ସୋମବାର ରାଶିଫଳ ( ୨୨/୦୮/୨୦୨୨)

ମେ​ଷ :​‌ ଈଶ୍ବର ବିଶ୍ବାସରୁ ଶାଶ୍ବତ ନିଷ୍ପତ୍ତିର ସନ୍ଧାନ ପାଇବେ। ମନ ପ୍ରସନ୍ନ ରହିବ। ଭାଷା ପ୍ରେମ ପୂର୍ଣ୍ଣ ହେବ। ସ୍ନେହୀ ଓ ସାହସୀ ହେବେ। ଭ୍ରାତୃଭାବ ଅତୁଟ ରହିବ। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ବାନ୍‌ ହେବେ।

ବୃଷ : ଦୈବୀ ବଳରେ ବଳୀୟାନ୍‌ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ସହନଶୀଳ, ଶାନ୍ତିପ୍ରିୟ, ଉଦାରଚରିତ୍ର ଓ ବିଦ୍ୟାପ୍ରେମୀ ହେବେ। ଲୁକ୍‌କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିପାରନ୍ତି।

ମିଥୁନ : ଚିନ୍ତାଧାରା ସୁଦୂରପ୍ରସାରୀ ହେବ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଆତ୍ମସଂଯମୀ ହୋଇ ଇନ୍ଦ୍ରିୟମାନଙ୍କ ଲାଳସାକୁ ଆୟତ୍ତ କରିପାରନ୍ତି। ମାଲିମୋକଦ୍ଦମାର ବିଚାରାଧାରା ସପକ୍ଷରେ ଯିବ। ଧନଲାଭ ହେବ।

କର୍କଟ : ବିପଦରେ କାତର କିମ୍ବା ସମ୍ପଦରେ ଅଧୀର ନ ହେବା ସ୍ଥିତପ୍ରଜ୍ଞର ଲକ୍ଷଣ ଆପଣଙ୍କଠାରେ ରହିଛି। ସତ୍ୟଧର୍ମ ପରାୟଣ ହେବେ। ଧାର୍ମିକ ପ୍ରବୃତ୍ତିର ହେବେ ଓ ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି।

ସିଂହ : ସଶକ୍ତ ଆତ୍ମବଳରେ ବଳୀୟାନ ହେବେ। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ପ୍ରକାଶିତ ଚିତ୍ତର ଅନୁଭୂତି ଜ୍ଞାନକୁ ପାଥେୟ କରି କର୍ମକ୍ଷେତ୍ରରେ ବିନିଯୋଗ କରିବେ। ଧନ ଓ ସମ୍ମାନ ମିଳିପାରେ।

କନ୍ୟା : ମନରେ ଧ୍ୟାନର ଦୀପ ଜଳାଇ ହୃଦୟାକାଶକୁ ଆଲୋକିତ କରିପାରନ୍ତି। ଦୟାଧର୍ମକୁ ଆଦରି ନେବେ। ବାଣିଜ୍ୟ କାରବାର ଲାଭଦାୟକ ହେବ। ପାରିବାରିକ ସ୍ନେହରେ ଘରକୁ ବୈକୁଣ୍ଠ ସମାନ କରିବେ।

prayash

ତୁଳା : ଭାଗ୍ୟବଳରେ ବଳୀୟାନ ହୋଇପାରନ୍ତି। ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ଅଗ୍ରସର ହେବେ। ଧୀଶକ୍ତି ସମ୍ପନ୍ନ ହେବେ। ଦାମ୍ପତ୍ୟ ଜୀବନକୁ କୁସୁମିତ କରିପାରନ୍ତି। ସମୃଦ୍ଧିର ମାର୍ଗ ଉନ୍ମୁକ୍ତ ଅଛି।

ବିଛା : ଧୈର୍ଯ୍ୟବାନ୍‌ ହେବେ। ଅସୁବିଧାକୁ ଡରିଲେ ସେ ଡରାଇବ; ମାତ୍ର ତା’ର ମୁକାବିଲା କଲେ ସିଏ ଲୁଚିଯାଇପାରେ। ଆତ୍ମବଳରେ ବଳୀୟାନ ହେବେ। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ସତର୍କତାର ଦିନ ଆଜି।

ଧନୁ : ସେବା ଭାବନାର ଅଗ୍ରଗଣ୍ୟ ସାରଥି ହୋଇପାରନ୍ତି। ପ୍ରଜ୍ଞାଦୀପ୍ତ ଭାବ ନେଇ କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ବିଭୁଦତ୍ତ ପ୍ରତିଭାସମ୍ପନ୍ନ ହେବେ। ସ୍ବକର୍ମ ପାଇଁ ଉପୁଜିଥିବା ଅହଂଭାବକୁ ବିସର୍ଜନ ଦେଇପାରନ୍ତି।

ମକର : ବାହ୍ୟ ଖର୍ଚ୍ଚକୁ ସୀମିତ କରିବାରେ ସକ୍ଷମ ହେବେ। ଅହଂକାର ଦୂର ହେଲେ ଭକ୍ତି ପ୍ରକଟିତ ହେବ। ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ।

କୁମ୍ଭ : ପ୍ରତି ଆହ୍ବାନକୁ ଉତ୍କର୍ଷର ସୋପାନ ଭାବେ ଗ୍ରହଣ କରିବେ। ଅନେକ କ୍ଷେତ୍ରରେ ବାସ୍ତବତା ସହିତ ଯୋଡ଼ି ହୋଇପାରନ୍ତି। ଚେଷ୍ଟା ଶୂନ୍ୟ ହୋଇ ମଧ୍ୟ ଅର୍ଥାଗମ ହେବ। ସତ୍‌ପରାୟଣ ହେବେ।

ମୀନ : କୃଷକ କଲ୍ୟାଣ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିପାରନ୍ତି। ଦାନଶୀଳ ଭାବେ ଭୋକିଲାଙ୍କ ଜଠରାଗ୍ନିକୁ ନିର୍ବାପିତ କରିପାରନ୍ତି। ସୁଖ, ଶାନ୍ତି, ସମୃଦ୍ଧିର ବାସ୍ତବ ଆଧାର ହେବେ। ସୁସ୍ଥ ଓ ନିରାମୟ ରହିବେ।

kalyan agarbati

Comments are closed.