www.samajalive.in
Sunday, December 14, 2025
19.1 C
Bhubaneswar

ସକାଳେ କରୁଛନ୍ତି କି ଏହି ଭୁଲ୍‍ ?

ଅନେକ ଲୋକଙ୍କ ଅଭ୍ୟାସ ସକାଳେ ଉଠିବା ପରେ ପୁଣି ଶୋଇବା। ଏହାର ଏକ ମୁଖ୍ୟ କାରଣ ଆଳସ୍ୟ ଅନୁଭବ ହେବା ସହ ସଠିକ ଭାବେ ନିଦ ନ ଭାଙ୍ଗିବା। ତେବେ ଜାଣନ୍ତୁ ଏଭଳି କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କିପ୍ରଭାବ ପଡିଥାଏ..
ସକାଳେ ଉଠିବା ପରେ ଅଧିକାଂଶ ଆଳସ୍ୟବଶତଃ ମୋବାଇଲ ଫୋନ୍‍ର ବ୍ୟବହାର କରିଥାଆନ୍ତି। ମାତ୍ର ଏପରି କରିବା ଦ୍ୱାରା ଆଖି ଉପରେ କୁପ୍ରଭାବ ପଡିଥାଏ। ସ୍ମରଣ ଶକ୍ତି ହ୍ରାସ ହେବା ସହ କାର୍ଯ୍ୟ କରିବାର ଇଚ୍ଛା ଶକ୍ତି ହ୍ରାସ ପାଇଥାଏ।
ତେଣୁ ସକାଳେ ଉଠିବା ପରେ ତୁରନ୍ତ ବାହାରକୁ ଆସି ସୂର୍ଯ୍ୟଙ୍କ ରଶ୍ମିରେ କିଛି ସମୟ ରୁହନ୍ତୁ। ଏହାଦ୍ୱାରା ନିଦ ଭଲ ଭାବେ ଭାଙ୍ଗିବା ସହ ଆଳସ୍ୟ ଅନୁଭବ ହୋଇନଥାଏ।
ଅନେକ ଲୋକଙ୍କ ବିଛଣାରେ ବସି ଚା’ ପିଇବା ଅଭ୍ୟାସ। ତେଣୁ ଆଳସ୍ୟ ଅନୁଭବ ହେଉଥିଲେ। ନିଜ ପସନ୍ଦ ଅନୁଯାୟୀ ଅଳ୍ପ ଚା’ ପିଅନ୍ତୁ। ଫଳରେ ଆଉ ନିଦ ଲାଗି ନଥାଏ।
ନିୟମିତ ବିଳମ୍ବିତ ରାତି ଯାଏଁ ଉଜାଗର ରହି ମୋବାଇଲ ବ୍ୟବହାର କରନ୍ତୁ ନାହିଁ। ଏହାଦ୍ୱାରା ମାନସିକ ଅଶାନ୍ତି,ସ୍ମରଣ ଶକ୍ତି ଉପରେ କୁପ୍ରଭାବ, କାମ କରିବାର ଆଗ୍ରହ କମିବା, ସକାଳେ ବିଳମ୍ବରେ ଉଠିବା, ଦୈନିକ ଜୀବନଶୈଳୀରେ ପରିବର୍ତ୍ତନ ସହ ସଠିକ ସମୟରେ କାମ ହୋଇ ପାରିନଥାଏ। ଚକ୍ଷୁ ଉପରେ ମଧ୍ୟ କୁପ୍ରଭାବ ପଡିଥାଏ। ଏହାସହ ସକାଳେ ଉଠିବାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥାଏ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories