ହରଭଙ୍ଗା: ବାଲି ଚୋରାଚାଲାଣ ଉପରେ ବୌଦ୍ଧ ଜିଲାପାଳଙ୍କ କଠୋରନୀତି ଯୋଗୁଁ ସମ୍ପ୍ରତି ଜିଲାରେ ବାଲି ମାଫିଆ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ହରଭଙ୍ଗା କଲେଜ ନିକଟରେ ଶହ ଶହ ଟ୍ରିପ ବାଲିଗଦା ହୋଇଥିବା ବାଲି ରାତିରେ ପଡ଼ୋଶୀ କନ୍ଧମାଳ ଜିଲାକୁ ହାଇୱା ସାହାଯ୍ୟରେ ଚୋରାଚାଲାଣ ଚାଲିଛି। ସବୁ ଜାଣି ନଜାଣିଲା ପରି ତହସିଲ ପ୍ରଶାସନ ବାଲି ମାଫିଆଙ୍କୁ ସୁରକ୍ଷା ଦେଉଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ କେବଳ ପାଳନ ନାଁରେ ଅନ୍ଧାରରେ ବାଡି ବୁଲାଇବା ସାର ହୋଇଛି। ଗୁରୁବାର ରାତିରେ ହରଭଙ୍ଗା କଲେଜ ନିକଟରୁ ୬ଗୋଟି ହାଇୱା ସାହାଯ୍ୟରେ ବାଲି ଚାଲାଣ ହେଉଥିବା ଫଟୋ ଏବଂ ଭିଡିଓ ହରଭଙ୍ଗା ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା। ସବୁ ଗାଡି ଧରିବେ ବୋଲି ତହସିଲଦାର ପ୍ରତିଶ୍ରୁତି ଦେଇଥିଲେ ମାତ୍ର ଗୋଟିଏ ଗାଡିର ୱାଇ ଫର୍ମ ଥିବା ଦର୍ଶାଇ ସବୁ ଗାଡିକୁ ଛାଡିଦେବା ତହସିଲ ପ୍ରଶାସନର ଦୋ-ମୁହାଁନୀତିକୁ ପଦାରେ ପକାଇଛି। ଏ ଦିଗରେ ଜିଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବୀ ହେଉଛି।
Popular Categories



