www.samajalive.in
Monday, December 15, 2025
17.1 C
Bhubaneswar

ବରିଷ୍ଠ ନାଗରିକଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ:ଜିଲାପାଳ

ନବରଙ୍ଗପୁର:ସ୍ଥାନୀୟ ଆଖଣ୍ଡଳମଣି ମନ୍ଦିର ପରିସରରେ ନବରଙ୍ଗପୁର ବରିଷ୍ଠ ନାଗରିକ ସଂଘର ୫ମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ସଂଘର ସଭାପତି ରାଧାନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗ ଦେଇଥିଲେ। ନବରଙ୍ଗପୁର ଜିଲାପାଳ କମଳ ଲୋଚନ ମିଶ୍ର, ଏସପି ଏସ.ସୁଶ୍ରୀ, ପୌର ଅଧ୍ୟକ୍ଷ କୁନୁ ନାୟକ, ସମାଜ ମଙ୍ଗଳ ଅଧିକାରୀ ସୁଧାଂଶୁ ପାତ୍ର , ସଂଘର ସମ୍ପାଦକ ବି .ରାମ ମୂର୍ତି ପଟ୍ଟନାୟକ, କୋଷାଧ୍ୟକ୍ଷ ବରିଷ୍ଠ ସମାଜସେବୀ ଜଗନ୍ନାଥ ମହାପାତ୍ର ଯୋଗ ଦେଇଥିଲେ। ପ୍ରାରମ୍ଭରେ ସମ୍ପାଦକ ବାର୍ଷିକ ବିବରଣୀ ପାଠ କରିଥିଲେ। ଜିଲାପାଳ ତାଙ୍କ ବକ୍ତବ୍ୟରେ ବାର୍ଦ୍ଧକ୍ୟ ଜୀବନର ଗୋଟିଏ ଅବସ୍ଥା, ତେଣୁ ଏହାକୁ ସମସ୍ତେ ସହଜରେ ଗ୍ରହଣ କରିବା ଉଚିତ। ସର୍ବଦା ନିଜକୁ ୪୨ ବର୍ଷୀୟ ବୟସ୍କ ଅନୁଭବ କରି ଜୀବନ ପଥରେ ଚାଲିବା ଉଚିତ। ଏହା ବ୍ୟତୀତ ଗରୀବ ଅସହାୟ ବରିଷ୍ଠ ନାଗରିକ ମାନଙ୍କୁ ଅବଶ୍ୟକୀୟ ସହଯୋଗ ଯୋଗେଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ବିଧାୟକ ଶ୍ରୀ ପ୍ରଧାନୀ ତାଙ୍କର ଅଭିଭାଷଣରେ ସଂଘର କାର୍ଯ୍ୟ ପାଇଁ ସର୍ବଦା ପ୍ରସ୍ତୁତ ରହିଛନ୍ତି ବୋଲି ସୂଚନା ଦେଇଥିଲେ।

ବରିଷ୍ଠ ନାଗରିକ ମାନଙ୍କ ପାଇଁ ପୌର ଅଧ୍ୟକ୍ଷ ଶ୍ରୀ ନାୟକ ମଙ୍ଗଳ କାମନା କରିବା ସହ ସେମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ପାରୁ ପର୍ୟ୍ୟନ୍ତ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏସପି ସୁଶ୍ରୀ ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ଯଦି କୌଣସି ସମସ୍ୟା ରହିଥାଏ ଓ ତାହା ଥାନାରେ ଯଦି ସମାଧାନ ନହୁଏ ତାହାହେଲେ ତାଙ୍କ ସହ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଏମଡି କାସିମ ସରିଫ, ମହମ୍ମଦ ସାକୁର ଓ ସନ୍ତୋଷ କୁମାର ନାଗଙ୍କୁ ସେମାନଙ୍କ କୃତିତ୍ଵ ପାଇଁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରଯାଇଥିଲା। ଏହି ମାନ ପତ୍ରକୁ ନିରଞ୍ଜନ ମିଶ୍ର ପାଠ କରିଥିଲେ।ୟ
ସୂଚନା ଯୋଗ୍ୟ ଯେ କୋଷାଧ୍ୟକ୍ଷ ଶ୍ରୀ ମହାପାତ୍ର ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଦାୟିତ୍ଵ ଗ୍ରହଣ କରି ସୂଚାରୁ ରୂପେ ସମ୍ପାଦନ କରିଥିଲେ। ଶେଷରେ ସମ୍ପାଦକ ବି.ରାମମୂର୍ତି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories