www.samajalive.in
Monday, December 15, 2025
24.1 C
Bhubaneswar

ଦେଶରେ ପର୍ଯ୍ୟାପ୍ତ ଗହମ ମହଜୁଦ

ନୂଆଦିଲ୍ଲୀ : ଦେଶରେ ପର୍ଯ୍ୟାପ୍ତ ପରିମାଣର ଗହମ ମହଜୁଦ ଅଛି; ତେଣୁ ସରକାର ବିଦେଶରୁ ଗହମ ଆମଦାନୀ କରିବେ ନାହିଁ ବୋଲି ରବିବାର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ କହିଛି। ସରକାର କହିଛନ୍ତି ଯେ ଭାରତ ଖାଦ୍ୟ ନିଗମ (ଏଫସିଆଇ)ଙ୍କ ନିକଟରେ ପର୍ଯ୍ୟାପ୍ତ ଗହମ ମହଜୁଦ ଅଛି; ଯାହା ଦେଶର ଆବଶ୍ୟକତାକୁ ପୂରଣ କରିପାରିବ। ତେଣୁ ଆବଶ୍ୟକତା ପୂରଣ ପାଇଁ ବିଦେଶରୁ ଗହମ ଆମଦାନୀ କରାଯିବାର ନାହିଁ। ଦେଶରେ ଗହମ ଅଭାବ ରହିଛି ତେଣୁ ସରକାର ବିଦେଶରୁ ଗହମ ଆମଦାନୀ କରିବା ନେଇ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଉପରେ ପ୍ରତିକ୍ରିୟା ରଖି ସରକାର ଏପରି କହିଛନ୍ତି। ଜୁଲାଇ ମାସରେ ଦେଶର ଏଫସିଆଇ ନିକଟରେ ୧୩୪ ଲକ୍ଷ ଟନ୍ ଗହମ ମହଜୁଦ ରହିଥିଲା। ଚଳିତ ବର୍ଷ ଦେଶରେ ଖାଦ୍ୟଶସ୍ୟର ଉତ୍ପାଦନ ହ୍ରାସ ପାଇଛି। ଦେଶରେ ଖାଦ୍ୟ ଶସ୍ୟ ଉତ୍ପାଦନ ପ୍ରାୟ ୩% ହ୍ରାସ ପାଇବା ଆକଳନ କରାଯାଇଛି। ପଞ୍ଜାବ ଓ ହରିୟାଣାରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଗହମ ଉତ୍ପାଦନ ମଧ୍ୟ ହ୍ରାସ ପାଇବା ଆକଳନ କରାଯାଇଛି। ୨୦୨୧-୨୨ରେ ଦେଶର ରେକର୍ଡ ପରିମାଣର ୭ନିୟୁତ ଟନ୍ ଗହମ ରପ୍ତାନୀ କରିଥିଲା।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories