ଟାଙ୍କି, ଗ୍ୟାସ କଟର, ଦୁଇଟି ବ୍ୟାଗ, ନମ୍ବର ପ୍ଲେଟ, ସିଲିଣ୍ଡର ଆଦି ବିଭିନ୍ନ ପ୍ରକାର ସାମଗ୍ରୀ ଜବତ କରିଥିବା ଜଣାପଡିଛି । ଏକ ବଡ଼ ଧରଣର ରାକେଟ ଏଥିରେ ସକ୍ରିୟ ଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।
Popular Categories


