www.samajalive.in
Saturday, December 6, 2025
26.1 C
Bhubaneswar

ଲୋକସଭା ନିର୍ବାଚନ ପୂର୍ବରୁ ‘ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ’ ଯାତ୍ରା କରିବ କଂଗ୍ରେସ

ନୂଆଦିଲ୍ଲୀ : ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପକ୍ଷରୁ ଦେଶ ବ୍ୟାପୀ ‘ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ’ ଯାତ୍ରା କରାଯିବ। ନଭେମ୍ବର ୨୬ରୁ ଦେଶ ବ୍ୟାପୀ ଏହି ଯାତ୍ରା କରାଯିବ ବୋଲି ରବିବାର ସୂଚନା ଦିଆଯାଇଛି। ବିଶେଷ କରି ଯୁବ ବର୍ଗଙ୍କୁ ଆକୃଷ୍ଟ କରିବା ପାଇଁ କଂଗ୍ରେସ ପକ୍ଷରୁ ଏହି ଯାତ୍ରା କରାଯିବ। ଜାତୀୟସ୍ତରରେ ‘ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ’ ଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କଂଗ୍ରେସର ଜଣେ ଦଳୀୟ ପଦାଧିକାରୀ କହିଛନ୍ତି। ଏହାସହ ପ୍ରସ୍ତାବିତ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।
ସୂଚନା ଅନୁସାରେ ଭାରତୀୟ ସମ୍ବିଧାନ ପ୍ରଣେତା ଡ. ବିଆର ଆମ୍ବେଦକରଙ୍କ ଜୀବନ ସହ ଜଡ଼ିତ ମହାରାଷ୍ଟ୍ରର ଏକ ସ୍ଥାନରୁ ଏହି ଯାତ୍ରା ଆରମ୍ଭ ହେବ। ଆସନ୍ତା କିଛି ଦିନ ମଧ୍ୟରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ଓ ଯାତ୍ରା କାର୍ଯ୍ୟସୂଚୀ ନେଇ ସମସ୍ତ ସୂଚନା ମିଳିବ ବୋଲି କୁହାଯାଇଛି। ଯୁବ କଂଗ୍ରେସ ପକ୍ଷରୁ ଏହି ଯାତ୍ରାର ପ୍ରସ୍ତାବ ଦିଆଯାଇଥିବା ଜାଣିବାକୁ ମିଳିଛି।
ଯୁବ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ କେଶବ ଚନ୍ଦ୍ର ଯାଦବ କହିଛନ୍ତି ଯେ ମୋଦୀ ସରକାର ଗତ ସାଢେ ୪ ବର୍ଷ ଧରି ସମ୍ବିଧାନର ଅବମାନନା କରିଚାଲିଛି। ସମ୍ବିଧାନକୁ ବଦଳାଇବା ପାଇଁ ଏନ୍‍ଡିଏ ସରକାର ଚେଷ୍ଟା କରୁଛି। ତେଣୁ ଆମେ ନଭେମ୍ବର ୨୬ରୁ ଦେଶବ୍ୟାପୀ ‘ସମ୍ବିଧାନ ବଞ୍ଚାଅ ଓ ଦେଶ ବଞ୍ଚାଅ’ ଯାତ୍ରା କରିବାକୁ ପ୍ରସ୍ତାବ ରଖିଛୁ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories