www.samajalive.in
Sunday, December 14, 2025
19.1 C
Bhubaneswar

୩ୟ ଦିନିକିଆ ଆଜି ; ଶୃଙ୍ଖଳା ପୋଛିବା ଲକ୍ଷ୍ୟରେ ଭାରତ

ହରାରେ : ଘରୋଇ ଜିମ୍ବାୱେ ବିପକ୍ଷରେ କ୍ରମାଗତ ୧୪ଶ ଦିନିକିଆ ମ୍ୟାଚ୍‌ ଏବଂ କ୍ରମାଗତ ୭ମ ଦିନିକିଆ ଶୃଙ୍ଖଳା ବିଜୟୀ ହୋଇଛି। ୨-୦ରେ ଆଗୁଆ ରହି ଭାରତ ଶୃଙ୍ଖଳା ଜିତିସାରିଛି। ସୋମବାର ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ ଖେଳାଯିବ। ତେଣୁ ଏହି ମ୍ୟାଚ୍‌ରେ ଭାରତର ଲକ୍ଷ୍ୟ ହେବ ଶୃଙ୍ଖଳା ପୋଛିବା। ପୁଣି ୬ ମାସ ପରେ ପ୍ରତିଦ୍ବନ୍ଦ୍ବିତାମୂଳକ କ୍ରିକେଟ୍‌କୁ ଫେରିଥିବା ରାହୁଲଙ୍କଠାରୁ ମଧ୍ୟ ବଡ଼ ସ୍କୋର୍‌ର ଆଶା ଭାରତୀୟ ଦଳ ରଖିଛି। ଅନ୍ୟପକ୍ଷ​‌େ​‌ର ସାନ୍ତ୍ବନାମୂଳକ ବିଜୟ ହାସଲ ପାଇଁ ଜିମ୍ବାୱେ ନିଶ୍ଚୟ ପ୍ରୟାସ କରିବ। ହେଲେ ଭାରତ ବିପକ୍ଷରେ ଜିତିବାକୁ ହେଲେ ଜିମ୍ବାୱେକୁ ସ୍ବତନ୍ତ୍ର ପ୍ରଦର୍ଶନ କରିବାକୁ ପଡ଼ିବ। ଗତ ୨ଟି ମ୍ୟାଚ୍‌ରେ ଭାରତୀୟ ବୋଲିଂ ଆକ୍ରମଣର ଜବାବ କୌଣସି ବ୍ୟାଟ୍‌ସମ୍ୟାନଙ୍କ ପାଖରେ ନଥିଲା। ଅନ୍ୟପକ୍ଷରେ ଶୃଙ୍ଖଳା ହାତେଇ ସାରିଥିବା ଭାରତ ଏହି ମ୍ୟାଚ୍‌ରେ ଅନ୍ୟ ଖେଳାଳିଙ୍କୁ ସୁଯୋଗ ଦେଇପାରେ।
ଜିମ୍ବାୱେର ବ୍ୟାଟିଂ ସମସ୍ୟା ଓପ୍‌ନିଂ ସ୍ଥାନରୁ ଆରମ୍ଭ। ୨୦୧୪ ପରଠାରୁ ଜିମ୍ବାୱେ ଦିନିକିଆ ମ୍ୟାଚ୍‌ରେ ଶତକୀୟ ଓପ୍‌ନିଂ ଭାଗିଦାରୀ କରି ପାରିନାହିଁ। ୨୦୨୦ ଆରମ୍ଭରୁ ଅଦ୍ୟାବଧି ଜିମ୍ବାୱେ ୧୪ଟି ପୃଥକ୍ ଓପ୍‌ନିଂ ଯୋଡ଼ି ଖେଳାଇଥିଲେ ହେଁ କେହି ସଫଳ ହୋଇନାହାନ୍ତି। ଶ୍ରୀଲଙ୍କା ବିପକ୍ଷରେ ରେଜିସ୍ ଚାକାଭା ଓ କାଇଟାନେ ଭଲ ବ୍ୟାଟିଂ କରିଥିଲେ ହେଁ ଏହାପରେ ଦୁହେଁ ଫର୍ମ ହରାଇଛନ୍ତି। ପ୍ରଥମ ୨ଟି ମ୍ୟାଚ୍‌ରେ ଟସ୍ ଜିତି ଭାରତ ପେସ୍ ବୋଲିଂ ସହାୟକ ପିଚ୍‌ର ଫାଇଦା ନେବା ପାଇଁ ଫିଲ୍‌ଡିଂ ନେଇଥିଲା। ହେଲେ ଶୃଙ୍ଖଳା ଜିତି ସାରିଥିବାରୁ ସୋମବାର ଟସ୍ ଜିତି ବ୍ୟାଟିଂ କରିପାରେ। ପୁଣି ଏସିଆ କପ୍‌ ପୂର୍ବରୁ ଅନ୍ତିମ ଆନ୍ତର୍ଜାତିକ ମ୍ୟାଚ୍‌ରେ ରାହୁଲ ମଧ୍ୟ ବଡ଼ ସ୍କୋର୍‌ କରିବାକୁ ଚାହିଁବେ। ବାଂଲାଦେଶ ବିପକ୍ଷ​‌େ​‌ର ଜିମ୍ବାୱେକୁ ଦିନିକିଆ ଓ ଟି୨୦ ଶୃଙ୍ଖଳା ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସିକନ୍ଦର ରାଜାଙ୍କୁ ଭାରତୀୟ ବୋଲର ଚୁପ୍ ରଖି ପାରିଛନ୍ତି। ବାଂଲାଦେଶ ବିପକ୍ଷରେ ରାଜା କ୍ରମାଗତ ୨ଟି ଦିନିକିଆ ମ୍ୟାଚ୍‌ରେ ଶତକ ଓ ଟ୍ବେଣ୍ଟି୨୦ରେ କ୍ରମାଗତ ଅର୍ଦ୍ଧଶତକ ହାସଲ କରିବାରୁ ଉଭୟ ଶୃଙ୍ଖଳା ଜିମ୍ବାୱେ ଜିତିଥିଲା। ଶେଷ ମ୍ୟାଚ୍‌ରେ ରାଜାଙ୍କଠାରୁ ଜିମ୍ବାୱେ ବଡ଼ ସ୍କୋର୍‌ର ଆଶା ରଖିଛି। ବରିଷ୍ଠ ବୋଲରଙ୍କ ଅନୁପସ୍ଥିତିରେ ମହମ୍ମଦ ସିରାଜ୍ ଚମତ୍କାର ବୋଲିଂ କରିଛନ୍ତି। ତାଙ୍କର ସ୍ବିଙ୍ଗ୍‌ ଓ ବାଉନ୍‌ସ ଜିମ୍ବାୱେ ବ୍ୟାଟିଂକୁ ଅସୁବିଧାରେ ପକାଇଛି। ଜିମ୍ବାୱେ ତା’ର ଏକାଦଶରେ ଗୋଟିଏ ପରିବର୍ତ୍ତନ କରିପାରେ। ୱେସ୍‌ଲି ମାଧ୍‌ଭିରେଙ୍କ ସ୍ଥାନରେ ଟୋନି ମୁନ୍ୟୋଙ୍ଗା ଖେଳିପାରନ୍ତି। ଭାରତୀୟ ଏକାଦଶରେ ଅଧିକ ପରିବର୍ତ୍ତନ ହୋଇପାରେ। ବୋଲର ଶାହ୍‌ବାଜ ଅହମ୍ମଦ, ଦୀପକ ଚହର, ଆଭେସ୍ ଖା​‌ଁ ଓ ଋତୁରାଜ ଗାଏକ୍‌ୱାଡ ସୁଯୋଗ ପାଇପାରନ୍ତି। ପ୍ରଥମ ୨ଟି ମ୍ୟାଚ୍‌ ପରି ଏହି ମ୍ୟାଚ୍‌ରେ ମଧ୍ୟ ପାଗ ଥଣ୍ଡା ରହିବ ଏବଂ ବଲ୍‌ ସ୍ବିଙ୍ଗ୍‌କରିବ। ତେଣୁ ଟସ୍ ଜିତି ଜିମ୍ବାୱେ ଫିଲ୍‌ଡିଂ ନେବାକୁ ଚାହିଁବ। ଗତ ୨ଟି ମ୍ୟାଚ୍‌ରେ ଭାରତ ପ୍ରଥମ ୧୦ ଓଭରରେ ମାତ୍ର ହାରାହାରି ୨.୮୫ ରନ୍‌ ଦେଇଛି। ତେଣୁ ଜିମ୍ବାୱେ ଆରମ୍ଭରୁ ଅଧିକ ରନ୍‌ କରିବାକୁ ଚାହିଁବ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories