www.samajalive.in
Sunday, December 7, 2025
23.1 C
Bhubaneswar

ନବୋଦୟ ବିଦ୍ୟାଳୟ ଅନ୍ତେବାସୀଙ୍କୁ ଘାରିଛି ମାଙ୍କଡ଼ ଭୟ

ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ସୁରଙ୍ଗୀ ନବୋଦୟ ବିଦ୍ୟାଳୟରେ ଗତକିଛି ଦିନ ହେଲା ମାଙ୍କଡ଼ ଭୟ ଦେଖାଦେଇଛି । ଏହି ମଧ୍ୟରେ ବିଦ୍ୟାଳୟର ତିନିଜଣ ମାଙ୍କଡ଼ କାମୁଡ଼ାରେ ଆହତ ହୋଇଛନ୍ତି । ତିନିଜଣଙ୍କ ମଧ୍ୟରୁ ଅଷ୍ଟମ ଶ୍ରେଣୀର ଜଣେ ,ଷଷ୍ଠ ଶ୍ରେଣୀର ଦୁଇ ଜଣ ପିଲା ମାଙ୍କଡ଼ ଆକ୍ରମଣରେ ଆହତ ହୋଇଥିବା ଜଣ।ପଡିଛି । ଦୀର୍ଘ ବର୍ଷ ହେଲା ଏହି ବିଦ୍ୟାଳୟରେ  ମାଙ୍କଡ଼ ଦଳ ଦଳ ହୋଇ ପରିସରରେ ରହୁଛନ୍ତି । ଏହି ମାଙ୍କଡ଼ ମାନଙ୍କ ସଂଖ୍ୟା ୨୦୦ ରୁ ଉର୍ଦ୍ଧ ବୋଲି ଜଣ।ପଡିଛି । ରାତି ପାହିଲେ ମାଙ୍କଡ଼ ମାନେ ଦଳ ଦଳ ହୋଇ ବିଦ୍ୟାଳୟ ପରିସରରେ ବୁଲି ଫୁଲ ଫଳ ନଷ୍ଟ କରିବା ସହିତ ପିଲାଙ୍କ ଖାଦ୍ୟ ଗ୍ରହଣ ସମୟକୁ ଅପେକ୍ଷା କରିଥାଆନ୍ତି ।
ବିଗତ ଦିନରେ ନିୟମିତ ମାଙ୍କଡ଼ କାମୁଡ଼ାରେ ପିଲା ମାନେ ଆହତ ହୋଇ ଥିବା ଜଣାଯାଇଛି । ବିଦ୍ୟାଳୟ ତରଫରୁ ଜଙ୍ଗଲ ବିଭାଗକୁ ପୂର୍ବରୁ ମାଙ୍କଡ ଉପଦ୍ରବ ସମ୍ପର୍କରେ ଜଣାଇବା ପରେ ବିଗତ ବର୍ଷ ମାନଙ୍କରେ ଜଙ୍ଗଲ ବିଭାଗ କିଛିଦିନ ତତ୍ପରତା ପ୍ରକାଶ ପରେ ମାଙ୍କଡ଼ ମାନେ ଏଠାରୁ କିଛିଦିନ ଚାଲିଯାଇ ଥିଲେ। ତେବେ ମାଙ୍କଡ଼ ମାନଙ୍କୁ ସମ୍ପୂର୍ଣ ଭାବେ ଏହିଠାରୁ ହଟାଇବାକୁ ପଦକ୍ଷେପ ନିୟ।ଯାଉନି। ଯାହା ଫଳରେ  ନିୟମିତ ପିଲାଙ୍କୁ କିଛିଦିନ ବ୍ୟବଧାନରେ କାମୁଡୁଛନ୍ତି । ପିଲାମାନେ ପ୍ରତିଷେଧକ ଇଞ୍ଜେକସନ୍‍ ନେବାକୁ ବାରମ୍ବାର ପାତ୍ରପୁର ଡାକ୍ତରଖାନା ଯିବାକୁ ପଡୁଛି । ମାଙ୍କଡ଼ ମାନଙ୍କ ଦଳରେ ଛୋଟ ପିଲା ଥିବା ବେଳେ ଏହି ପିଲାମାନେ କେଉଁଠାରେ ରହିଗଲେ ସମସ୍ତ ମାଙ୍କଡ଼ ପଲ ଜଗି ରହି ରଡି କରିବା ଯୋଗୁଁ ଘରୁ ବିଦ୍ୟାଳୟକୁ ଯିବାକୁ କର୍ମଚାରୀ ଛାତ୍ର ଛାତ୍ରୀ ଭୟରେ ସେମାନେ ସ୍ଥାନ ଛାଡ଼ି ଯିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି। ଏପରିକି ବିଦ୍ୟାଳୟକୁ କେହି ବାଇକ ଧରି ଆସି ରଖିଥିବାବେଳେ ଗାଡିର ସିଟ ସହିତ ବିଭିନ୍ନ ଜିନିଷ ନଷ୍ଟ କରୁଛନ୍ତି। ଏଣୁ ଜଙ୍ଗଲ ବିଭାଗ ଏଥି ପ୍ରତି ତୁରନ୍ତ  ଦୃଷ୍ଟି ଦେଇ ପ୍ରତିକାର କଲେ ପିଲା ମାନେ ନିରାପଦରେ ବିଦ୍ୟାଳୟକୁ ଯାଇ ପାରିବେ।

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories