www.samajalive.in
Sunday, December 14, 2025
26.1 C
Bhubaneswar

ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ହେଉଥିବା ଅପରାଧକୁ ଗମ୍ଭୀରତାର ସହ ଗ୍ରହଣ କରିବା ଉଚିତ୍‍ – ପୁଲିସ୍‍ କମିଶନର

ଡେସ୍କ: ମହିଳା ଓ ଶିଶୁଙ୍କ କ୍ଷେତ୍ରରେ ହେଉଥିବା ଅପରାଧକୁ ରୋକିବାକୁ ରାଜ୍ୟ ପୁଲିସ୍‍ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ପୂର୍ବରୁ “ଅପରେସନ୍‍ ସ୍ମାଇଲ୍‍”, “ଅପରେସନ୍‍ ମୁସ୍କାନ୍‍” ଏବଂ ବିଭିନ୍ନ ସମୟରେ ସ୍ପେଶାଲ ଡ୍ରାଇଭ୍‍ କରାଯାଇ ମହିଳା ଓ ଶିଶୁ ଅପରାଧ ରୋକିବାକୁ ରାଜ୍ୟ ପୋଲିସ୍‍ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଆଗାମୀ ଦିନରେ ମଧ୍ୟ ପୁଲିସ୍‍ ଅଧିକାରୀମାନେ ଏ ଦିଗରେ ଅଧିକ ଯତ୍ନବାନ ହୋଇ କାର୍ଯ୍ୟ କରିବେ ବୋଲି କଟକ-ଭୁବନେଶ୍ୱର ପୁଲିସ୍‍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମତବ୍ୟକ୍ତ କରିଛନ୍ତି। ରାଜ୍ୟ ପୁଲିସ୍‍ ମୁଖ୍ୟାଳୟସ୍ଥିତ ଆର୍‍.କେ ପାଢ଼ୀ ମେମୋରିଆଲ୍‍ ହଲ୍‍ଠାରେ ରାଜ୍ୟ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଓ ୟୁନିସେଫ୍‍ ଓଡ଼ିଶା ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକ ଦୁଇ ଦିନିଆ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ପୁଲିସ୍‍ କମିଶନର ଶ୍ରୀ ପ୍ରିୟଦର୍ଶୀ ଯୋଗ ଦେଇଥିଲେ। ଏହି ଅବସରରେ ସମସ୍ତ ପୋଲିସ୍‍ ଅଧିକାରୀ ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ହେଉଥିବା ଅପରାଧକୁ ଗମ୍ଭୀରତାର ସହ ନେବା ଉଚିତ୍‍ ଏବଂ ସେମାନଙ୍କୁ ସୁରକ୍ଷା ତଥା ନ୍ୟାୟ ପ୍ରଦାନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ। ଏହାସହ ମାନବ ଚାଲାଣ ପରି ଧର୍ତବ୍ୟ ଅପରାଧ ରୋକିବାରେ ନିଜକୁ ସାମିଲ କରିବାକୁ ଉପସ୍ଥିତ ଅଧିକାରୀଙ୍କୁ କହିଥିଲେ। ମାନବ ଚାଲାଣରୁ ଉଦ୍ଧାର କରାଯାଇଥିବା ମହିଳା କିମ୍ବା ଶିଶୁଙ୍କୁ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କଲେ ଯେଉଁ ଆତ୍ମସନ୍ତୋଷ ମିଳିଥାଏ ତାହାର ପଟ୍ଟାନ୍ତର ନାହିଁ ବୋଲି ନିଜ ଅଭିଭାଷଣରେ ସେ ମତବ୍ୟକ୍ତ କରିଥିଲେ।

