www.samajalive.in
Friday, December 12, 2025
14.1 C
Bhubaneswar

ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜିଅନ୍ତା ଜାଳିଲେ ଦୁର୍ବୃତ୍ତ: ସ୍ବାମୀ, ସ୍ତ୍ରୀ ଗୁରୁତର

କେନ୍ଦୁଝର: ଅମାନବୀୟ, ଅମାନୁଷିକ, ଲୋମଟାଙ୍କୁରା ଘଟଣା। ଶୋଇଥିବା ସମୟରେ ବାହାର ପଟୁ ତାଲା ପକାଇ ପେଟ୍ରୋଲ ଢ଼ାଳି ଜିଅନ୍ତା ଜାଳିଲେ ଦୁର୍ବୃତ୍ତ। ଫଳରେ ଗୁରୁତର ଅବସ୍ଥାରେ ସ୍ବାମୀ, ସ୍ତ୍ରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏମିତି ଏକ ଅଭାବନିୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅର୍ନ୍ତଗତ ଜାମୁଯୋଡ଼ି ପଞ୍ଚାୟତ ଧାଗୋଠ ଗ୍ରାମର ପଧାନ ସାହିରେ।

ସୂଚନା ଅନୁଯାୟୀ, ଗ୍ରାମର ଉଗ୍ରସେନ ପଲେଇ ଓ ତାଙ୍କ ପତ୍ନୀ ଜୟନ୍ତୀ ଖଟୁଆ ଶୋଇଥିବା ବେଳେ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ପରିବାରର ସମସ୍ତ କବାଟରେ ବାହାର ପଟୁ ତାଲା ପକାଇ ନିଆଁ ଲଗାଇ ଦେଇଥିଲା। ସ୍ବାମୀ, ସ୍ତ୍ରୀ ଜଳି ବାହାରକୁ ବାହାରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ବାହାରି ପାରି ନଥିଲେ। ଜୀବନ ବିକଳରେ ବଞ୍ଚିବାକୁ ଚିତ୍କାର କରିବାରୁ ଗାଁ ଲୋକ ଶୁଣି କବାଟ ଭାଙ୍ଗି ଉଦ୍ଧାର କରିଥିଲେ। ଉଭୟ ଗୁରୁତର କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଉଭୟଙ୍କ ଜୀବନ ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ହରିଚନ୍ଦନପୁର ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାର ତନାଘନା ଚଳାଇଛି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories