www.samajalive.in
Monday, December 15, 2025
16.1 C
Bhubaneswar

ନିୟମଗିରିରେ ମାଓ ବିରୋଧୀ ପୋଷ୍ଟର 

କଲ୍ୟାଣସିଂହପୁର : ବିଭିନ୍ନ ସମୟରେ ନିୟମଗିରି ଅଞ୍ଚଳରେ ମାଓ ପୋଷ୍ଟର ବ୍ୟାନର ଦେଖିବାକୁ ମିଳୁଥିବା ବେଳେ ଏବେ ଏହି ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାରସାଲି ପଂଚାୟତର ଅଙ୍ଗନୱାଡିକେନ୍ଦ୍ର ଓ ଭାରତ ନିର୍ମାଣ ରାଜୀବଗାନ୍ଧୀ ସେବା କେନ୍ଦ୍ର ଠାରେ ଦୁଇ ଦୁଇଟି ଲେଖାଏଁ  ମାଓବାଦୀ ବିରୋଧି ପୋଷ୍ଟର ଗୁଡିକ ଲାଗିଥିବା ଦେଖିବାକୁ  ମିଳିଛି ।
ଏହି ପୋଷ୍ଟର ନିୟମଗିରି ସୁରକ୍ଷା ସମିତି ତରଫରୁ ଲଗାଯାଇଥିବା ଉଲ୍ଲେଖ ରହିଛି। ପୋଷ୍ଟରରେ ନିୟମଗିରି ଅଞ୍ଚଳରେ ନୀରିହ ଝିଅ ମାନଙ୍କୁ  ମାଓ ସଙ୍ଗଠନରେ ସାମିଲ କରି ଯୌନ ନିର୍ଯାତନା ଦେବା ,ଗର୍ଭବତୀ ଅବସ୍ଥାରେ ଅସମୟରେ ସେମାନଙ୍କ ହାତ ଛାଡ଼ିଦେଉଥିବା ମୁଖ୍ୟତ ଦର୍ଶାଯାଇଛି ଓ କିଛି ନିୟମଗିରିର ଆତ୍ମ ଘୋଷିତ ନିୟମଗିରି ସୁରକ୍ଷା କର୍ମୀ, ମାନବାଧିକାର କର୍ମୀ ଜନଜାତି ସୁରକ୍ଷା କର୍ମୀ  ନିୟମଗିରି ସୁରକ୍ଷା ନାଁରେମାଓବାଦୀଙ୍କୁ ଭିତିରିଆ ସହଯୋଗ କରୁଥିବା ସହ ନୀରିହ ଡଙ୍ଗରିଆଙ୍କ ସୁଯୋଗ ନେଇ ନିୟମଗିରି ସୁରକ୍ଷା ସମିତିକୁ ମାଓବାଦୀ ହାତକୁ ଟେକିଦେଇଥିବା ଉଲ୍ଲେଖ ରହଛି। ଏଭଳି କାର୍ଯ୍ୟରେ ନିୟମଗିରି ସୁରକ୍ଷା ନାଁରେ ନିୟମଗିରି ସୁରକ୍ଷା ସମିତି ଆବାହକ ଲଦ ସିକକା ,ଡ୍ରେଞ୍ଜୁ କରସିକ ,ସମ୍ବରା ସିକକା ନିୟମଗିରି ବିରୋଧ କାର୍ଯ୍ୟରେ ଲିପ୍ତ ରହିଛନ୍ତି କିନ୍ତୁ ମାଓବାଦୀଙ୍କ ଠାରୁ ଦୁରେଇ ରହିଥିବା ନିଜକୁ ଦାବୀ କରୁଛନ୍ତି । ଯଦି ଏମାନେ ମାଓବାଦୀଙ୍କ ଠାରୁ ଦୁରେଇ ରହିଛନ୍ତି ତାହାଲେ ନିୟମଗିରି ଅଞ୍ଚଳର ଏତେ ଝିଅ ମାନେ ମାଓବାଦୀ ସଂଗଠନରେ ସାମିଲ କିପରି ହେଲେ ବୋଲି ପୋଷ୍ଟର ମାଧ୍ୟମରେ ପ୍ରଶ୍ନ କରାଯାଇଛି। ଏବଂ ମାନବାଧିକାର ସଙ୍ଗଠନ ମାନକୁ ଅନୁରୋଧ କରାଯାଇଛି ମାଓ ସଂଗଠନ ଠାରୁ ନିୟମଗିରିକୁ ବଞ୍ଚାନ୍ତୁ।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories