www.samajalive.in
Saturday, December 6, 2025
23.1 C
Bhubaneswar

ଭାରତରେ ୧୦ ସର୍ଜିକାଲ ଷ୍ଟ୍ରାଇକ୍‍ କରିବାକୁ ପାକିସ୍ତାନର ଧମକ

ଇସଲାମାବାଦ : ଭାରତ ପକ୍ଷରୁ ପୁନଃ ସର୍ଜିକାଲ ଷ୍ଟ୍ରାଇକ୍‍ କରାଗଲେ ଏହାର ଜବାବରେ ୧୦ଟି ସର୍ଜିକାଲ ଷ୍ଟ୍ରାଇକ୍‍ କରାଯିବ ବୋଲି ପାକିସ୍ତାନ ପକ୍ଷରୁ ଧମକ ଦିଆଯାଇଛି। ଏହାକୁ ନେଇ ପରମାଣୁ ଅସ୍ତ୍ର ସମ୍ପନ୍ନ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ବାକ୍‍ଯୁଦ୍ଧ ଆରମ୍ଭ ହୋଇଛି।
ପାକିସ୍ତାନ ସେନାର ଜନସମ୍ପର୍କ ବିଭାଗ (ପିଆର) ମୁଖପାତ୍ର ମେଜର ଜେନେରାଲ ଆସିଫ ଗଫୁର ଲଣ୍ଡନଠାରେ ଗଣମାଧ୍ୟମ ସହ ଆଲୋଚନା ବେଳେ ଏହା କହିଛନ୍ତି। ପାକିସ୍ତାନ ସେନା ମୁଖ୍ୟ କମର ଭାଭେଦ ବାଜୱାଙ୍କ ସହ ଆସିଫ ଲଣ୍ଡନ ଗସ୍ତରେ ଅଛନ୍ତି। ଆସିଫ ଗଣମାଧ୍ୟମ ସହ ଆଲୋଚନା ବେଳେ କହିଥିଲେ ଯେ ଭାରତ ପୁନଃ ସର୍ଜିକାଲ ଷ୍ଟ୍ରାଇକ୍‍ ପାଇଁ ସାହାସ କଲେ ତାକୁ ପ୍ରତି ଜବାବରେ ୧୦ଟି ସର୍ଜିକାଲ ଷ୍ଟ୍ରାଇକ୍‍ର ସାମ୍ନା କରିବାକୁ ପଡ଼ିବ। ପାକିସ୍ତାନର ଶକ୍ତି ଉପରେ ସନ୍ଦେହ ରଖନ୍ତୁ ନାହିଁ। ଭାରତ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଚିନ୍ତା କଲେ, ତାହା ତାକୁ ଭାରି ପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି। ସେନା ପାକିସ୍ତାନର ଗଣତନ୍ତ୍ରକୁ ମଜଭୁତ କରିବାକୁ ଚାହୁଁଛି। ଗତ ଜୁଲାଇରେ ପାକିସ୍ତାନରେ ଶେଷ ହୋଇଥିବା ନିର୍ବାଚନରେ ସେନା ଉଲ୍ଲେଖନୀୟ ସେବା ପ୍ରଦାନ କରିଥିଲା। ପାକିସ୍ତାନ ସେନା ଭୂମିକାକୁ ନେଇ କୌଣସି ସନ୍ଦେହ ରଖିବା ଅନୁଚିତ୍‍ ବୋଲି ସେ କହିଛନ୍ତି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories