ଆପ୍ ମନ୍ତ୍ରୀଙ୍କ ଘରୁ ୩୫ଲକ୍ଷ ଟଙ୍କା ଜବତ
ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟି (ଆପ୍) ନେତା ତଥା ଦିଲ୍ଲୀ ସରକାରଙ୍କ ପରିବହନ ମନ୍ତ୍ରୀ କୈଳାସ ଗେହଲଟଙ୍କ ଘରେ ଆୟକର ବିଭାଗ ଚଢଉ କରିଛି। ଆୟକର ଚଢଉ ସମୟରେ କୈଳାସଙ୍କ ଘରୁ ୩୫ଲକ୍ଷ ଟଙ୍କା ଓ ବେନାମୀ ସମ୍ପତ୍ତି ସମ୍ପର୍କିତ ଅନେକ କାଗଜପତ୍ର ଜବତ କରାଯାଇଛି। କୈଳାସଙ୍କ ସମ୍ପୃକ୍ତି ଥିବା ୧୬ଟି ସ୍ଥାନରେ ୪ଦିନ ହେଲା ଆୟକର ବିଭାଗର ଚଢଉ ଜାରି ରହିଥିଲା। ଟିକସ ଠକେଇ ଅଭିଯୋଗକୁ ନେଇ କୈଳାସଙ୍କ ଘରେ ଏହି ଚଢଉ ହୋଇଥିଲା। ଏହି ଚଢଉ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱ ଆପ୍ ସରକାର ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।