www.samajalive.in
Monday, December 15, 2025
16.1 C
Bhubaneswar

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କର୍ମଶାଳା

ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ପିତାତଳି ଗ୍ରାମରେ ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ଏନ ଆଇନ ସଚେତନତା କର୍ମଶାଳା ଗ୍ରାମ ପଞ୍ଚାୟତ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଆଇନ ସେବା ପ୍ରଧିକରଣର ସମ୍ପାଦକ କୈଳାଶ ସାହୁ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିବା ସହିତ ଜନସାଧାରଣଙ୍କୁ ମାଗଣାରେ ମିଳୁଥିବା ନ୍ୟାୟିକ ସେବା ଉପରେ ସଚେତନତା ସୃଷ୍ଟି କରିଥିଲେ। ଅନ୍ୟତମ ଅତିଥି ଭାବେ ଜିଲା ମହିଳା ସୁରକ୍ଷା ଅଧିକାରୀ ସଂଗୀତା ପାତ୍ର,  ଆଇନଜୀବୀ ମନ୍ଦାକିନୀ ଦେବି ଓ ସୁବାସ ଚନ୍ଦ୍ର ପାଳ, ପିଏଲଏପିୟୁଏସ ମେମ୍ବର ସବିତା ସାହୁକାର, ପିତାତଳି ସରପଞ୍ଚ ଏ. ରାଙ୍ଗାରାଓ, ସିଡିପିଓ ଗୀତାଞ୍ଜଳି ପାଣିଗ୍ରାହୀ, ଭାରପ୍ରାପ୍ତ ଏବିଡ଼ିଓ ଚକ୍ରଧର ପ୍ରଧାନ ପ୍ରମୁଖ ଯୋଗଦେଇ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ। ମନରୁ ରାଗ, ହିଂସା ପ୍ରତିହିଂସା ଦୂରକରି ସମସ୍ତଙ୍କୁ ବନ୍ଧୁ ରୂପେ ଗ୍ରହଣ କରିପାରିଲେ ଉତ୍ତମ ପରିବେଶ ସୃଷ୍ଟି ହେବ ଓ ସରକାରୀ ଯୋଜନା ସଫଳ ରୁପାୟନ ହୋଇ ଏକ ବିକଶିତ ରାଷ୍ଟ୍ର ଗଠନ ହୋଇପାରିବ ବୋଲି ମାତବ୍ୟକ୍ତ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇଥୁଲେ।

Hot this week

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

Related Articles

Popular Categories