www.samajalive.in
Sunday, December 14, 2025
23.1 C
Bhubaneswar

ମେଲବୋର୍ଣ୍ଣ ଠାରେ ଭବିଷ୍ୟତ ପାଇଁ ଦକ୍ଷତା ବିକଶିତ ନୀତି ଆଲୋଚନା ଚକ୍ରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଡେସ୍କ: ଜାତୀୟ ଶିକ୍ଷା ନୀତି ୨୦୨୦ କ୍ରିୟାନ୍ୱୟନ ସହ ଶିକ୍ଷା, ନବସୃଜନ, ଷ୍ଟାର୍ଟଅପ କ୍ଷେତ୍ରରେ ବ୍ୟାପକ ସଂସ୍କାର ଭାରତ ପାଇଁ ଅନେକ ସୁଯୋଗ ଆଣିଦେଇଛି ବୋଲି ଆଜି ଅଷ୍ଟ୍ରେଲିଆ ମେଲବୋର୍ଣ୍ଣ ସ୍ଥିତ କାଙ୍ଗନ ଇନଷ୍ଟିଚ୍ୟୁଟ୍ ଠାରେ ଭେଟ୍ : ଭବିଷ୍ୟତ ପାଇଁ ଦକ୍ଷତା ବିକଶିତ ନୀତି ଆଲୋଚନା ଚକ୍ର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଏହି ଆଲୋଚନା ଚକ୍ରରେ ଭାରତର ଯୁବପିଢିଙ୍କୁ ଭବିଷ୍ୟତର କୌଶଳ ସହ ପ୍ରସ୍ତୁତି କରାଇବା ସହ ରୋଜଗାରକ୍ଷମ କରିବା, ସ୍କିଲିଂ ଆଉଟକମକୁ ବିକଶିତ କରିବା, ଶିଳ୍ପନୁଷ୍ଠାନ ଓ ଶିକ୍ଷା କ୍ଷେତ୍ରର ସଂଯୋଗୀକରଣକୁ ସୁଦୃଢ଼ କରିବା ଓ ଦକ୍ଷତା ଆବଶ୍ୟକତାକୁ ପୂରଣ କରିବା ଦିଗରେ ଅଷ୍ଟ୍ରେଲିଆର ସ୍କିଲିଂ ଷ୍ଟାଣ୍ଡାର୍ଡ ଏବଂ ସାର୍ଟିଫିକେସନ ଫ୍ରେମଓ୍ୱାର୍କକୁ ଭାରତରେ କିଭଳି ବ୍ୟବହାର କରାଯାଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କୁଶଳୀ ତଥା ଉଚ୍ଚ ଉତ୍ପାଦନକାରୀ ମାନବ ଶକ୍ତି ପାଇଁ ଭାରତକୁ ଏକ ବିଶ୍ୱସ୍ତରୀୟ ପେଣ୍ଠସ୍ଥଳିରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଏବଂ ପ୍ରୟାସ ଉପରେ ଆଲୋକପାତ କରିଥିଲେ। ସେ ଏହା ବି କହିଥିଲେ ଯେ ଏକବିଂଶ ଶତାବ୍ଦୀରେ ଭାରତର ସବୁଠୁ ବଡ଼ ଶକ୍ତି ହେଉଛି ଏହାର ଯୁବବର୍ଗ। ଏକ ଦକ୍ଷ ଏବଂ କୁଶଳୀ ଭାରତ ଦେଶ ଓ ବିଶ୍ୱ ଅର୍ଥନୀତିରେ ମଧ୍ୟ ଯୋଗଦାନ ରଖିବ। ନୀତିଗତ ସଂସ୍କାର, ନବସୃଜନ ଏବଂ ଉଦ୍ୟମିତା ଦ୍ୱାରା ଭାରତରେ ଅଭୂତପୂର୍ବ ସୁଯୋଗ ସୃଷ୍ଟି କରାଯାଉଛି ବୋଲି ସେ କହିଛନ୍ତି।

- Advertisement -

ଶ୍ରୀ ପ୍ରଧାନ ଅଷ୍ଟ୍ରେଲିଆର ଦକ୍ଷତା ଅନୁଷ୍ଠାନ ଗୁଡ଼ିକ ସହ ଭାରତର ଭାଗିଦାରୀ ପାଇଁ ଥିବା ଆଗ୍ରହ ଉପରେ ମତପ୍ରକାଶ କରିଥିଲେ। ଦକ୍ଷତା ବିକାଶ କ୍ଷେତ୍ରରେ ଉଭୟ ଦେଶର ପ୍ରାଥମିକତାକୁ ଆଗକୁ ନେବା ଏବଂ ଅଷ୍ଟ୍ରେଲିଆରେ ଭାରତୀୟ ଯୁବବର୍ଗଙ୍କ ପାଇଁ ଅପାର ସମ୍ଭାବନା ସୃଷ୍ଟି କରିବା ପାଇଁ ଭାରତ ସହ ସହଯୋଗୀ ହେବା ପାଇଁ ଅଷ୍ଟ୍ରେଲିଆର ଇଚ୍ଛାବ୍ୟକ୍ତକୁ ପ୍ରଂଶସା କରିଥିଲେ ଶ୍ରୀ ପ୍ରଧାନ। ଉଭୟ ଦେଶରେ ଦକ୍ଷତା ମୂଲ୍ୟାଙ୍କନ, ଯୋଗ୍ୟତା ଏବଂ କୌଶଳ ମାନ୍ୟତା, ପାଠ୍ୟକ୍ରମ ବିକାଶ ଏବଂ ମାନବ ସମ୍ବଳର ବିକାଶରେ ମିଳିତ ଭାବରେ କାମ କରିବାର ଅପାର ସୁଯୋଗ ରହିଛି। ଆମ ଦେଶରେ ଭବିଷ୍ୟତ ପାଇଁ ପ୍ରସ୍ତୁତ ମାନବ ସମ୍ବଳ ଆମକୁ ବିଶ୍ୱ ସ୍ତରରେ ଥିବା ସୁଯୋଗର ଲାଭ ନେବା ପାଇଁ ଅଧିକ ପ୍ରସ୍ତୁତ ରଖିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ ଅଷ୍ଟ୍ରେଲିଆର ଦକ୍ଷତା ବିକାଶ ଏବଂ ତାଲିମ ମନ୍ତ୍ରୀ ବ୍ରେନଡେନ ଓ’ କୋନ୍ନୋର ସହ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ଦ୍ୱିପାକ୍ଷିକ ଆଲୋଚନାରେ ଯୋଗ ଦେଇଥିଲେ। ଉଭୟ ମନ୍ତ୍ରୀ ଦକ୍ଷତା ବିକାଶ କ୍ଷେତ୍ରରେ ଅଧିକ ସହଯୋଗୀ ହେବା ଏବଂ ଭବିଷ୍ୟତ ପାଇଁ ମାନବ ସମ୍ବଳ ପ୍ରସ୍ତୁତ କରିବା ଦିଗରେ ଏକ ଫଳପ୍ରଦ ଆଲୋଚନା ହୋଇଛି। ଦକ୍ଷତା ବିକାଶରେ ସହଯୋଗକୁ ମଜବୁତ କରିବା ଦିଗରେ ଥିବା ସୁଯୋଗର ଅନ୍ୱେଷଣ ପାଇଁ ଶ୍ରୀ ପ୍ରଧାନ କନ୍ନୋରଙ୍କୁ ଭାରତ ଆସିବା ପାଇଁ ନିମନ୍ତ୍ରଣ ଦେଇଛନ୍ତି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ବେନଡିଗୋ କାଙ୍ଗନ ଇନଷ୍ଟିଚ୍ୟୁଟରେ ଥିବା ଅଟୋମୋଟିଭ୍ ସେଣ୍ଟର ଅଫ୍ ଏକ୍ସଲେନ୍ସ ମଧ୍ୟ ପରିଦର୍ଶନ କରିଥିଲେ। ଏହା ପରେ ମେଲବୋର୍ଣ୍ଣ ସ୍ଥିତ ଡିକିନ ବିଶ୍ୱବିଦ୍ୟାଳୟ ଗସ୍ତ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲେ ଏବଂ ଶିକ୍ଷାନୁଷ୍ଠାନର ଶିଳ୍ପଭିତ୍ତିକ ଡିଜାଇନ ପାଠ୍ୟକ୍ରମ, ଗବେଷଣା ଡିଗ୍ରୀ ଉପରେ ବିସ୍ତୁତ ଭାବେ ବୁଝିଥିଲେ। ଏହି ଅବସରରେ ଅଷ୍ଟ୍ରେଲିଆରେ ଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟ, ଦକ୍ଷତା ବିକାଶ ଅନୁଷ୍ଠାନ ଓ ଡିକିନ ବିଶ୍ୱବିଦ୍ୟାଳୟକୁ ଭାରତରେ ଥିବା ସମ୍ଭାବନାକୁ ଅନ୍ୱଷଣ କରିବା ପାଇଁ ସ୍ୱାଗତ କରିଥିଲେ। ଏହାସହ ଉଭୟ ଦେଶର ନାଗରିକଙ୍କ ମଙ୍ଗଳ ପାଇଁ ଏବଂ ଉଭୟ ଦେଶକୁ ଶିକ୍ଷା ଆଧାରିତ ଅର୍ଥନୀତିରେ ପରିଣତ କରିବା ପାଇଁ ମେକାନିଜିମ ପ୍ରସ୍ତୁତ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି। ପରେ ସନ୍ଧ୍ୟାରେ ଶ୍ରୀ ପ୍ରଧାନ ମେଲବୋର୍ଣ୍ଣରେ ରହୁଥିବା ଓଡିଆ ଓ ଭାରତୀୟଙ୍କ ସହିତ ଆଲୋଚନା କରିଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories