www.samajalive.in
Monday, December 15, 2025
16.1 C
Bhubaneswar

ଥୁଆମୂଳ ରାମପୁର ଗସ୍ତରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଦଳ, ଜନନୀ ଶିଶୁ ସୁରକ୍ଷା ଉପରେ ଗୁରୁତ୍ୱ

କଲମପୁର: ଭାରତ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଉପଦେଷ୍ଟା ଡକ୍ଟର ସିକଧରଙ୍କ ନେତୃତ୍ୱରେ କଳାହାଣ୍ଡି ସିଡିଏମ୍ଓ ରଞ୍ଜନ ମିତ୍ରଙ୍କ ସହିତ ଏକ ଅନୁଧ୍ୟାନ କାରୀ ଦଳ ଶୁକ୍ରବାର ଥୁଆମୂଳ ରାମପୁର ଗସ୍ତରେ ଆସି ବ୍ଲକର ସ୍ବାସ୍ଥ୍ୟସେବା ପରିଚାଳନା ଉପରେ ଅନୁଧ୍ୟାନ କରିଛନ୍ତି। ଥୁଆମୂଳ ରାମପୁର ବ୍ଲକରେ ଚାଲୁଥିବା ମାତୃ ମଙ୍ଗଳ ଯୋଜନାର ପରିଚାଳନା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ।ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପ୍ରସବ କକ୍ଷକୁ ଅନୁଧ୍ୟାନ କରିଥିଲେ କେନ୍ଦ୍ରୀୟ ଦଳ। ପ୍ରସବ କକ୍ଷରେ ଥିବା ବ୍ୟବହାର ପାଇଁ ଥିବା ବିଭିନ୍ନ ଉପକରଣ ଦେଖି ସନ୍ତୋଷ ପ୍ରକାଶ କରିଥିଲେ। ଗର୍ଭବତୀ ମହିଳାମାନଙ୍କୁ ଡାକ୍ତରଖାନାରେ ପ୍ରସବ ପାଇଁ ସଚେତନତା ସୃଷ୍ଟି କରିବା ପାଇଁ ମତ ପ୍ରକାଶ କରିଥିଲେ।

ଏଥି ସହିତ ଏଠାରେ ଥିବା ମା ଗୃହ ବୁଲି ଦେଖିଥିଲେ। ଥୁଆମୂଳ ରାମପୁର ଅଧିନ ତେରେଙ୍ଗାସିଲ୍ ଗାଁକୁ ଯାଇ ଜନନୀ ଶିଶୁ ସୁରକ୍ଷା ଏବଂ ପୁଷ୍ଟିକର ଖାଦ୍ୟ ସମ୍ବନ୍ଧରେ ମହିଳା ମାନେ କେତେ ସଚେତନ ତାକୁ ନେଇ ଅବଗତ ହୋଇଥିଲେ। ଜନନୀ ଓ ଶିଶୁର ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ମାତୃ ମୃତ୍ୟୁ ହାର ଏବଂ ଶିଶୁ ମୃତ୍ୟୁ ହାର ରୋକିବା ପାଇଁ ପ୍ରଚେଷ୍ଟା ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ଏଥି ସହିତ ବ୍ଲକର ସାଇସୁରୁନୀ ସ୍ବାସ୍ଥ୍ୟ କେନ୍ଦ୍ରର ମା ଗୃହ ପରିଦର୍ଶନ କରିଥିଲେ ଏହି ସ୍ବତନ୍ତ୍ର କେନ୍ଦ୍ରୀୟ ଦଳ। ଥୁଆମୂଳ ରାମପୁର ବ୍ଲକରେ ସ୍ବାସ୍ଥ୍ୟସେବା ଠିକ୍ ଠାକ୍ ରହିଥିବା ସୂଚନା ଦେଇଥିଲେ ଏହି ଦଳ। କେନ୍ଦ୍ରୀୟ ଦଳ ପକ୍ଷରୁ ଡେପୁଟି କମିଶନର (ଭାରତ ସରକାର) ଡକ୍ଟର ପଦ୍ମିନୀ କାଶ୍ୟପ ଏବଂ ସିନିୟର କନ୍ସଲଟାଣ୍ଟ ଡକ୍ଟର ସନ୍ତୋଷ ଓଝା ଏବଂ ରାଜ୍ୟ ଟିମ୍ ପକ୍ଷରୁ ଆଡିସନାଲ୍ ଡାଇରେକ୍ଟର ଡକ୍ଟର ପାଢ଼ୀ, ଡକ୍ଟର ସୌମ୍ୟ ମହାପାତ୍ର, କଳାହାଣ୍ଡି ଡିପିଏମ୍ ଅବନୀ ମହାପାତ୍ର, ଡି ଏମ୍ ଆର୍ ସି ଏଚ୍ ଭବାନୀ ସାହୁ, ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡକ୍ଟର ନିତିଶ ଝା, ଡକ୍ଟର ବେଦପ୍ରକାଶ ନେଗୀ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories