www.samajalive.in
Monday, December 15, 2025
16.1 C
Bhubaneswar

ମହାନଦୀ ବନ୍ୟାରେ ୪୨୪୫ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ

ଆଠଗଡ :  ଆଠଗଡ ବ୍ଲକରେ ମହାନଦୀରେ ଆସିଥିବା ଚଳିତ ବନ୍ୟାରେ କୃଷି କ୍ଷେତ୍ରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ୨୪ତାରିଖ ମଧ୍ୟରେ କ୍ଷୟକ୍ଷତିର ଆକଳନ ରିପୋର୍ଟ ପ୍ରଦାନ କରିବା ପାଇଁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁଯାୟୀ ଆଠଗଡ କୃଷି ବିଭାଗ ଓ ଉଦ୍ୟାନ କୃଷି ବିଭାଗ ମିଳିତ ଭାବେ କ୍ଷୟକ୍ଷତିର ରିପୋର୍ଟ ଆଠଗଡ ବ୍ଲକ ପ୍ରଶାସନ ନିକଟରେ ଉପସ୍ଥାପନ କରିଛନ୍ତି । ମୋଟ ୩୨୭୫ ହେକ୍ଟର ଧାନ ଓ ଡାଲିଜାତୀୟ ଫସଲ ଏବଂ ୯୭୦ହେକ୍ଟର ପନିପରିବା ଫସଲ ୫୦%ରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବ୍ଲକ କୃଷି ଅଧିକାରୀ ଜଗବନ୍ଧୁ ମିଶ୍ର ଏବଂ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ବିଷ୍ଣୁପ୍ରସାଦ ସିଂହ ଦେଇଥିବା ରିପୋର୍ଟରୁ ଜଣାପଡିଛି । ଅନନ୍ତପୁର ପଞ୍ଚାୟତରେ ୧୮୦ ହେକ୍ଟର ଧାନ ଓ ୪୦ ହେକ୍ଟର ପନିପରିବା, ସମସରପୁର ୧୪ ହେକ୍ଟର ପନିପରିବା, ଇଚ୍ଛାପୁର ୩୦ ହେକ୍ଟର ପନିପରିବା, ଜେନାପଦାରେ ୨୨ହେକ୍ଟର ପରିବା ଫସଲ, ଖୁଣ୍ଟକଟାରେ ୨୪ ହେକ୍ଟର ପରିବା, ସଠିଲୋରେ ୩୧ ହେକ୍ଟର ପରିବା, ତରଡିଙ୍ଗରେ ୯୦ହେକ୍ଟର ଧାନ ଓ ୨୬ହେକ୍ଟର ପନିପରିବା, କୁଶପାଙ୍ଗିରେ ୨୩୯ ହେକ୍ଟର ଧାନ ଓ ୫୫ହେକ୍ଟର ପନିପରିବା, ମଞ୍ଚେଶ୍ୱରରେ ୯୩୯ ହେକ୍ଟର ଧାନ ଓ ୧୦୦ହେକ୍ଟର ପନିପରିବା, ଘଣ୍ଟିଖାଲରେ ୨୨୩ହେକ୍ଟର ଧାନ ଓ ୫୧ହେକ୍ଟର ପନିପରିବା, ଧୁରୁଷିଆ ୨୯୩ ହେକ୍ଟର ଧାନ ଓ ୧୪୧ ହେକ୍ଟର ପନିପରିବା, କଟକିଆ ସାହିରେ ୧୮୪ ହେକ୍ଟର ଧାନ ଓ ୧୧୬ ହେକ୍ଟର ପରିବା, ମେଘା ୧୯୦ହେକ୍ଟର ଧାନ, ୩ ହେକ୍ଟର ଡାଲିଜାତୀୟ ଫସଲ ଓ ୭୫ହେକ୍ଟର ପନିପରିବା, ବେଣ୍ଟପଦା ୪୦ହେକ୍ଟର ଧାନ ଓ ୭ହେକ୍ଟର ପନିପରିବା, କନ୍ଦରପୁର ୮୯ହେକ୍ଟର ଧାନ ଓ ୨୭ହେକ୍ଟର ପନିପରିବା, ରାଜନଗର ୩୫୫ହେକ୍ଟର ଧାନ, ୨ହେକ୍ଟର ଡାଲିଜାତୀୟ ଫସଲ ଓ ୭୬ ହେକ୍ଟର ପନିପରିବା, ମହାକାଳବସ୍ତ ୩୪୩ ହେକ୍ଟର ଧାନ ଓ ୧୦୫ହେକ୍ଟର ପନିପରିବା, କୁମାରପୁରରେ ୫୮ହେକ୍ଟର ଧାନ ଫସଲ, ଛଅଗାଁରେ ୪୧ହେକ୍ଟର ଧାନ ଏବଂ ବଡଭୂଇଁରେ ୬ହେକ୍ଟର ଧାନ ଓ ୩ ହେକ୍ଟର ପନିପରିବା ଫସଲ କ୍ଷତିଗ୍ରସ୍ତ ହୋଇଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି ।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories