www.samajalive.in
Monday, December 8, 2025
27.1 C
Bhubaneswar

ଭିସୁଟର ଉନ୍ନୟନ ପାଇଁ ଏକ ହଜାର କୋଟି ଟଙ୍କା ମଞ୍ଜୁର, ଯୋଗାଇ ଦିଆଯିବ ୮୦ ଏକର ଜମି

ସମ୍ବଲପୁର/ ଡେସ୍କ : ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ -ଭିସୁଟରେ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଏକ ହଜାର କୋଟି ଟଙ୍କା ମଞ୍ଜୁର କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି। ଗୁରୁବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରମୁଖ ସଚିବ ହେମନ୍ତ ଶର୍ମା ଓ ୫-ଟି ସଚିବ ଭି.କେ ପାଣ୍ଡିଆନ ପ୍ରମୁଖ ଭିସୁଟ ପରିଦର୍ଶନ କରି ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।
ଭିସୁଟ୍‍ ପରିଦର୍ଶନ ସମୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ସେ କହିଛନ୍ତି କ୍ୟାମ୍ପସ୍‍ ସମ୍ପ୍ରସାରଣ ପାଇଁ ଭିସୁଟ୍‍କୁ ଆହୁରି ୮୦ ଏକର ଜମି ଯୋଗାଇ ଦିଆଯିବ । ଖୁବ୍‍ ଶୀଘ୍ର ଏହାର ମାଷ୍ଟର ପ୍ଲାନ୍‍ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆଗାମୀ ଦିନରେ ଭିସୁଟ୍‍କୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ଏହି ସଂସ୍ଥାନରେ ସିଟ୍‍ ସଂଖ୍ୟା ୧୦ ହଜାରକୁ ବୃଦ୍ଧି କରାଯିବାକୁ ଯୋଜନା କରାଯାଇଛି।

ସେହିପରି ବୈଜା ମୁଣ୍ଡା ସ୍ଥିତ ସମନ୍ବିତ ଭିତ୍ତିଭୂମି କେନ୍ଦ୍ରର ମଧ୍ୟ ଖୁବ ଶୀଘ୍ର ବିକାଶ କରାଯିବ। ସେଠାରେ ବର୍ତ୍ତମାନ ବୃଦ୍ଧବୃଦ୍ଧା ଅନ୍ଧ ମୁକ ବଧିର ମାନଙ୍କୁ ଥଇଥାନ କରାଯାଇଛି |ସେଠାରେ ୫୦୦ ଜଣ ନିରାଶ୍ରୟଙ୍କୁ ରଖାଯିବ। ପରେ ସମସ୍ତେ ଆସି ମାଆ ସମଲେଶ୍ୱରୀଙ୍କର ଦର୍ଶନ ସହ ଆଶୀର୍ବାଦ ନେଇଥିଲେ। ସମଲେଇ ଯୋଜନାରେ ମଧ୍ୟ ବିସ୍ଥାପିତ ହୋଇଥିବା ଲୋକଙ୍କୁ ନୂତନ ଗୃହ ନିର୍ମାଣ ପାଇଁ ସହାୟତା  ପ୍ରଦାନ କରାଯିବ।ରିଙ୍ଗ ରୋଡ଼ରେ ଥିବା ରିଭର ଭିୟୁ ପଏଣ୍ଟର ମଧ୍ୟ ବିକାଶ କରାଯିବ। ଏଥି ସହ ସହ୫-ଟି ଅଧିନସ୍ତ ଲେଡିଲୁଇସ ଗାର୍ଲସ ହାଇ ସ୍କୁଲ ମଧ୍ୟ ସଚିବମାନେ ପରିଦର୍ଶନ କରିବା ସହ ତାର ଆବଶ୍ୟକୀୟ ଭିତ୍ତିଭୂମି ବିକାଶ ନେଇ ଆଲୋଚନା କରିଥିଲେ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories