www.samajalive.in
Monday, December 15, 2025
27.1 C
Bhubaneswar

ଟିକେଟ କଳାବଜାରୀ କରିବା ଅଭିଯୋଗରେ ଟିକେଟ କର୍ମଚାରୀଙ୍କୁ ଗିରଫ କଲା ଟାସ୍କଫୋର୍ସ

ସିମୁଳିଆ: ବାଲେଶ୍ୱର ଜିଲ୍ଲା ମାର୍କୋଣା ରେଳ ଷ୍ଟେସନରେ ଖଡ଼ଗପୁର ଆରପିଏଫର  ସ୍ୱତନ୍ତ୍ର ୫ଜଣିଆ ଟିମ ଦ୍ୱାରା ଚଢ଼ାଉ କରାଯାଇ ରେଳ କର୍ମଚାରୀଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ମାର୍କୋଣା ରେଳ ଷ୍ଟେସନରେ ବହୁତ ଦିନ ହେଲା ଟିକେଟ କଳାବଜାରୀ ହେଉଥିବା ଅଭିଯୋଗ ହୋଇ ଆସୁଥିଲା । ବିଶେଷ ସୂତ୍ରରୁ ଖବର ପାଇ ଖଡ଼ଗପୁର ରେଳ ସୁରକ୍ଷା ବଳର ସ୍ୱତନ୍ତ୍ର ଟାସ୍କ ଫୋର୍ସ  ଅଚାନକ ପହଞ୍ଚି ମାର୍କୋଣା ଟିକେଟ କାଉଣ୍ଟର ଉପରେ ଚଢ଼ାଉ କରିଥିଲେ ।

ଏଥିରେ ସିମୁଳିଆ ବାଟି ଅଞ୍ଚଳର ଜଣେ ମହିଳାଙ୍କ ନିକଟରୁ ରେଳ ଟିକେଟ କ୍ଲର୍କ ବସନ୍ତ ଜେନା ଭଦ୍ରକରୁ ସିକନ୍ଦରାବାଦକୁ ରିଜରଭେସନ ଟିକେଟ କରାଇ ଦେବା ନିମନ୍ତେ ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ଟଙ୍କା ନେଉଥିବା ବେଳେ ସ୍ୱତନ୍ତ୍ର ଟାକ୍ସ ଫୋର୍ସ ହାତରେ ଧରା ପଡ଼ିଥିଲେ । ଖଡ଼ଗପୁର ଟାକ୍ସ ଫୋର୍ସ ଟିମର ଇନିସ୍ପେକଟର କମଲେସ ସମଦାର ଅଧିକ ଯାଞ୍ଚ କରିବା ସହ ବସନ୍ତଙ୍କ ନିକଟରୁ ଟିକେଟ, ଟଙ୍କା ଓ ମୋବାଇଲ ଜବତ କରି ବସନ୍ତ କୁମାର ଜେନାଙ୍କୁ ଗିରଫ କରି ବାଲେଶ୍ୱରକୁ ନେଇ ଯାଇଥିବା ଜଣାପଡ଼ିଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories