www.samajalive.in
Saturday, December 6, 2025
15.1 C
Bhubaneswar

ହ୍ୱାଟ୍ସଆପରେ ଧର୍ମ ବିରୋଧୀ ପୋଷ୍ଟ ପାଇଁ ଶିକ୍ଷକ ଗିରଫ

ଭୋପାଳ : ମଧ୍ୟପ୍ରଦେଶର ଉମାରିଆ ଜିଲା ଅନ୍ତର୍ଗତ ବାଂସା ଗ୍ରାମର ଜଣେ ଶିକ୍ଷକ ସାମାଜିକ ଗଣମାଧ୍ୟମ ହ୍ୱାଟ୍ସଆପରେ ଧାର୍ମିକ ଭାବନାକୁ ଆଘାତ ଦେବାପରି କିଛି ତଥ୍ୟ ପୋଷ୍ଟ କରିଥିବାରୁ ତାଙ୍କୁ ଗିରଫ କରାଯାଇଛି। ତସିଲଦାରଙ୍କ ଅଭିଯୋଗ ଅନୁସାରେ ତାଙ୍କୁ ଗିରଫ କରାଯାଇଛି। ରବିବାର ତହସିଲଦାର ରମେଶ ପରମାରଙ୍କ କହିବା ଅନୁସାରେ, ସେ ବିଏଲଓ ଗ୍ରୁପରେ ବହୁ ଧର୍ମ ବିରୋଧୀ ତଥ୍ୟ ପୋଷ୍ଟ କରିଥିଲେ। ଏହାପରେ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲା। ଶିକ୍ଷକ ତିଲକ ରାଜ ସିଂହ ତହସିଲରେ ନିର୍ବାଚନ ସମ୍ବନ୍ଧିତ କାର୍ଯ୍ୟରେ ବୁଥ ସ୍ତରୀୟ ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି। ତେବେ କୌଣସି ଧାର୍ମିକ ବିରୋଧୀ ପୋଷ୍ଟ କରନ୍ତୁ ନାହିଁ ବୋଲି ତସିଲ୍‍ଦାର ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ପୁଲିସ ଅଧିକାରୀ ଡି ପ୍ରଜାପତିଙ୍କ କହିବା ଅନୁସାରେ ତସିଲଦାରଙ୍କ ଅଭିଯୋଗ ଅନୁସାରେ ଶିକ୍ଷକ ତିଲକ ରାଜ ସିଂହକୁ ଗିରଫ କରାଯାଇଛି। ଶିକ୍ଷକ ତିଲକଙ୍କ ବିରୋଧରେ ଧାରା ୧୫୩ ଓ ୨୯୫ ଅନୁସାରେ ମାମଲା ରୁଜୁ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories