www.samajalive.in
Saturday, December 13, 2025
14.1 C
Bhubaneswar

ବାସଗୃହ ନିମନ୍ତେ ଏବିଡିଓଙ୍କୁ ଲିଖିତ ଅଭିଯୋଗ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତର ରାଣୀପଦର ଗ୍ରାମର ପ୍ରାୟ ୨୦ ଜଣ ଲୋକ ବାସଗୃହ ନିମନ୍ତେ ଏବିଡିଓ ବଳରାମ ପାତ୍ରଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି। ଲଗାଣ ବର୍ଷାରେ ଘର ଚାରି ପାଖରେ ପାଣି ହେବା ସହ ଘର ଭିତରେ ଝର ବାହାରିବାରୁ କାନ୍ଥଗୁଡ଼ିକ ଓଦା ହୋଇଯାଇଛି। କେତେବେଳେ ଭୁଶୁଡି ପଡ଼ି କାହାର ପ୍ରାଣ ଚାଲିଯିବ ଏହି ଭୟରେ ନିଜ ଘର ଛାଡ଼ି ଗାଁରେ ଥିବା ଅନ୍ୟ ଏକ ଘରେ ଆଶ୍ରୟ ନେଉଛନ୍ତି ଲୋକେ। ରୋଷେଇ ବାସ ଘରେ ନକରି ଘର ବାହାରେ କରୁଛନ୍ତି। ଏହି ଗାଁରେ ୨୮ଟି ପରିବାର ବସ ବାସ କରୁଥିବା ବେଳେ ପ୍ରାୟ ୧୬ଟି ଘରରୁ ଝର ବାହାରିବା ଯୋଗୁଁ ଘର ପଡିଯିବା ଭୟରେ ଅନ୍ୟ ଘରେ ଆଶ୍ରୟ ନେଇଥିବା କହିଛନ୍ତି। ଏହି ବିଷୟ ନେଇ ଗ୍ରାମବାସୀ ସମିତି ସଭ୍ୟା କାଞ୍ଚନ ନେମାଲପୁରୀ ଓ ସରପଞ୍ଚ ସୁକାନ୍ତି କାଡ୍ରାକାଙ୍କୁ ବାରମ୍ଭାର ଜଣାଇବା ପରେ ମଧ୍ୟ କୌଣସି ସହାୟତା ନମିଳିବାରୁ ଆଜି ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ବଳରାମ ପାତ୍ରଙ୍କୁ ଭେଟି ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଏଥିସହ ଗ୍ରାମକୁ ଭଲ ରାସ୍ତା ଖଣ୍ଡିଏ ମଧ୍ୟ ନାହିଁ। ଗାଁକୁ ଯିବାକୁ ହେଲେ ଏକ ନାଳ ଦେଇ ଯିବାକୁ ପଡୁଛି। ରୋଗୀ, ଗର୍ଭବତୀମାନଙ୍କୁ ଆଣିବା ପାଇଁ ବହୁ ହନ୍ତସନ୍ତ ହେବାକୁ ପଡୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ବିଷୟରେ ଏବିଡ଼ିଓ ବଳରାମ ପାତ୍ରଙ୍କୁ ପଚାରିବାରୁ ସେ କହିଲେ ପାହାଡ଼ ତଳର ଗାଁ ରହିଥିବାରୁ ଘରେ ଝର ବାହାରିଛି। ଏମାନେ ଭୟଭୀତ ହୋଇ ଅନ୍ୟତ୍ର ବସବାସ କରି ରହିଛନ୍ତି। ଏ ଖବର ଆଗରୁ ମିଳିଥିଲା। ଗାଁକୁ ମାଟି ରାସ୍ତା ରହିଥିଲା, ନଷ୍ଟ ହୋଇଯାଇଥିବାରୁ ରାସ୍ତା ପାଇଁ ଆକ୍ସନ ପ୍ଲାନ ରଖାଯାଇଛି। ତୁରନ୍ତ ସେମାନଙ୍କ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।

Hot this week

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

Related Articles

Popular Categories