କର୍ମଶାଳାରେ ମୁଖ୍ୟବକ୍ତା ଭାବେ ଅତିରିକ୍ତ ଡିଜିପି (କ୍ରାଇମ୍‍ବ୍ରାଞ୍ଚ) ଅରୁଣ କୁମାର ବୋଥ୍ରା ଯୋଗ ଦେଇ ମାନବ ଚାଲାଣ ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରିବା ଉଚିତ୍‍ ଏବଂ ଅଭିଯୋଗକାରୀଙ୍କ ପ୍ରତି ଉତମ ବ୍ୟବହାର ପ୍ରଦର୍ଶନ କରିବାକୁ ପ୍ରାଥମିକତା ଦେବାକୁ ମତପ୍ରକାଶ କରିଥିଲେ। ଏହାସହ ମାନବ ଚାଲାଣ ରୋକିବା ଏବଂ ସେ ସମ୍ପର୍କିତ ଆଇନ୍‍ ଓ ନୀତିନିୟମ ସମ୍ପର୍କରେ ମଧ୍ୟ ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ। ବହୁ ସମୟରେ ପାରିବାରିକ ପରିସ୍ଥିତି ଯୋଗୁଁ କିମ୍ବା ମିଛ ସ୍ୱପ୍ନ ଦେଖାଇ ଦଲାଲମାନେ ମାନବ ଚାଲାଣ କରିଥାନ୍ତି। ପରବର୍ତୀ ସମୟରେ ମହିଳା ଏବଂ ଶିଶୁମାନେ ରାଜ୍ୟ ବାହାରକୁ ଯାଇ ସେଠାରେ ଦଲାଲଙ୍କ ହାବୁଡ଼ରେ ଫସି ଯାଇ ମୁକୁଳି ପାରନ୍ତି ନାହିଁ। ଏଭଳି ପରିସ୍ଥିତିରେ ସ୍ଥାନୀୟ ଥାନା ଅଧିକାରୀ ଅଭିଯୋଗକୁ ଗୁରୁତର ସହ ନେଇ ଆଇନ୍‍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍‍ ବୋଲି ଶ୍ରୀ ବୋଥ୍ରା ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

- Advertisement -

ଅତିରିକ୍ତ ଡିଜିପି, ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା, ଶ୍ରୀମତୀ ରେଖା ଲୋହାନୀ କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ କରିବା ସହ କର୍ମଶାଳା ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ କୋଲକାତା ଉଚ୍ଚ ନ୍ୟାୟାଳୟର ଆଇନ୍‍ଜୀବୀ ଶ୍ରୀ କୌଶିକ୍‍ ଗୁପ୍ତା, ଆର୍ନ୍ତଜାତିକ ଜଷ୍ଟିସ୍‍ ମିଶନ୍‍ର ମୁଖ୍ୟ ଶ୍ରୀ ଏମ୍‍. ଦେବସିଥମ୍‍, ୟୁନିସେଫ୍‍ ଓଡ଼ିଶାର ନେହା ନାଇଡୁ ପ୍ରମୁଖ ଉପସ୍ଥିତ ରହି ମାନବ ଚାଲାଣ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଶେଷରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ଡିଏସ୍‍ପି ଶ୍ରୀମତୀ ଇମନ୍‍ କଲ୍ୟାଣ ନାୟକ ଧନ୍ୟବାଦ୍‍ ଅର୍ପଣ କରିଥିଲେ। ସୂଚନଯୋଗ୍ୟ ଯେ, ପୂର୍ବରୁ ଏହି କର୍ମଶାଳା ସମ୍ବଲପୁର ଏବଂ ବ୍ରହ୍ମପୁରଠାରେ ଅନୁଷ୍ଠିତ ହୋଇସାରିଛି। ଆଜିର କର୍ମଶାଳାରେ ୧୬ଟି ଜିଲ୍ଲାର ଅତିରିକ୍ତ ଏସ୍‍ପି କ୍ରାଇମ୍‍, ଡିଏସ୍‍ପି କ୍ରାଇମ୍‍ ଏବଂ ସାଇବର୍‍ ୟୁନିଟ୍‍ର ଅଧିକାରୀମାନେ ଯୋଗ ଦେଇଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories