ମାଲକାନଗିରି : ଦୀର୍ଘ ଦିନ ପରେ ଏମିତି କିଛି ନିଆରା ଚିତ୍ର ଦେଖିବାକୁ ମିଳିଛି ମାଓ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ। ଆଜି ବିଏସଏଫ ଡିଆଇଜିଙ୍କ ନିକଟରେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ରାଲେଗେଡ଼ା ପଞ୍ଚାୟତର ୧୫୦ ଜଣ ମାଓ ସମର୍ଥକ ବିଏସଏଫ ଯବାନ ମାନଙ୍କ କୁମ୍ବିଙ୍ଗ ଓ କେନ୍ଦ୍ର ସରକାରଙ୍କ ବିକାଶ କାର୍ୟ୍ୟରେ ଆକୃଷ୍ଟ ହୋଇ ମୁଖ୍ୟ ଶ୍ରତକୁ ଫେରିଥିବା ବେଳେ ସୁରକ୍ଷା କର୍ମୀଙ୍କ ସହ ମିଶି ମାଓ ସହୀଦ ସ୍ତୁପକୁ ଭାଙ୍ଗିଛନ୍ତି। ବର୍ଷ ବର୍ଷ ଧରି ମାଓବାଦୀଙ୍କ ଡୋରରେ ଲାଲ ବାହିନୀକୁ ସମର୍ଥନ କରୁଥିବା ଏହି ଆଦିବାସୀ ମାନେ ଆଜି ଗଣତନ୍ତ୍ରର ମୂଲ୍ୟବୋଧ ବୁଝିଛନ୍ତି । ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଏହି ଅଂଚଳ ରେ ବିକାଶ ସହ ଶାନ୍ତି ଫେରି ଆସିଥିବା କହିଛନ୍ତି ଅଂଚଳବାସୀ । ଅ।ଗମୀ ଦିନରେ ହିଂସା ଛାଡି ପୁଲିସ ଓ ପ୍ରଶାସନକୁ ସହଯୋଗ କରିବୁ ବୋଲି ଶପଥ ନେଇଥିଲେ।
ବିଏସଏଫଙ୍କ ସହାୟତାରେ ଭାଙ୍ଗୁଛି ମାଓଗଡ଼ ; ଆତ୍ମସମର୍ପଣ କଲେ ୧୫୦ରୁ ଅଧିକ ମାଓ ସମର୍ଥକ
Popular Categories



