www.samajalive.in
Sunday, December 14, 2025
18.1 C
Bhubaneswar

ସେପ୍ଟେମ୍ବର ୨ରେ ଏଆଇଏଫ୍‌ଏଫ୍‌ ନିର୍ବାଚନ

ନୂଆଦିଲ୍ଲୀ: ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ) କାର୍ଯ୍ୟନିର୍ବାହୀ କମିଟି ନିର୍ବାଚନ ଆସନ୍ତା ସେପ୍ଟେମ୍ବର ୨ରେ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ସମୟ ଅଗଷ୍ଟ ୨୫ ତାରିଖ ଧାର୍ଯ୍ୟ କରାଯାଇଛି। ଏ ନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିଯୁକ୍ତ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ମଙ୍ଗଳବାର ଘୋଷଣା​‌ କରାଯାଇଛି। ନିର୍ବାଚନ ଏଆଇଏଫଏଫ ମୁଖ୍ୟାଳୟ ଦିଲ୍ଲୀରେ ହେବା ସହିତ ସେପ୍ଟେମ୍ବର୨ କିମ୍ବା ୩ରେ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଘୋଷଣା କରାଯାଇଛି। ପୂର୍ବରୁ ଅଗ​‌ଷ୍ଟ ୨୮ରେ ଏଆଇଏଫଏଫ ନିର୍ବାଚନ ହେବା ନେଇ ଧାର୍ଯ୍ୟ ହୋଇଥିଲା। ଏଥିପାଇଁ ପ୍ରାର୍ଥିପତ୍ର ଦାଖଲ ଶେଷ ମଧ୍ୟ ହୋଇଥିଲା। ଭୋଟର ତାଲିକାରେ ସଂଶୋଧନ ସହ ନୂତନ ଭୋଟର ତାଲିକା ପ୍ରସ୍ତୁତି ଓ ନାମାଙ୍କନପତ୍ର ଦାଖଲ କରିବାକୁ ପ୍ରାର୍ଥିଙ୍କୁ ସୁଯୋଗ ଦେବା ନେଇ ସୁପ୍ରିମକୋର୍ଟ ନିର୍ବାଚନକୁ ସପ୍ତାହେ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲେ।

ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ)ର କର୍ମକର୍ତ୍ତାଙ୍କୁ ବହିଷ୍କାର କରିବା ପରେ ସୁପ୍ରିମକୋର୍ଟ ଭାରତୀୟ ଫୁଟବଲକୁ ପରିଚାଳନା ଓ ଏଆଇଏଫଏଫ ପାଇଁ ନୂଆ ସମ୍ବିଧାନ ଅନୁସାରେ ନିର୍ବାଚନ କରିବାକୁ ୩ଜଣିଆ ପ୍ରଶାସକ କମିଟି (ସିଓଏ)ଙ୍କୁ ନିଯୁକ୍ତି କରିଥିଲେ। ସୋମବାର ସିଓଏଙ୍କ କାଯ୍ୟକାଳ ଶେ​‌ଷ ହୋଇଥିବା ନେଇ ସୁପ୍ରିମକୋର୍ଟ ଘୋଷଣା କରିଥିଲେ। ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଓ ଏ.ଏସ୍ ବୋପନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ସୋମବାର ନିର୍ଦେଶରେ ଦର୍ଶାଇ ଥିଲେ ଯେ, ଭାରତରେ ୧୭ ବର୍ଷରୁ କମ୍‌ ଫିଫା ମହିଳା ଫୁଟବଲ ବିଶ୍ବକପ ଆୟୋଜନ ତଥା ବିଶ୍ବ ଫୁଟବଲ ପରିଚାଳନା ସଂସ୍ଥା ଫିଫା ପକ୍ଷରୁ ଏଆଇଏଫଏଫକୁ ବାସନ୍ଦ କରାଯିବା ପରିପ୍ରେକ୍ଷିରେ ପୀଠ ନିଜ ପୂର୍ବ ନିର୍ଦେଶରେ ପରିବର୍ତ୍ତନ କରିଥିଲେ। ଫୁଟବଲ ସଂକ୍ରାନ୍ତୀୟ ବ୍ୟାପାର ପରିଚାଳନା ପାଇଁ ଗଠିତ ସିଓଏର କାର୍ଯ୍ୟକାଳ ​‌େ​‌ଶଷ କରିବାକୁ ପୀଠ ନିର୍ଦେଶ ଦେଇଥିଲେ । ଅଗଷ୍ଟ ୨୮ରେ ହେବାକୁ ଥିବା ଏଆଇଏଫଏଫ କର୍ମକର୍ତ୍ତା ନିର୍ବାଚନକୁ ଗୋଟିଏ ସପ୍ତାହ ଘୁଞ୍ଚାଇ ଦେବାକୁ ପୀଠ ନିର୍ଦେଶ ଦେଇଥିଲେ। ଭୋଟର ତାଲିକା ପ୍ରସ୍ତୁତି ଓ ନାମାଙ୍କନ ପତ୍ର ଦାଖଲ କରିବାକୁ ପ୍ରାର୍ଥିଙ୍କୁ ସୁଯୋଗ ଦେବା ନେଇ ସୁପ୍ରିମ କୋର୍ଟ ନିର୍ବାଚନକୁ ସପ୍ତାହେ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲେ।

- Advertisement -

ଫିଫାର ନିୟମ ଅନୁଯାୟୀ, ଏଆଇଏଫଏଫ ନିର୍ବାଚନରେ ସମସ୍ତ ୩୬ଟି ଫୁଟବଲ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରତିନିଧିଙ୍କୁ ନେଇ ଭୋଟର ତାଲିକା ପ୍ରସ୍ତୁତ କରିବାକୁ ପୀଠ ନିର୍ଦେଶ ଦେଇଥିଲେ। ତେଣୁ ଭୋଟର ତାଲିକାରେ ଦେଶର ପ୍ରମୁଖ ୩୬ଜଣ ଫୁଟବଲରଙ୍କୁ ରଖିବା ପାଇଁ ଏଆଇଏଫଏଫ ଯେଉଁ ଯୋଜନା କରିଥିଲା ତାହା ଆଉ ହେବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଇଥିଲେ। ସୂଚନାଯୋଗ୍ୟ, ଭାରତୀୟ ଫୁଟବଲରେ ତୃତୀୟ ପକ୍ଷର ହସ୍ତକ୍ଷେପକୁ ବିରୋଧ କରି ଫିଫା ଅଗଷ୍ଟ ୧୫ରେ ଭାରତୀୟ ଫୁଟବଲ ସଂଘକୁ ନିଲମ୍ବିତ କରିଛି। ଫଳରେ ଭାରତ ନିକଟରୁ ଆସନ୍ତା ଅକ୍ଟୋବର ୧୧ରୁ ୩୦ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଫିଫା ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ବକପ ଆୟୋଜନକୁ ପ୍ରତ୍ୟାହାର କରିନେଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories