www.samajalive.in
Sunday, December 14, 2025
19.1 C
Bhubaneswar

ସ୍ମାର୍ଟ ଇଣ୍ଡିଆ ହାକାଥନ ସମାରୋହକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୫ ତାରିଖ ରାତି ଆଠଟା ବେଳେ ସ୍ମାର୍ଟ ଇଣ୍ଡିଆ ହାକାଥନ – ୨୦୨୨ର ଭବ୍ୟ ଉଦ୍ୟାପନୀ ସମାରୋହକୁ ଦୃଶ୍ୟ ଶ୍ରାବ୍ୟ ମାଧ୍ୟମରେ ସମ୍ବୋଧନ କରିବେ। ବିଶେଷକରି ଯୁବ ମାନସ ମଧ୍ୟରେ ନବୋନ୍ମୋଷର ଉତ୍ସାହ ଜାଗ୍ରତ କରିବା ପ୍ରଧାନମନ୍ତ୍ରୀଙ୍କ ନିରବଚ୍ଛିନ୍ନ ଉଦ୍ୟମ ହୋଇ ରହି ଆସିଛି। ଏହାକୁ ଆଖି ଆଗରେ ରଖି ସ୍ମାର୍ଟ ଇଣ୍ଡିଆ ହାକାଥନ (ଏସଆଇଏଚ) ୨୦୧୭ ମସିହାରେ ଆରମ୍ଭ କରାଯାଇଥିଲା। ଏସଆଇଏଚ୍ ଏକ ଦେଶବ୍ୟାପୀ ପଦକ୍ଷେପ ଯେଉଁଥିରେ କି ଛାତ୍ରଛାତ୍ରୀମାନେ ସମାଜ, ସଂଗଠନ ଓ ସରକାର ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସୁଯୋଗ ପାଇଥାନ୍ତି । ଏଗୁଡ଼ିକ ନବୋନ୍ମୋଷ ସଂସ୍କୃତିର ପରିଚାଳନା, ସମସ୍ୟା ସମାଧାନ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁସନ୍ଧାନ କୌଶଳ ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି।

ଏସଆଇଏଚର ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାର ପ୍ରଥମ ସଂସ୍କରଣରେ ୭୫୦୦ ଦଳ ଭାଗ ନେଇଥିବାବେଳେ ଚଳିତ ପଞ୍ଚମ ସଂସ୍କରଣରେ ଏହା ୨୯, ୬୦୦କୁ ବୃଦ୍ଧି ପାଇଛି। ଏହି ବର୍ଷ ୧୫ହଜାରରୁ ଅଧିକ ଛାତ୍ରଛାତ୍ରୀ ଓ ସେମାନଙ୍କ ପୃଷ୍ଠପୋଷକ ୨୦୨୨ ଏସଆଇଏଚର ଭବ୍ୟ ସମାରୋହରେ ଯୋଗଦେବା ପାଇଁ ୭୫ଟି ଏହାର ମୁଖ୍ୟ କେନ୍ଦ୍ରଗୁଡିକୁ ଯାତ୍ରା କରିଛନ୍ତି। ୨୯୦୦ ବିଦ୍ୟାଳୟ ଓ ୨୨୦୦ ଉଚ୍ଚଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ ୫୩ଟି ମନ୍ତ୍ରଣାଳୟର ୪୭୬ଟି ବିଭିନ୍ନ ସମସ୍ୟାର ସମାଧାନ କରିବେ। ଏଥିରେ ମନ୍ଦିର ଗାତ୍ରରେ ଖୋଦେଇ ଶିଳାଲିପିର ଅପ୍ଟିକାଲ କ୍ୟାରେକ୍ଟର ରେକଗନିସନ (ଓସିଆର) ଓ ଦେବନାଗରୀ ଲିପିରେ ଅନୁବାଦ ଓ ନଷ୍ଟ ହୋଇଯାଉଥିବା ସାମଗ୍ରୀର ରକ୍ଷଣାବେକ୍ଷଣ ସୂତ୍ର, ପାହାଡ ଉପତ୍ୟକାର ଥ୍ରୀଡି ମଡେଲ ହାଇ ରିଜୋଲେସନ, ବିପର୍ୟ୍ୟୟ ପ୍ରବଣ ଅଞ୍ଚଳରେ ଭିତ୍ତିଭୂମି ଓ ରାସ୍ତା ଅବସ୍ଥା ଇତ୍ୟାଦି ଅନ୍ତର୍ଭୁକ୍ତ। ଚଳିତବର୍ଷ ସ୍ମାର୍ଟ ଇଣ୍ଡିଆ ହାକାଥନ-ଜୁନିୟର ମଧ୍ୟ ପ୍ରଦର୍ଶିତ ହୋଇଛି । ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବୋନ୍ମେଷ ସଂସ୍କୃତି ଓ ବିଦ୍ୟାଳୟସ୍ତରରେ ସମସ୍ୟା ସମାଧାନ ନେଇ ଦକ୍ଷ ହେବା ଏହାର ଉଦ୍ଦେଶ୍ୟ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories