www.samajalive.in
Friday, December 12, 2025
27.1 C
Bhubaneswar

ସାଉଦିଆରବକୁ ଟ୍ରମ୍ପଙ୍କ ଧମକ

ୱାଶିଂଟନ : ୱାଶିଂଟନ ପୋଷ୍ଟର ସାମ୍ବାଦିକ ଜମାଲ ଖାସୋଗିଙ୍କ ହତ୍ୟା ଘଟଣାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାଉଦି ଆରବକୁ ଧମକ ଦେଇଛନ୍ତି। ଶୁକ୍ରବାର ଟ୍ରମ୍ପ କହିଛନ୍ତି ଯେ ଜମାଲଙ୍କ ନିଖୋଜ କିମ୍ବା ହତ୍ୟା ପଛରେ ଯଦି ସାଉଦି ଆରବର ସମ୍ପୃକ୍ତି ପ୍ରମାଣିତ ହୁଏ ତେବେ ଏହାକୁ କଠୋର ଦଣ୍ଡ ଦିଆଯିବ। ସିବିଏସ୍‍ ନ୍ୟୁଜ୍‍କୁ ଏକ ସାକ୍ଷାତକାର ଦେବା ଅବସରରେ ଟ୍ରମ୍ପ ସାଉଦି ଆରବକୁ ଏପରି ଧମକ ଦେଇଛନ୍ତି। ଜମାଲ ଜଣେ ସାଉଦି ଆରବ ନାଗରିକ। ସେ ଆତ୍ମନିର୍ବାସନ ପୂର୍ବକ ଆମେରିକାରେ ରହିଆସୁଥିଲେ। ଅକ୍ଟୋବର ୨ ତାରିଖରେ ସେ ଇସ୍ତାନବୁଲସ୍ଥିତ ସାଉଦି ଆରବର ଦୂତାବାସ ଯାଇଥିବାବେଳେ ନିଖୋଜ ହୋଇଯାଇଥିଲେ। ସାଉଦି ଆରବ ଦୂତାବାସରେ ତାଙ୍କୁ ହତ୍ୟା କରାଯାଇଥିବା କୁହାଯାଇଛି। ତୁର୍କୀର ତଦନ୍ତକାରୀ ଅଧିକାରୀମାନେ ଏହି ଦାବି କରିଥିବାବେଳେ ସାଉଦି ଆରବ ଏହାକୁ ଖଣ୍ଡନ କରିଛି। ଜମାଲଙ୍କ ନିଖୋଜ ଓ ମୃତ୍ୟୁ ଘଟଣାକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ଚାଲିଛି। ତେବେ ଜମାଲଙ୍କ ହତ୍ୟା ପଛରେ କାହାର ସମ୍ପୃକ୍ତି ରହିଛି ତାହା ସ୍ପଷ୍ଟ ହୋଇନାହିଁ। ଆମେରିକା ପକ୍ଷରୁ ଏହା ଉପରେ ଅଧିକ ତଦନ୍ତ ଚାଲିଛି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories